Odisha news

ଆଜି ହେଉଛି କୁମ୍ଭ ସଂକ୍ରାନ୍ତି ଓ ରବିବାର : କରନ୍ତୁ ଏହି ଉପାୟ ପାଇବେ ସୂର୍ଯ୍ୟ ଦେବଙ୍କ କୃପା ଓ କରିବେ ଜୀବନରେ ଉନ୍ନତି

0
ସୂର୍ଯ୍ୟ ଦେବ ଗୋଟିଏ ରାଶିରୁ ଆଉ ଗୋଟିଏ ରାଶିକୁ ସ୍ଥାନ ପରିବର୍ତ୍ତନ କରିବାକୁ କୁହାଯାଏ ସଂକ୍ରାନ୍ତି କିମ୍ବା ସେହିଦିନ ହୋଇଥାଏ ସଂକ୍ରାନ୍ତି । ଚଳିତ ମାସ ରବିବାର ଫେବୃଆରୀ ୧୩ ତାରିଖ ଦିନ ସଂକ୍ରାନ୍ତି ପଡୁଛି । ଯେଉଁ ରାଶିରେ ସୂର୍ଯ୍ୟ ପ୍ରବେଶ କରି ଥାଆନ୍ତି ତାହାକୁ ସେହି ସଂକ୍ରାନ୍ତି କୁହାଯାଏ । ଚଳିତ ମାସରେ ସୂର୍ଯ୍ୟ ଦେବ ମକର ରାଶିରୁ କୁମ୍ଭ ରାଶି ରେ ପ୍ରବେଶ କରିବେ ।
ଏହିଦିନ ଅଧିକାଂଶ ବିଗିଡି ଥିବା କାର୍ଯ୍ୟ ହେବାକୁ ଲାଗିବ । ବର୍ତ୍ତମାନ୍ ବୃହସ୍ପତି କୁମ୍ଭ ରାଶି ରେ ଅବସ୍ଥିତ ଅଛନ୍ତି । କୁମ୍ଭ ରାଶି ବ୍ୟତୀତ ଅନ୍ୟ ରାଶି ମାନଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ଦେଖାଯିବ ।
* ଏହିଦିନ ଗୋମାତାଙ୍କୁ ପୂଜା କରିବା ଦ୍ୱାରା ଜୀବନରେ ବିଭିନ୍ନ ପ୍ରକାର ଅସୁବିଧା ଦୁର ହେବ ଓ ସକାଳୁ ଉଠି ସ୍ନାନ ସାରି ସୂର୍ଯ୍ୟ ଦେବଙ୍କ ଚାଳିଶା ପାଠ କରିବା ଉଚିତ୍ ।
* ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେବା ସମୟରେ ଦୁଗ୍ଧ ରେ ଅର୍ଘ୍ୟ ଦେବା ଦ୍ଵାରା ସନ୍ତାନ ମାନଙ୍କ ର ଉନ୍ନତି ହୋଇଥାଏ ଓ ଏହାର ଭଲ ପ୍ରଭାବ ପଡିଥାଏ ।
* ରବିବାର ସଂକ୍ରାନ୍ତି ଗୋଟିଏ ଶୁଭ ଯୋଗ ଅଟେ । ଏହିଦିନ ସୂର୍ଯ୍ୟ ଦେବଙ୍କ ସହିତ ଲକ୍ଷ୍ମୀ ନାରାୟଣ ଙ୍କୁ ପୂଜା କଲେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ଓ ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ ।
* କୁମ୍ଭ ସଂକ୍ରାନ୍ତି ଦିନ କୁମ୍ଭ ରାଶି ର ବ୍ୟକ୍ତିମାନେ ଯଦି ଦାନ ଧର୍ମ କାର୍ଯ୍ୟ କରିବେ ତେବେ ଜୀବନରେ ସଫଳତା ହାସଲ କରିବେ । ତେଣୁ ଏହିଦିନ ଦରିଦ୍ର ନାରାୟଣଙ୍କୁ ଭୋଜନ କରାଇବା ଉଚିତ୍ ।
* ସକାଳୁ ସ୍ନାନ ସାରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ସମୟରେ ଜୟ ସବିତା, ଜୟ ଜୟତି ଦିବାକର ମନ୍ତ୍ରକୁ ଉଚ୍ଚାରଣ କରନ୍ତୁ । ଏହି ମନ୍ତ୍ରଟିକୁ ୭ ଥର ଉଚ୍ଚାରଣ କରନ୍ତୁ ଦେଖିବେ ଜୀବନରେ ଲାଭ କରିବେ ସୁଖ ସମୃଦ୍ଧି ।
* ସୂର୍ଯ୍ୟଙ୍କୁ ଏହିଦିନ ଅର୍ଘ୍ୟ ଦେବା ପରେ ଘରର ସମସ୍ତ ସଦସ୍ୟ ନିଜ ମସ୍ତକରେ ଚନ୍ଦନ ଲଗାଇବା ଦ୍ଵାରା ଘରେ ସକାରାତ୍ମକ ଶକ୍ତି ଜାଗ୍ରତ ହୋଇଥାଏ ।
Leave A Reply