Odisha news

ନିଜ ସନ୍ତାନକୁ କିପରି କରାଇବେ ଦାୟିତ୍ବ ବାନ୍ : ଜାଣନ୍ତୁ ବିଶେଷଜ୍ଞଙ୍କ ମତ

ଯେତେବେଳେ ପିତାମାତା ସନ୍ତାନ ମାନଙ୍କର ଲାଳନ ପାଳନ କରି ଥାଆନ୍ତି , ସେତେବେଳେ ଧ୍ୟାନ ରଖନ୍ତି ତାଙ୍କ ସନ୍ତାନ ମାନେ ଅଧିକରୁ ଅଧିକ ସୁଖ ସୁବିଧା ଲାଭ କରନ୍ତୁ ଓ ଘରର ବିଭିନ୍ନ ଦାୟିତ୍ଵ ଠାରୁ ଦୂରେଇ ରୁହନ୍ତୁ । କିନ୍ତୁ ଦାୟିତ୍ଵ ଠାରୁ ସନ୍ତାନ ମାନଙ୍କୁ ଦୂରେଇ ରଖିବା ଆଦୌ ଠିକ୍ କଥା ନୁହେଁ । ଗବେଷକଙ୍କ ମତରେ ସବୁ ପିତାମାତା ନିଜର ସନ୍ତାନ ମାନଙ୍କୁ ଯଦି ଦାୟିତ୍ଵ ଦେବେ , ତେବେ ସେମାନେ ଗୋଟିଏ ସଫଳ ମଣିଷ ହୋଇ ପାରିବେ । ଏହାର ପ୍ରଥମ ପ୍ରୟାସ ପିତାମାତା ହିଁ କରିବା ଉଚିତ୍ । ପିଲାଙ୍କ ବୟସ ଅନୁସାରେ ସେମାନଙ୍କୁ ଦାୟିତ୍ଵ ଦେବା ଆବଶ୍ୟକ ।

ନଚେତ୍ ପିତାମାତା ସମୟ ଆସିଲେ ଚିନ୍ତାରେ ପଡ଼ି ଥାଆନ୍ତି ଯେ ତାଙ୍କ ସନ୍ତାନ ଦାୟିତ୍ଵ ବାନ ହୋଇ ପାରିଲା ନାହିଁ । ସେତେବେଳକୁ ଚାହିଁଲା ବେଳକୁ ଆଉ ତାହା ସମ୍ଭବ ହୋଇ ନଥାଏ ।

* ପିତାମାତା ନିଜ ସମସ୍ୟା ସନ୍ତାନ କୁ କହିବା ଉଚିତ୍ –
ପିତାମାତା ନିଜର ଅସୁବିଧା ବିଷୟରେ ସନ୍ତାନ ନିକଟରେ ଆଲୋଚନା କରିବା ଉଚିତ୍ । କିନ୍ତୁ ଏପରି କିଛି ଆଲୋଚନା କରନ୍ତୁ ନାହିଁ ଯାହା ପିଲାଟି ର କୋମଳ ମନରେ ପ୍ରଭାବ ପକାଇବ । କିନ୍ତୁ ନିଜର ଛୋଟ ଛୋଟ ଅସୁବିଧା ଓ ଶାରିରୀକ କଷ୍ଟ ବିଷୟରେ କହିବା ଉଚିତ୍ । ଯେଉଁ କାରଣରୁ ପିଲାଟି ନିଜର କିଛିଟା ଦାୟିତ୍ଵ ବୋଧ ହେବା ଆବଶ୍ୟକ ଏବଂ ଅସୁବିଧା କୁ ବୁଝି ତା ସହିତ ଆଡଜଷ୍ଟ କରିବା ଜରୁରୀ ।

* ନିଜ ସନ୍ତାନ ନିକଟରୁ କିଛିଟା ଆଶା ରଖନ୍ତୁ –
ସମସ୍ତ ପିତାମାତା ବିନା କୌଣସି ଆଶା ରେ ନିଜ ସନ୍ତାନକୁ ଅନାବିଳ ପ୍ରେମ କରି ଥାଆନ୍ତି । କିନ୍ତୁ ନିଜ ସନ୍ତାନକୁ ଏପରି କିଛି କାର୍ଯ୍ୟ ଦେବା ଆବଶ୍ୟକ ଯାହାକୁ ସିଏ ଠିକ୍ ଭାବରେ ବୁଝି ସୁଝି ଦାୟିତ୍ୱରେ ସହିତ କରିବା ଉଚିତ୍ । ଯେଉଁ କାର୍ଯ୍ୟକୁ ସେମାନେ କରି ପାରିବେ ସେପରି କିଛି କାର୍ଯ୍ୟ ଦିଅନ୍ତୁ ।

* ସମସ୍ତ ଆଲୋଚନା ରେ ସାମିଲ କରାନ୍ତୁ –
ଘରେ ଯାହା କିଛି ଛୋଟବଡ ନିର୍ଣ୍ଣୟ ନିଆ ଯାଉଛି ସେଥିରେ ନିଜ ସନ୍ତାନକୁ ସାମିଲ କରାନ୍ତୁ । ସେମାନେ ଯଦି ତାହାକୁ ଜାଣିବେ ତେବେ ସଚେତନ ହେବେ ।

* ଗୁରୁଜନ ମାନଙ୍କ ପ୍ରତି ଦାୟିତ୍ଵ ବାନ୍ ହେବା ଉଚିତ୍ – ପିଲା ମାନଙ୍କୁ ସବୁବେଳେ ଘରେ ଥିବା ବୟସ୍କ ବ୍ୟକ୍ତିଙ୍କ ପ୍ରତି ଧ୍ୟାନ ଦେବାକୁ ସଚେତନ କରାନ୍ତୁ । ତା ସହିତ ତାଙ୍କ ଉପରେ ଭରସା ରଖନ୍ତୁ । ଯଦି ନିଜେ ଅସୁସ୍ଥତା ଅନୁଭବ କରୁଛନ୍ତି ତେବେ ନିଜ ପିଲାକୁ ପରିସ୍ଥିତି ସହିତ ଖାପ ଖାଇବା ପାଇଁ ବୁଝେଇ ଦିଅନ୍ତୁ ।

Comments are closed.