ବେତନଟୀ/ବୈଶିଙ୍ଗା : ପଞ୍ଚାୟତ ନିର୍ବାଚନ ପ୍ରକ୍ରୀୟା ଚାଲିଥିବା ବେଳେ ବିଜେପିର ପୂର୍ବତନ ବେତନଟୀ ବ୍ଲକ୍ ସଦ୍ଭାପତି ଚନ୍ଦ୍ର ମୋହନ ଦତ୍ତ ବିଜୁ ଜନତା ଦଳରେ ଯୋଗଦାନ କରିଥିବା ଜଣାଯାଇଛି। ଗତକାଲି ରାଜ୍ୟ ବିଜଦର ରାଜ୍ୟ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ବେତନଟୀ ଧର୍ମଶାଳାରେ ଏକ ଦଳୀୟ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି ମିଶ୍ରଣପର୍ବ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟକେକ୍ଷକ ଚିନ୍ମୟ କୁମାର ସାହୁ, ସୁବ୍ରମଣ୍ୟମ ମାହାନ୍ତି, ଶୁଶାନ୍ତ ବଳା, ସୁନ୍ଦରମୋହନ ମହାନ୍ତ, ଅରବିନ୍ଦ ସାହୁ, ଶୁଭ୍ରାନ୍ତ ତିଆଡି ପ୍ରମୁଖ ଉପସ୍ଥିତ ଥିଲେ।ତାଙ୍କ ମିଶ୍ରଣ ଦ୍ଵାରା ବେତନଟୀ ବ୍ଳକ୍ ବିଜଦ ଆହୁରି ଅଧୂକ ସୁଦୃଢ ହେବ ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ।