ଗବେଷକଙ୍କ ମତ : ଆପଣଙ୍କର ଏହିସବୁ ଅଭ୍ୟାସ ଆପଣଙ୍କ ମସ୍ତିଷ୍କକୁ ନିଷ୍କ୍ରିୟ କରିଦେବ, ସମୟ ଥାଉ ଥାଉ ହୋଇ ଯାଆନ୍ତୁ ସଜାଗ
ଆମର ସମ୍ପୂର୍ଣ ଶରୀରକୁ ମସ୍ତିଷ୍କ ନିୟନ୍ତ୍ରଣ କରିଥାଏ l ଆମେ ଯେଉଁ କାର୍ଯ୍ୟ କରୁ ସେଥିପ୍ରତି ଆମେ ମସ୍ତିଷ୍କର ନିର୍ଦେଶ କ୍ରମେ ସତର୍କ ରହିଥାଉ l ଯେଉଁ ବ୍ୟକ୍ତିର ମସ୍ତିଷ୍କ ଠିକ ଭାବରେ କାର୍ଯ୍ୟ କରିଥାଏ ସେ ସମସ୍ତ ନିଷ୍ପତି ଠିକ ଭାବରେ ନେଇ ପାରିଥାଏ l କିନ୍ତୁ ଏପରି କାର୍ଯ୍ୟ ରହିଛି ଯାହା ଆମ ମସ୍ତିଷ୍କକୁ ନିଷ୍କ୍ରିୟ କରି ଦେଇଥାଏ ଓ ଆମେ ଜାଗ୍ରତ ଅବସ୍ଥାରେ ମଧ୍ୟ ଠିକ ନିଷ୍ପତି ନେଇ ପାରି ନଥାଉ l ଯେଉଁ କାରଣରୁ ଭବିଷ୍ୟତରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାଉ l
* ଠିକ ପରିମାଣ ର ନ ଶୋଇବା –
ସବୁବେଳେ ଉଚିତ ପରିମାଣର ଶୋଇବା ଆବଶ୍ୟକ l କାରଣ ଯଦି ଆମେ ଉଚିତ ପରିମାଣର ନ ଶୋଉଚୁ ତେବେ ଏହା ଆମକୁ ମାନସିକ ଚାପ ଦ୍ୱାରା ଭାରାକ୍ରାନ୍ତ କରିବ l ଏହାଦ୍ୱାରା ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡିବା ସହିତ କାର୍ଯ୍ୟରେ ବାଧା ଉପୁଜିବ l ତେଣୁ ଯଦି ଆପଣ କାର୍ଯ୍ୟ ଭାରରେ ବ୍ୟସ୍ତ ରହୁଛନ୍ତି ତେବେ ଯେଉଁ ସମୟରେ ମସ୍ତିଷ୍କ ଥକି ଯାଉଛି ବିଶ୍ରାମ କରନ୍ତୁ l
* ଅଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟରେ ମଗ୍ନ ରହିବା –
ଆମ ମଧ୍ୟରୁ କିଛିଟା ବ୍ୟକ୍ତି ରହିଛନ୍ତି ଯେଉଁମାନେ ନିଜକୁ ଅଧିକ କାମ ଭାରରେ ମଗ୍ନ ରଖି ଥାଆନ୍ତି l କାମ କରିବା ଭଲ, କିନ୍ତୁ ଆବଶ୍ୟକତା ଠାରୁ ଅଧିକ କାର୍ଯ୍ୟ କରୁଛନ୍ତି ଯଦି ସେହିଭଳି କିଛି ସମୟ ନିଜପାଇଁ ବାହାର କରି ସାଙ୍ଗ ସାଥୀଙ୍କ ସହିତ ବିତାନ୍ତୁ l
* ଆବଶ୍ୟକତା ଠାରୁ ଅଧିକ ଚିନ୍ତା କରିବା –
ଜୀବନରେ ଭଲମନ୍ଦ ଲାଗି ରହିଥାଏ l କିନ୍ତୁ କୌଣସି କଥାକୁ ନେଇ ଅଧିକ ଭାବବିହ୍ୱଳ ହୋଇ ଭାବିବା ଦ୍ୱାରା ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡିଥାଏ l ଏହା ମସ୍ତିଷ୍କର କାର୍ଯ୍ୟ କ୍ଷମତାକୁ ଦୁର୍ବଳ କରି ଦେଇଥାଏ l ତେଣୁ ନିଜକୁ ଚିନ୍ତା ମୁକ୍ତ ରଖିବା ପାଇଁ ବିଭିନ ପୁସ୍ତକ ପଢିବା ଓ ଗୀତ ଶୁଣିବା ଅଭ୍ୟାସ କରିବା ଉଚିତ l
* ଉଚିତ ଆହାର ଆବଶ୍ୟକ –
ଶରୀରର ସମସ୍ତ ଅଙ୍ଗ ଠାରୁ ଗୁରୁତ୍ୱପୂର୍ଣ ଅଙ୍ଗ ହେଉଛି ମସ୍ତିଷ୍କ l ମସ୍ତିସ୍କ ପାଇଁ ଉପଯୁକ୍ତ ଖାଦ୍ୟ ଆବଶ୍ୟକ l ଉଚିତ ପରିମାଣର ଖାଦ୍ୟ ସହିତ ପୌଷ୍ଟିକ ଖାଦ୍ୟ ଦରକାର l ତେଣୁ ପ୍ରଚୁର ପରିମାଣରେ ବିଭିନ୍ନ ପନିପରିବା, ଫଳମୂଳ ଖାଇବା ଉଚିତ l ଏହାଛଡା ଦୁଗ୍ଧ ଜାତୀୟ ଜିନିଷ ଓ ଆମିଷ ଜିନିଷକୁ ମଧ୍ୟ ଗୁରୁତ୍ୱ ଦିଆ ଯିବା ଆବଶ୍ୟକ l ମାଛ ସପ୍ତାହକୁ ନିହାତି ଥରଟିଏ ଖାଇବା ଉଚିତ l
