Odisha news

ଶାକାହାରୀ ଲୋକଙ୍କ ପାଇଁ କାର୍ତ୍ତିକ ମାସରେ ହାଇ ପ୍ରୋଟିନ ଯୁକ୍ତ ଖାଦ୍ୟ ଆବଶ୍ୟକ

ବର୍ତ୍ତମାନ୍ କାର୍ତ୍ତିକ ମାସ ଆରମ୍ଭ ହୋଇ ଯାଇଛି । ଏହି ମାସରେ ଅଧିକାଂଶ ଲୋକ ସମ୍ପୂର୍ଣ୍ଣ ଭାବରେ ଶାକାହାରୀ ଖାଦ୍ୟ ଗ୍ରହଣ କରି ଥାଆନ୍ତି । ଏହି ମାସରେ ନିଜର ଶରୀରକୁ ଶକ୍ତି ଯୋଗାଇବା ପାଇଁ ହାଇ ପ୍ରୋଟିନ ଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି । ପ୍ରତିଦିନ ଆମ ଖାଦ୍ୟରେ ୧୫ରୁ୩୫ ପ୍ରତିଶତ ପ୍ରୋଟିନ ଯୁକ୍ତ ଖାଦ୍ୟ ରହିବା ଆବଶ୍ୟକ । ପ୍ରୋଟିନ କାରଣରୁ ଆମ ଶରୀରକୁ ଭରପୁର ଆମିନୋ ଏସିଡ ମିଳିଥାଏ । ଆମ ଶରୀରର ଗ୍ରୋଥ ଓ ଶକ୍ତି ଠିକ୍ ରଖିବା ପାଇଁ ପ୍ରୋଟିନ ଆବଶ୍ୟକ ହୋଇଥାଏ ।

ଅଧିକାଂଶ ଲୋକ ନନ୍ ଭେଜ୍ କୁ ପ୍ରୋଟିନ ର ସୋର୍ସ ଭାବରେ ଗ୍ରହଣ କରି ଥାଆନ୍ତି । ଏହାର ଅର୍ଥ ନୁହେଁ ଯେ ଶାକାହାରୀ ଭୋଜନରେ ପ୍ରୋଟିନ ମିଳି ନଥାଏ ।

ଆସନ୍ତୁ ଆଜି ଜାଣିବା କାର୍ତ୍ତିକ ମାସରେ କେଉଁ ସବୁ ଶାକାହାରୀ ଭୋଜନରେ ଆମକୁ ପ୍ରୋଟିନ ମିଳିବ ।

* ଦୁଗ୍ଧ ଓ ଦହି – ପ୍ରୋଟିନ ର ମତ୍ରକୁ ଠିକ୍ ରଖିବା ପାଇଁ ଆପଣ ନିଜ ଖାଦ୍ୟରେ ଦୁଗ୍ଧ ଓ ଦହି ସାମିଲ କରିବା ଆବଶ୍ୟକ । ୧୦୦ ମିଲି ଦୁଗ୍ଧ ରୁ ୩.୬ ଗ୍ରାମ ପ୍ରୋଟିନ ମିଳିଥାଏ ।

* ଶୋୟାବିନ – ପ୍ରୋଟିନ ପାଇଁ ଶାକାହାରୀ ସ୍ରୋତ ରେ ସୋୟବିନ ଗୋଟିଏ ଭଲ ବିକଳ୍ପ । ଆପଣ ନିୟମିତ ସେବନ କରିବା ଦ୍ୱାରା ପ୍ରୋଟିନ ଆବଶ୍ୟକତା କୁ ପୁରା କରିଥାଏ ।

* ପନିର – ପନିର ପ୍ରୋଟିନ ର ଆବଶ୍ୟକତା କୁ ପୁରା କରିଥାଏ । ତେଣୁ ଏହି ମାସରେ ପନିର କୁ ନିଜ ଖାଦ୍ୟରେ ସାମିଲ କରନ୍ତୁ ।

* ଡାଲି – ଡାଲିକୁ ନିୟମିତ ନିଜ ଖାଦ୍ୟରେ ସାମିଲ କରନ୍ତୁ । ସମସ୍ତ ଡାଲି ରେ ପ୍ରୋଟିନ ର ମାତ୍ରା ସବୁଠୁ ଅଧିକ ଥାଏ ।

* ବୁଟ – ପ୍ରୋଟିନ ପାଇଁ ବଟ ସେବନ କରିବା ଉଚିତ୍ । ଆପଣ ବୁଟ ଗଜା ଓ ବୁଟ ଭଜା ନିୟମିତ ଭାବରେ ଖାଦ୍ୟରେ ସାମିଲ କରି ପାରିବେ ।

* ପନିପରିବା – ଆମେ ଖାଉଥିବା ସମସ୍ତ ପନିପରିବା ରେ ଅନେକ ମାତ୍ରାରେ ପ୍ରୋଟିନ ଭରି ରହିଛି । ପ୍ରୋଟିନ ପାଇଁ ଫୁଲକୋବି , ମଟର , ପାଳଙ୍ଗ , ଛତୁ , ଇତ୍ୟାଦିରେ ପ୍ରଚୁର ମାତ୍ରାରେ ପ୍ରୋଟିନ ରହିଛି ।

Comments are closed.