Odisha news

ବର୍ଷିୟାନ କ୍ରୀଡାବିତ୍ ନାରାୟଣ ପାତ୍ରଙ୍କ ପରଲୋକ

0
ବୁଗୁଡା : ତା ୧୨/୦୨/୨୨ :  ବୁଗୁଡ଼ା ଏନ୍‌ଏସି ଅନ୍ତର୍ଗତ ପଥୁରିଆ ସାହିର ବର୍ଷିୟାନ କ୍ରୀଡାବିତ୍ ନାରାୟଣ ପାତ୍ରଙ୍କ ୭୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ କିଛି ମାସ ହେଲା ଅସୁସ୍ଥ ଅବସ୍ଥାରେ ଶଯ୍ଯାଶାୟୀ ଥିଲେ । ସ୍ବର୍ଗତ ପାତ୍ର ଜଣେ ଉତ୍ତମ ଧରଣର ଫୁଟବଲ୍ ଓ ଭଲିବଲ ଖେଳାଳୀ ଭାବେ ଗଞ୍ଜାମ ଜିଲ୍ଲାରେ ପରିଚିତ ଥିଲା ବେଳେ ବିଭିନ୍ନ ନାଟକରେ ନାୟକ ଭୂମିକାରେ ନିଖୁଣ ଅଭିନୟ କରି ସ୍ଥାନୀୟ ଅଞ୍ଚଳର ଦର୍ଶକଙ୍କ ଦ୍ବାରା ଆଦୃତ ଲାଭ କରିପାରିଥିଲେ ।ସେ କିଛି ଦିନ ଶିକ୍ଷକତା କରିବା ପରେ ଗ୍ରାମସେବକ ଭାବେ ଚାକିରି କରି ଅବସର ଗ୍ରହଣ କରିଥିଲେ । ତାଙ୍କର ପରଲୋକରେ ବୁଗୁଡା ଅଞ୍ଚଳର କ୍ରିଡାପ୍ରେମୀ ଓ ଜନସାଧାରଣଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ମେଳାପୀ ଓ ପରୋପକାରୀ ବ୍ଯକ୍ତି ରୂପେ ପରିଚିତ ଥିଲେ । ସେ କିଛି ବର୍ଷ ପାଇଁ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର କୋଷାଧକ୍ଷ ଭାବେ ଦାୟିତ୍ବ ତୁଲାଇ ଥିଲେ । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପୁଅ, ବୋହୁ ଏବଂ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ ।
Leave A Reply