Odisha news

ବାସ୍ତୁ ଟିପ୍ସ : ଜୀବନରେ ଗୁରୁଜନଙ୍କ ସେବା କରିବା ଦ୍ୱାରା ହୋଇଥାଏ ଐଶ୍ୱର୍ଯ୍ୟ ଓ ଧନ ପ୍ରାପ୍ତି

0

ଆମ ଦୈନନ୍ଦିନ ଜୀବନରେ ଆମେ ଏପରି କିଛି କାର୍ଯ୍ୟ କରିଥାଉ ଯାହା ଆମକୁ ଦରିଦ୍ରତା ଆଡକୁ ଟାଣି ନେଇଥାଏ l କିନ୍ତୁ ଆମେ ତାହାକୁ ଅଣଦେଖା କରି ଦେଇଥାଉ, କାହିଁକି ନା ଆମର ତାହା ଅଭ୍ୟାସ ରେ ପରିଣତ ହୋଇ ଯାଇଥାଏ l ଆମର ଭଲ ଅଭ୍ୟାସ ଆମ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇବା ସହ ସମସ୍ତ ଅସୁବିଧା ଠାରୁ ଦୁରେଇ ରଖିଥାଏ l ଏହାକୁ ନେଇ ବାସ୍ତୁ ଶାସ୍ତ୍ରରେ ଏପରି କିଛି ଅଭ୍ୟାସ ବିଷୟରେ କୁହାଯାଇଛି ଯାହା ଆମ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇବା ସହ ଦରିଦ୍ରତା କୁ ନାଶ କରିଥାଏ l

* ଗୁରୁଜନ ମାନଙ୍କର ସମ୍ମାନ କରିବା ଆବଶ୍ୟକ – ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଘରେ ଥିବା ବୟସ୍କ ମାନଙ୍କୁ ଅସମ୍ମାନ କରି ଥାଆନ୍ତି l ଏହା ସହିତ ସେମାନଙ୍କୁ ବୃଦ୍ଧ ଓ ଅନୁପଯୋଗୀ ମଧ୍ୟ କହି ଥାଆନ୍ତି l କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଯେଉଁ ଘରେ ଏପରି କାର୍ଯ୍ୟ ହୋଇଥାଏ ସେହି ଘରେ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି l ଶାସ୍ତ୍ରରେ କୁହାଯାଇଛି ଗୁରୁଜନ ମାନଙ୍କ ସେବା କରିବା ଦ୍ୱାରା ଧନ, ଯଶ ଓ ଆୟୁ ବୃଦ୍ଧି ହୋଇଥାଏ l

* ଚିଲେଇ କି କଥା ହେବା ଉଚିତ ନୁହେଁ – ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆମେ ଜୋରେ ଚିତ୍କାର ଛାଡି କଥା କହିବା ତେବେ ଆମ କୁଣ୍ଡଳୀରେ ଶନି ଦୋଷ ବୃଦ୍ଧି ପାଇବ l ଏହି କାରଣରୁ ବ୍ୟକ୍ତି ନିଜ ଜୀବନରେ ଅସୁବିଧାରେ ପଡିଥାଏ l ଏହାଦ୍ୱାରା ଘରେ କ୍ଳେଶ ଉପୁଜିଥାଏ ଓ ଧନ ହାନି ଘଟିଥାଏ l ତେଣୁ ଯେବେବି କଥା ହେଉଛନ୍ତି ଧୀର ଭାବରେ କଥା ହୁଅନ୍ତୁ l

* ସକାଳୁ ଡେରିରେ ଉଠିବା –  ଆଜିକାଲି ଜୀବନ ଖୁବ ଗତିଶୀଳ ହୋଇ ଯାଇଛି l ତେଣୁ ଅଧିକାଂଶ ଲୋକଙ୍କର ଅଭ୍ୟାସ ରହିଛି ରାତିରେ ଡେରିରେ ସୋଇ ସକାଳୁ ଡେରିରେ ଉଠିବା l ଯଦି ଦେଖିବା ତେବେ ଏହି ଅଭ୍ୟାସ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଓ ଆଧ୍ୟତ୍ମିକ ଦୃଷ୍ଟିରୁ ଠିକ ନୁହେଁ l ଡେରିରେ ଉଠିଲେ ଆମେ ରୋଗରେ ପଡି ଥାଉ ଓ ସକାରାତ୍ମକ ଉର୍ଜା ଆମ ନିକଟରୁ ଦୁରେଇ ଯାଇଥାଏ l ସୂର୍ଯ୍ୟ ଆମ ଜୀବନରେ ସକାରାତ୍ମକ ଉର୍ଜା ଭରି ଥାଆନ୍ତି ତେଣୁ ସକାଳୁ ଶୀଘ୍ର ଉଠିବା ଆବଶ୍ୟକ l

* ଇଆଡ଼େ ସିଆଡେ ଛେପ ପକାଇବା ଉଚିତ ନୁହେଁ – ଆମ ଭିତରୁ କିଛି ଲୋକ ରହିଛନ୍ତି ଯେଉଁମାନେ ପାନ କିମ୍ବା ଗୁଟୁକା ସେବନ କରି ଯୋଉଠି ପାରନ୍ତି ଛେପ ପକାଇ ଥାଆନ୍ତି l ବାସ୍ତୁ ଦୃଷ୍ଟିରୁ ଦେଖିବାକୁ ଗଲେ ଏହା ଗୋଟିଏ ଭୁଲ ଅଭ୍ୟାସ ଏହାଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି l

Leave A Reply

Your email address will not be published.