Odisha news

ସରପଞ୍ଚ ପ୍ରାର୍ଥୀନୀ ଶ୍ରୀମତୀ ପ୍ରଣତୀ ପାତ୍ରଙ୍କ ପ୍ରଚାର ରେ ଚଳଚଞ୍ଚଳ ମାଣିକ ପାଟଣା ଗ୍ରାମ ପଞ୍ଚାୟତ।

0
ଆଳି ୧୨/୦୨/୨୨ ଚଳିତ ପଞ୍ଚାୟତ ନିର୍ବାଚନ ତାତିରେ ଗାଁଠୁ ସହର ସାଧାରଣ ଭୋଟର ନିଜେ ସମର୍ଥନ କରୁଥିବା ପାର୍ଥି ମାନଙ୍କ ସପକ୍ଷରେ ଚର୍ଚ୍ଚା କରୁଥିବା ବେଳେ ନିର୍ବାଚନ ରେ ଲଢ଼ୁଥିବା ନେତାମାନେ ନିଜ ସମର୍ଥକ ମାନଙ୍କ  ମନୋବଳ ବୃଦ୍ଧି ନିମନ୍ତେ ଦିନ ରାତି ଏକ କରି ସମର୍ଥକ ମାନଙ୍କୁ  ନିଜ ସପକ୍ଷରେ ଭୋଟ ବୃଦ୍ଧି ନିମନ୍ତେ ସବୁପ୍ରକାର ରଣ କୌଶଳ ଅପଣାଇବାରେ ଉଣା କରୁନାହାନ୍ତି। ମାଣିକପାଟଣା ଗ୍ରାମ ପଞ୍ଚାୟତରେ ଏକାଧିକ ସରପଞ୍ଚ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଦ୍ଵିମୁକ୍ଷି ପ୍ରତିଦ୍ୱନ୍ଦିତା ପରିଲକ୍ଷିତ ହୋଇଛି । ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀନି ପ୍ରଣତି ପାତ୍ର ଜଣେ ଡାକ୍ତର ତଥା ସମାଜସେବୀ ଙ୍କ ଝିଅ ନିଜ ସ୍ୱାମୀଙ୍କ ପଞ୍ଚାୟତ ପ୍ରତି ଥିବା ଅବଦାନ, ପାନୀୟ ଜଳ ଯୋଗାଣ ,ରାସ୍ତା ନିର୍ମାଣ ,ସ୍ୱାସ୍ଥ୍ୟ ସେବା ଓ ସରକାରୀ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ରେ ଦରିଦ୍ରତା ର ସୀମାରେଖା ତଳେ ଥିବା ଲୋକମାନଙ୍କୁ ସହାୟତା ପ୍ରଦାନ କରିବାର  ପ୍ରତିଶ୍ରୁତି ଦେଇ ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି l ନିଜ ସମର୍ଥକ ମାନଙ୍କ ସହ ପଞ୍ଚାୟତ ର ଗାଁ ଗାଁ ବୁଲି ଲୋକଙ୍କ ସୁବିଧା ଅସୁବିଧା ବୁଝିବା ସହ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଜନକଲ୍ୟାଣ ଯୋଜନା କିପରି ଲୋକମାନେ ପାଇବେ ସେ ନେଇ ବୁଝାଉଛନ୍ତି l ପୂର୍ବ ସରପଞ୍ଚ ଙ୍କ ଅଧୁରା କାମ ସୁଚାରୁରୂପେ ସମ୍ପନ୍ନ କରିବାକୁ ପ୍ରତିଶୃତି ଦେବା ସହ ଚଳିତ ନିର୍ବାଚନ ରେ ତାଙ୍କୁ ତାଙ୍କ ନିର୍ବାଚନ ଚିହ୍ନ ଖୋଲା ବହି ରେ ବିପୁଳ ସଂଖ୍ୟାରେ ମତଦେବାକୁ ନିବେଦନ କରିଥିଲେ
Leave A Reply