WHO ର ତଥ୍ୟ : ଭାରତ ର କିଛି ସହରରେ କରୋନା ସଂକ୍ରମଣ କମିବାକୁ ଲାଗିଛି, କିନ୍ତୁ ସମ୍ପୂର୍ଣ୍ଣ ଭାବରେ ମୂଳ ପୋଛ ହୋଇନାହିଁ
ନୂଆଦିଲ୍ଲୀ : ଓମୀକ୍ରାନ ସଂକ୍ରମଣ ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ରିଜିଓନାଲ ଡ଼ାଇରେକ୍ଟର କହିଛନ୍ତି ଯେ ଭାରତର ଅଧିକାଂଶ ସହରରେ କରୋନା ସଂକ୍ରମଣ ମାମଲା କମିବାରେ ଲାଗିଛି l ତଥାପି ବିପଦ ଟଳି ନାହିଁ l ସେ କହିଛନ୍ତି ଯେ ସଂକ୍ରମଣ କୁ ଅଟକାଇବା ପାଇଁ ଆମକୁ କୋଭିଡ ପ୍ରୋଟକଲ କୁ କଡାକଡି ଭାବରେ ପାଳନ କରିବା ଉଚିତ l କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଦେଶରେ କିଛି ସ୍ଥାନରେ କରୋନା ମାମଲା କମିବାରେ ;ଲାଗିଛି l
WHO ପକ୍ଷରୁ ସୂଚନା ଦିଆଯାଇଛି ଯେ ବର୍ତମାନ ମଧ୍ୟ ସମ୍ପୂର୍ଣ ଭାବରେ ଏହି ମହାମାରୀ ବିଲୋପ ହୋଇନାହିଁ l ସେଥିପାଇଁ ଆମକୁ ବିଶେଷ ଭାବରେ ସତର୍କ ରହିବାକୁ ପଡିବ l ଆମର ଧ୍ୟାନ ସଂକ୍ରମଣ କୁ କମ କରିବାରେ ରଖିବା ଉଚିତ l WHO ପକ୍ଷରୁ କୁହାଯାଇଛି ଯେ ଓମୀକ୍ରାନ ଡେ଼ଲ୍ଟା ଭାରୀଏଣ୍ଟ ଅପେକ୍ଷା ଶ୍ୱାସନଳୀରେ ଅଧିକ ପ୍ରଭାବ ବିସ୍ତାର କରିଥାଏ l କିନ୍ତୁ ଏହା ଡେ଼ଲ୍ଟା ଭଳି ଅଧିକ କ୍ଷତିକାରକ ନୁହେଁ l ତଥାପି ସଜାଗ ରହିବା ଆବଶ୍ୟକ ଓ ଭାରତ ମଧ୍ୟ ବୁଷ୍ଟର ଡୋଜ ଉପରେ ଧ୍ୟାନ ଦେବା ଉଚିତ l