ନୂଆଦିଲ୍ଲୀ : ମୁମ୍ବାଇ ସହିତ ସମଗ୍ର ମହାରାଷ୍ଟ୍ର ରେ ଓମୀକ୍ରାନ୍ ଦୃତ ଗତିରେ ବଢ଼ିବାକୁ ଲାଗିଚି । ସଂକ୍ରମଣ ରୁ ରକ୍ଷା ପାଇବା ପାଇଁ ମହାରାଷ୍ଟ୍ର ସରକାର ଲଗାତାର ପ୍ରୟାସ କରି ଆସୁଛନ୍ତି । ସରକାର ମୁମ୍ବାଇ ରେ ଭିଡ ଉପରେ ନିୟନ୍ତ୍ରଣ କରିବା ପାଇଁ ଟାସ୍କ ଫୋର୍ସ ସହିତ ବୈଠକ କରୁଛନ୍ତି । ମୁମ୍ବାଇ ରେ କରୋନା ସଂକ୍ରମଣ ୫୦ ହଜାର ରୁ ୧ ଲକ୍ଷ ଆଶଙ୍କା ରହିଛି ।
ମହାରାଷ୍ଟ୍ର ର କ୍ୟାବିନେଟ୍ ମନ୍ତ୍ରୀ ଆସଲମ୍ ସେଖ କହିଛନ୍ତି ସାରା ଦେଶରେ କରୋନା ସଂକ୍ରମଣ ଦୃତ ଗତିରେ ବଢ଼ି ଚାଲିଛି । ତା ସହିତ ବିଦେଶରେ ମଧ୍ୟ ପ୍ରତିଦିନ କରୋନା ଦୃତ ଗତିରେ ବଢ଼ି ଚାଲିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଟାସ୍କ ଫୋର୍ସ ଗଠନ କରି ଯଥା ସମ୍ଭବ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି ।
ମୁମ୍ବାଇ ସହିତ ସାରା ଦେଶରେ ନୂଆ ବର୍ଷ ପାଳନ କୁ ନେଇ ରୋକ୍ ଲଗାଯାଇଛି । କିଛିଦିନ ପୂର୍ବରୁ କେନ୍ଦ୍ରୀୟ ଯାଞ୍ଚ ଏଯେନ୍ସି ଙ୍କୁ ସୂଚନା ମିଳିଛି ଯେ ମୁମ୍ବାଇ ଉପରେ ଖଲିସ୍ଥାନି
ଆତଙ୍କବାଦୀ ମାନେ ଆକ୍ରମଣ କରି ପାରନ୍ତି । ଏହା ସହିତ ଜଣେ ସନ୍ଦିଗ୍ଧ ଙ୍କ ସୂଚନା ମଧ୍ୟ ମିଳିଛି । ଏହାପରେ ମୁମ୍ବାଇ କୁ ହାଇ ଆଲର୍ଟ କରାଯାଇଛି ।
ସମସ୍ତ ପୋଲିସ କର୍ମୀ ଙ୍କ ଛୁଟି ବାତିଲ କରାଯାଇଛି । ସମସ୍ତ ପୋଲିସ କର୍ମୀ ନିଜ ନିଜ ସ୍ତରରେ ଉକ୍ତ ସନ୍ଦିଗ୍ଧ ର ଛନ୍ ଭିନ୍ କରୁଥିଲେ । ପରେ ଜଣା ପଡିଲା ଯେ ଉକ୍ତ ସନ୍ଦିଗ୍ଧ ବ୍ୟକ୍ତି ବିଦେଶରେ ଧରା ପଡ଼ିଛି । ମିଳିଥିବା ସୂଚନା ଅନୁସାରେ ଆତଙ୍କବାଦୀ ମାନେ ମୁମ୍ବାଇ ର ଜନଗହଳି ସ୍ଥାନ ଗୁଡିକରେ କିଛି ଅଘଟଣ ଘଟାଇ ପାରନ୍ତି । ସେଥିପାଇଁ ଡିସେମ୍ବର ୩୧ ତାରିଖ ଦିନ ଅଧିକ ସୁରକ୍ଷା କୁ କଡାକଡି କରାଯିବ ।
କରୋନା ର ବଢୁଥିବା ମାମଲା କୁ ଦେଖି ମୁମ୍ବାଇ ରେ ସମସ୍ତ ନୂଆବର୍ଷ ପାର୍ଟି କୁ କ୍ୟାନ୍ସେଲ କରାଯାଇଛି ।