ନିରାକାରପୁର ,୧୨/୨ : ଖୋର୍ଦ୍ଧା ଜିଲ୍ଲା ୧୨ ନମ୍ୱର୍ ଜୋନ ବିଜେଡ଼ି ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ବିଜୟ କୁମାର ପାଲଟା ସିଂହଙ୍କ ପ୍ରଚାର ପାଇଁ ଆଜି ଡିଆ କପିଳେଶ୍ୱର ମନ୍ଦିର ନିକଟରେ ଲେଣ୍ଡୋ,ନିରାକାରପୁର,ରାମେଶ୍ଵର ଓ ଡିଆ ପଞ୍ଚାୟତର କର୍ମୀମାନଙ୍କୁ ନେଇ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଅତିଥିଭାବେ ଖୋର୍ଦ୍ଧା ବିଧାୟକ ଜ୍ୟୋତି ନ୍ଦ୍ରିନଥ ମିତ୍ର, ସାଂସଦ ମୂନା ଖାଁ ଉପସ୍ଥିତ ରହି ଦଳୀୟ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟ ଯୁକ୍ତ କରିବାକୁ ଅନୁରୋଧ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ତଥା ସମାଜସେବୀ ପ୍ରଭାତ କୁମାର ସ୍ବାଇଁ ସମ୍ମିଳନୀକୁ ପରିଚାଳନା କରିଥିବାବେଳେ ପୂର୍ବତନ ଜିଲ୍ଲପରିଷଦ ସଭ୍ୟ ରବୀନ୍ଦ୍ର କୁମାର ରାଉତରାୟ,ପ୍ରଫୁଲ୍ଲ ଜେନା, ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ଉପସଭାପତି ବିପିନ କୁମାର ଜୟସିଂହ,ସାଗର ବାରିକ, ଲକ୍ଷ୍ମୀଧର ଆଚାର୍ଯ୍ୟ, ଶୁଭମ୍ ଦାଶ, ରଞ୍ଜିତ ଜଗଦେବ, ପବିତ୍ର କୁମାର ଦାଶ, ହୃଷୀକେଶ ରାଉତରାୟ, ଅନିଲ ସେନାପତି, ନିରଞ୍ଜନ ରାଉତରାୟ,ପ୍ରଶାନ୍ତ କୁମାର ବେହେରା, ଅରକ୍ଷିତ ଦଳେଇ, ରାମକୃଷ୍ଣ ପଟ୍ଟନାୟକ , ଦୁଃଖା ଖାଁ ଓ ରମେଶ ପ୍ରଧାନ ପ୍ରମୁଖ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ ଦେଇ ବିଜୟ କରିବାକୁ ଶପଥ ନେଇଥିଲେ।