ଶୀତଋତୁରେ ଗୁଡ଼ ସହିତ ରାଶିର ମିଠା ଜିନିଷ ପ୍ରାୟ ସମସ୍ତେ ଖାଇ ଥିବାର ଦେଖା ଯାଇଥାଏ l କାରଣ ଶୀତଋତୁରେ ରାଶି ଅଧିକାଂଶ ରୋଗରୁ ରକ୍ଷା କରିଥାଏ l ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପଯୋଗୀ ଅଟେ l ଗୁଡ଼ ଶରୀରକୁ ଭିତରୁ ଗରମ ରଖିଥାଏ l ରାଶିରେ ମନୋ ଅନ ସାଚୁରେଟେଡ଼ ଫ୍ୟାଟି ଏସିଡ ରହିଛି l ଯାହା ଶରୀରରୁ କୋଲେଷ୍ଟ୍ରଲ କୁ ନିୟନ୍ତ୍ରଣ କରିଥାଏ l
– ରାଶିରେ ମାଙ୍ଗାନିଜ, ପ୍ରୋଟିନ, ଭିଟାମିନ ଇ ଓ ଫାଇବର ଭଳି ପୋଷାକ ତତ୍ୱ ରହିଥାଏ l ଯାହା ହାର୍ଟ, ମାନସିକ ଚାପ ଓ ମଧୁମେହ ସମସ୍ୟାକୁ ଦୂର କରିଥାଏ l ରାଶି ଓ ଗୁଡ଼ ର ସେବନ ଦ୍ୱାରା ଲଙ୍ଗ କ୍ୟାନ୍ସର, ପେଟରେ କ୍ୟାନ୍ସର, ବ୍ରେଷ୍ଟ କ୍ୟାନ୍ସର ର ବିପଦ କମ କରିବାରେ ଲାଭଦାୟକ ହୋଇଥାଏ l ତେଣୁ ଆୟୁର୍ବେଦ ରେ ଚିକିତ୍ସା ପାଇଁ ରାଶି ଓ ଗୁଡ଼ ର ବ୍ୟବହାର ହୋଇଥାଏ l
– ଗବେଷଣାରୁ ଜଣା ପଡିଛି ଯେ ରାଶି ଏବଂ ଗୁଡ଼ ଖରାପ କୋଲେଷ୍ଟ୍ରଲ ଓ ହାଇ ଟ୍ରାଇଗ୍ଲିସରାଇଡ ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ l ଏହା କେବଳ ଏତିକି ନୁହେଁ ଅଧିକାଂଶ ରୋଗ ପାଇଁ ରାମ ବାଣ ଅଟେ l
– ଅଧ୍ୟୟନ ଅନୁସାରେ ପ୍ରତିଦିନ ୨ ରୁ ୩ ଚାମଚ ରାଶି ସେବନ କଲେ ମଧୁମେହ ନିୟନ୍ତ୍ରିତ ହୋଇଥାଏ l କାରଣ ରାଶିରେ ଫ୍ୟାଟ ର ମାତ୍ରା ଅଧିକ ରହିଥାଏ ରହିଥାଏ, ତେଣୁ ଅଧିକାଂଶ ଗବେଷଣା ରେ କ୍ୟାଲୋରୀ ପାଇଁ ରାଶି ସେବନ କରିବାକୁ କୁହା ଯାଇଥାଏ l
– ଆପଣ ନିୟମିତ ସକାଳୁ ଖାଲି ପେଟରେ ରାଶି ୨ ଚାମଚ ଖାଇ ଗୋଟିଏ ଗ୍ଲାସ ଉଷୁମ ପାଣି ପିଅନ୍ତୁ l ଏହା ଆପଣଙ୍କ କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବା ସହିତ ତ୍ୱଚାରେ ଚମକ ଆଣିବ l
– ଯଦି ଆପଣ ଶୀତଋତୁରେ ନିୟମିତ ରାତିରେ ଶୋଇବା ପୂର୍ବରୁ ଗୁଡ଼ ଓ ରାଶି ସେବନ କରି ଅଧ କପ ଉଷୁମ କ୍ଷୀର ସେବନ କରିବେ ତେବେ ଏହା ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବା ସହ ଥଣ୍ଡା ଜନିତ ବିଭିନ୍ନ ରୋଗରୁ ରକ୍ଷା କରିବ l