Odisha news

ବୁଧୁବାର ଦିନ ପ୍ରଭୁ ଗଣେଶଙ୍କର ଏହି ୩ଟି ମନ୍ତ୍ରକୁ ଜପ କରିବା ଦ୍ୱାରା ସମସ୍ତ ଦୁଃଖ ଓ ସଙ୍କଟରୁ ମୁକ୍ତି ଓ ଋଣ ଭାରରୁ ମୁକ୍ତି ମିଳିଥାଏ

0

ବୁଧୁବାର ଦିନଟି ହେଉଛି ପ୍ରଭୁ ଗଣେଶଙ୍କ ଦିନ l ଯଦି ଏହିଦିନ କୌଣସି ବ୍ୟକ୍ତି ଭଗବାନ ଗଣେଶଙ୍କୁ ଭକ୍ତି ପୁର୍ଣ ଭାବରେ ପ୍ରାଥନା କରିଥାଏ ତେବେ ଜୀବନରୁ ସଙ୍କଟ ଦୂର ହୋଇଥାଏ l ଶାସ୍ତ୍ର ଅନୁସାରେ ପ୍ରଭୁ ଗଣେଶ ସମସ୍ତ ବିଘ୍ନ କୁ ଦୂର କରିଥିବା କାରଣରୁ ତାଙ୍କୁ ବିଘ୍ନ ବିନାଶକ ବୋଲି କୁହା ଯାଇଥାଏ l ମାନ୍ୟତା ରହିଛି ଯେ ଭଗବାନ ଗଣେଶଙ୍କୁ ସାତ୍ଵିକ ମନରେ ପୂଜା କଲେ ସେ ସମସ୍ତ ସଙ୍କଟ ରୁ ଦୁରେଇ ରଖି ଥାଆନ୍ତି l

* ଗଣେଶ ଗାୟତ୍ରୀ ମନ୍ତ୍ର – “ଓଂ ଏକଦନ୍ତାୟ ବିଘ୍ନହେ ବକ୍ରତୁଣ୍ଡlୟ ଧୀମହୀ ତନ୍ନ ବୁଦ୍ଧି ପ୍ରଚୋଦୟାତ ”
ଏହା ଗଣେଶଙ୍କ ଗାୟତ୍ରୀ ମନ୍ତ୍ର ଅଟେ l ଏହାକୁ ନିଷ୍ପାପ ମନରେ ଗଣେଶଙ୍କୁ ସନ୍ତୁଷ୍ଟ କରିବା ପାଇଁ ବୁଧବାର ଦିନ ପାଠ କରିବା ଦ୍ୱାରା ଭଗବାନ ଗଣେଶ ପ୍ରସନ୍ନ ହୋଇ ଥାଆନ୍ତି l ଏହାକୁ ୧୦୮ ଥର ୧୧ ଦିନ ପର୍ଯ୍ୟନ୍ତ ଜପ କରନ୍ତୁ l ଏପରି କଲେ ବ୍ୟକ୍ତି ପୂର୍ବ ପାପ କର୍ମର ପରିଣାମ ଭୋଗୀ ନଥାଏ l

* ତାନ୍ତ୍ରିକ ଗଣେଶ ମନ୍ତ୍ର – ” ଓଂ ଗ୍ଲୋମ ଗୌରୀ ପୁତ୍ର, ଵକ୍ରତୁଂଡ, ଗଣପତି ଗୁରୁ ଗଣେଶ, ଗ୍ଲୋମ ଗଣପତି, ରିଦ୍ଧି ପତି, ସିଦ୍ଧି ପତି l ମୋ କ୍ଳେଶ ଦୂର କର l ”
ବୁଧବାର ଦିନ ଶିବ, ପାର୍ବତୀ ଓ ଗଣେଶଙ୍କୁ ପୂଜା କରିବା ପରେ ୧୦୮ ଥର ଏହି ମନ୍ତ୍ରକୁ ଜପ କରିବେ ତେବେ ବ୍ୟକ୍ତିର ଜୀବନରୁ ସମସ୍ତ ଦୁଃଖ ତୁରନ୍ତ ଦୂର ହୋଇଯିବ l କିନ୍ତୁ ଏହି ମନ୍ତ୍ରର ଉଚ୍ଚାରଣ କରିବା ସମୟରେ ବ୍ୟକ୍ତି ନିଜ ମନରେ ସମ୍ପୂର୍ଣ ସାତ୍ଵିକ ଭାବି ରଖିବା ଉଚିତ l

* ଗଣେଶ କୁବେର ମନ୍ତ୍ର – ” ଓଂ ନମୋ ଗଣପତୟେ କୁବେର ୟେକଦ୍ରିକ ଫଟ ସ୍ୱାହା l ”
ଯଦି କୌଣସି ବ୍ୟକ୍ତି ଋଣ ଭାରରେ ଅଧିକ କଷ୍ଟ ପାଇଥାଏ, ତା ସହିତ ଆର୍ଥିକ ଅସୁବିଧା ରେ ବୁଡି ରହିଥାଏ ତେବେ ଗଣେଶ କୁବେର ମନ୍ତ୍ର ଜପ କରିବା ଆବଶ୍ୟକ l ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ବ୍ୟକ୍ତି ଋଣଭାର ରୁ ରକ୍ଷା ପାଇଥାଏ l

Leave A Reply

Your email address will not be published.