ଭୂବନେଶ୍ୱର, ୨୪/୧୦: ଆର୍ନ୍ତଜାତୀୟ ଖ୍ୟାତି ସମ୍ପନ୍ନ ବ୍ୟାଡମିଣ୍ଟନ୍ ଖେଳାଳୀ ୠତାପର୍ଣ୍ଣା ପଣ୍ଡା ୨୦୨୧
ମସିହାର ସମ୍ମାଜନକ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟା ବିବେଚିତ ହୋଇଛନ୍ତି । ଆଜି ଅନୁଷ୍ଠିତ
ଏକଲବ୍ୟ ପୁରସ୍କାର ଜୁରୀ କମିଟି ବୈଠକରେ ସର୍ବସମ୍ମତି କ୍ରମେ ତାଙ୍କୁ ୨୯ତମ ଏକଲବ୍ୟ ପୁରସ୍କାର
ବିଜେତା ଘୋଷଣା କରାଇଛି ।
ୠତାପର୍ଣ୍ଣା ପଣ୍ଡା, ୦୧.୦୪.୨୦୧୯ ରୁ ୩୧.୦୩.୨୦୨୧ ମଧ୍ୟରେ ବହୁ ଆର୍ନ୍ତଜାତୀୟ ପ୍ରତିଯୋଗିତାରେ
ଦେଶର ପ୍ରତିନିଧିତ୍ୱ କରି ବହୁବାର ଭାରତର ବିଜୟରେ ଗୁରୁତପୁର୍ଣ୍ଣ ଭୂମିକା ତୁଲେଇ ନିଦ୍ୱର୍ନ୍ଦରେ ଏକଲବ୍ୟ
ପୁରସ୍କାର ପାଇବାକୁ ଯୋଗ୍ୟା ବିବେଚିତ ହୋଇଛନ୍ତି । କୋଭିଡ୍ କଟକଣାର ସମସ୍ତ ନିୟମ ପାଳନ ପୁର୍ବକ
ଆଗାମୀ ଏକ ନିରାଡାମ୍ୱର ଏକଲବ୍ୟ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସେ ୫ ଲକ୍ଷ ଟଙ୍କା ଓ ମାନପତ୍ରରେ
ପୁରସ୍କୃତ ହେବେ । ତାଙ୍କ ସହ ଦୁଇ ଉପବିଜେତା; ଆର୍ନ୍ତଜାତୀୟ ସାଇକେଲ୍ ∙ଳିକା ସ୍ୱାସ୍ତୀ ସିଂହ ଓ
ଆର୍ନ୍ତଜାତୀୟ ଫୁଟ୍ବଲ୍ ଖେଳାଳୀ ପ୍ୟାରୀ ଖାଖା, ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ଓ ମାନପତ୍ର ଦ୍ୱାରା
ସମ୍ମାନିତ କରାଯିବ ।
ଭାରତର ପ୍ରମୁଖ ଫେରୋ ଆଲଏଜ୍ ଊତ୍ପାଦନକାରୀ କମ୍ପାନୀ ଇମ୍ଫା ଦ୍ୱାରା ପରି∙ଳିତ \”ଇଣ୍ଡିଆନ୍ ମେଟାଲସ୍
ପବ୍ଳିକ୍ ∙ରିଟେବଲ୍ ଟ୍ରଷ୍ଟ୍ (ଇମ୍ପାକ୍ଟ)\’ ଦ୍ୱାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା
କରାଯାଇଥିଲା । ଜାତୀୟସ୍ତରର ବହୁ ପୁରସ୍କାର ସମାନ୍ତରାଳରେ ଏବେ ଏହା ଓଡିଶାର ସବୁଠାରୁ
ମର୍ଯ୍ୟାଦାଜନକ କ୍ରୀଡା ସମ୍ମାନ ରୂପେ ପ୍ରଖ୍ୟାତ । କ୍ରୀଡା କ୍ଷେତ୍ରରେ ବିଗତ ଦୁଇ ବର୍ଷ ମଧ୍ୟରେ ଉଲ୍ଲେଖନୀୟ
ପ୍ରଦର୍ଶନ ନିମନ୍ତେ ଯୁବ ଓଡିଆ କ୍ରୀଡାବିତ୍ମାନଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ । ବହୁ
ଏକଲବ୍ୟ ପୁରସ୍କାର ବିଜେତା ମାନଙ୍କୁ ସମୀକ୍ଷା କରିଦେଖାଯାଇଛି ଯେ ଏହି ପୁରସ୍କାର ସେମାନଙ୍କ
ଆତ୍ମପ୍ରତ୍ୟୟ ବୃଦ୍ଧିରେ ବେଶ୍ ସହାୟକ ସାବ୍ୟସ୍ତ ହୋଇଛି ।
ଚଳିତ ବର୍ଷ ଏକଲବ୍ୟ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିବା ଅବସରରେ \”ଇମ୍ପାକ୍ଟ\’ର ଟ୍ରଷ୍ଟି ତଥା
ଅଧ୍ୟକ୍ଷ ଏକଲବ୍ୟ ପୁରସ୍କାର କମିଟି, ଶ୍ରୀ ବୈଜୟନ୍ତ ପଣ୍ଡା କହିଲେ, \”\”ଏହି ପୁରସ୍କାର ମାଧ୍ୟମରେ
ରାଜ୍ୟର ଉଦୀୟମାନ କ୍ରୀଡାବିତ୍ମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ହେଉଛି ଆମର ମୂଳ ଲକ୍ଷ୍ୟ,
ଯାହାଫଳରେ ସେମାନେ ଅଧିକରୁ ଅଧିକ ଉନ୍ନତ କ୍ରୀଡା ପ୍ରଦର୍ଶନକରି ରାଜ୍ୟ ତଥା ଦେଶ ପାଇଁ ସୁନାମ
ଅର୍ଜନ କରିପାରିବେ । କ୍ରୀଡା ବ୍ୟତୀତ ସାହିତ୍ୟ, କଳା, ସ୍ଥାପତ୍ୟ ଓ ସ୍ୱାସ୍ଥ୍ୟସେବା ଆଦିକୁ ମଧ୍ୟ ପ୍ରୋତ୍ସାହନ
ପ୍ରଦାନ କରାଉଛି, ଯାହା ଆଗକୁ ମଧ୍ୟ ଜାରି ରହିବ ।
Comments are closed.