ହିକା ଗୋଟିଏ ସାଧାରଣ ସମସ୍ୟା । ଏହା ଅଚାନକ ଭାବରେ ଦେଖା ଦେଇଥାଏ । ଆମେ ପ୍ରାୟ ହୀକା ଦୂର କରିବା ପାଇଁ ବାରମ୍ବାର ପାଣି ପିଇ ଥାଉ । କିନ୍ତୁ କିଛି ଲୋକ ମଧ୍ୟ ଏପରି ଥାଆନ୍ତି ଯେଉଁ ମାନଙ୍କର ପାଣି ପିଇଲେ ମଧ୍ୟ ହୀକା ସମସ୍ୟା ଦୂର ହୋଇ ନଥାଏ । ଆୟୁର୍ବେଦ ଅନୁସାରେ ବାତ, ପିତ,କଫ କାରଣରୁ ଶରୀରରେ ବିଭିନ୍ନ ରୋଗ ସମସ୍ୟା ଦେଖା ଦେଇଥାଏ । ବିଶେଷ ଭାବରେ ହିକା ଶ୍ୱାସ ନଳୀରେ ବିକାର କାରଣରୁ ହୋଇଥାଏ । କିନ୍ତୁ ଏହା ସହିତ ପାଚନ ତନ୍ତ୍ର ର ଅସୁବିଧା ମଧ୍ୟ ରହିଥାଏ । ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନଙ୍କ ନିକଟରେ ଅଧିକ ହି କା ସମସ୍ୟା ଦେଖା ଦେଇଥାଏ । ଆସନ୍ତୁ ଜାଣିବା ହୀ କା ହେବାର ଘରୋଇ ଉପାୟ ।
* ଶୁଖିଲା ଅଦା, ଅଁଳା, ଓ ପିପଳି କୁ ୧ ଗ୍ରାମ ଲେଖାଏଁ ନେଇ ମହୁ କିମ୍ବା ମିଶ୍ରି ସହିତ ସେବନ କରନ୍ତୁ । ଏହି ଘରୋଇ ଉପାୟ ଦ୍ଵାରା ହିକା କୁ ଅଟକାଇ ପାରିବା ।
* ପିପଳୀ ଚୂର୍ଣ୍ଣ ଓ ମିଶ୍ରି କୁ ମିଶାଇ ଆଘ୍ରାଣ କରିବା ଦ୍ୱାରା ହିକା କମି ଯାଇଥାଏ ।
* ଉଷୁମ୍ ପାଣି ରେ ସାମାନ୍ୟ ଲେମ୍ବୁ ଓ ଲୁଣ ମିଶାଇ ସେବନ କରିବା ଦ୍ୱାରା ହିକା ରୁ ଆରାମ ମିଳିଥାଏ । ଏହି ପାଣି ଦ୍ୱାରା ହିକା ଓ ଗ୍ୟାସ୍ ଉଭୟ ଠିକ୍ ହୋଇଥାଏ ।
* ଯଦି ଆପଣ ଦୀର୍ଘ ସମୟ ଧରି ହିକା ସମସ୍ୟା କୁ ସମ୍ମୁଖୀନ ହେଉଛନ୍ତି ତେବେ ହେଙ୍ଗୁ ଓ ଲହୁଣୀ କୁ ମିଶାଇ ସେବନ କରନ୍ତୁ ହିକା ସମସ୍ୟା ଦୂର ହେବ ।
* ଯଥା ଶୀଘ୍ର ଆରାମ ପାଇବା ପାଇଁ କିଛି କିଛି ସମୟ ଅନ୍ତରରେ ଖଣ୍ଡେ ଖଣ୍ଡେ ଲେମ୍ବୁ କୁ ଖାଆନ୍ତୁ । ଏହାଦ୍ବାରା ଓଜନ ମଧ୍ୟ ହ୍ରାସ ହେବ ।
* ଯଦି ଛୋଟ ପିଲାଙ୍କର ହିକା ହେଉଛି ତେବେ ତାଙ୍କ ପାଟିରେ ସାମାନ୍ୟ ଚିନି ଦେଇ ଦିଅନ୍ତୁ କିମ୍ବା ମହୁ ଦେଇ ଦିଅନ୍ତୁ ତୁରନ୍ତ ହିକା କମିଯିବ । ନଚେତ୍ ମା କ୍ଷୀର ସେବନ କରାଇବା ଉଚିତ୍ ।