Odisha news

କରୋନାର ବୁଷ୍ଟର ଡୋଜ ନେବା ପୂର୍ବରୁ ଜାଣି ରଖନ୍ତୁ ଏହି ୫ଟି କଥା

0

କରୋନା ର ତୃତୀୟ ଲହର ଠାରୁ ରକ୍ଷା ପାଇବା ପାଇଁ ଲୋକମାନେ ବୁଷ୍ଟର ଡୋଜ ନେଉଛନ୍ତି l ଭ୍ୟାକସିନ ର ୨ଟି ଡୋଜ ନେଇଥିବା ବ୍ୟକ୍ତିଙ୍କ ଏହି ବୁଷ୍ଟର ଡୋଜ ଦିଆ ଯାଉଛି l ବର୍ତମାନ ୬୦ ବର୍ଷରୁ ଉର୍ଧ, ସ୍ୱାସ୍ଥ୍ୟ କର୍ମୀ, କରୋନା ଯୋଦ୍ଧା ଙ୍କୁ ଏହି ଟୀକା ଦିଅ ଯାଉଛି l ଯେଉଁ ବ୍ୟକ୍ତିମାନେ ବୁଷ୍ଟର ଡୋଜ ନେଉଛନ୍ତି ସେମାନଙ୍କୁ କିଛିଟା କଥା ଜାଣି ରଖିବା ଆବଶ୍ୟକ l

* ବୁଷ୍ଟରଡ଼ଜ ନେବା ପାଇଁ ଆପଣଙ୍କୁ ଭ୍ୟାକସିନ ର ଦ୍ୱିତୀୟ ଡୋଜ ୯ମାସ ପୂର୍ବରୁ ନେଇଥିବା ଆବଶ୍ୟକ l ଏଥିପାଇଁ ନୂଆ ରେଜିଷ୍ଟ୍ରେସନ ର ଆବଶ୍ୟକତା ନାହିଁ l ଆପଣ ଟୀକା ଦାନ କେନ୍ଦ୍ରକୁ ଯାଇ ସିଧାସଳଖ ଟୀକା ନେଇ ପାରିବେ l

* ଗବେଷଣାରୁ ଜଣା ପଡିଛି ଯେ ବୁଷ୍ଟର ଡୋଜ ଆଣ୍ଟି ବଡି ସ୍ତରକୁ ବୃଦ୍ଧି କରିଥାଏ l ଏହାଦ୍ୱାରା ଇମ୍ୟୁନିଟି ଦ୍ରୁତ ଗତିରେ ବୃଦ୍ଧି ହୋଇଥାଏ l ଆପଣ ବୁଷ୍ଟର ଡୋଜ ନେବା ଦ୍ୱାରା ଓମୀକ୍ରାନ ନିକଟରୁ ଅଧିକ ମାତ୍ରାରେ ନିଜକୁ ରକ୍ଷା କରି ପାରିବେ l

* ବର୍ତମାନ ବୁଷ୍ଟର ଡୋଜ ହେଲ୍ଥ ୱାର୍କର, ୬୦ ବର୍ଷରୁ ଉର୍ଧ କିମ୍ବା ଯେଉଁମାନେ ଦୁଇଟି ଡୋଜ ନେବାର ୯ମାସ ହୋଇ ଯାଇଛି ସେହିମାନେ କେବଳ ନେଇ ପାରିବେ l

* ଆପଣ ପୂର୍ବରୁ ଯେଉଁ ଟୀକା ନେଇଛନ୍ତି କେବଳ ତାର ବୁଷ୍ଟର ଡୋଜ ନେଇ ପାରିବେ l ଯଦି ଆପଣ କୋଭିସୀଲଡ ର ୨ଟି ଡୋଜ ନେଇଛନ୍ତି କେବଳ ତାର ବୁଷ୍ଟର ଡୋଜ ନେଇ ପାରିବେ l

* ଯଦି ଆପଣ କୌଣସି ଗମ୍ଭୀର ରୋଗ ଦ୍ୱାରା ଆକ୍ରାନ୍ତ ଅଛନ୍ତି ତେବେ ଆପଣ ବୁଷ୍ଟର ଡୋଜ ନେଇ ପାରିବେ l କାର୍ଡିୟ ବେକସୁଲର ଡିଜିଜ, ସ୍ଟେମ ସେଲ ଟ୍ରାନ୍ସପ୍ଲାଣ୍ଟ , କ୍ୟାନ୍ସର, ସିକଲ  ସେଲ ଡିଜିଜ, ଡ଼ାଈବିଟିଜ, କିଡ୍ନୀ ଡିଜିଜ ଭଳି ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ ବୁଷ୍ଟର ଡୋଜ ନେଇ ପାରିବେ l

Leave A Reply

Your email address will not be published.