ନୂଆଦିଲ୍ଲୀ : ଆଜିକାଲି ସମସ୍ତଙ୍କର ସବୁ ସ୍ଥାନ ଓ ସମୟରେ ଇଣ୍ଟରନେଟ୍ ଆବଶ୍ୟକ । କାରଣ ଆଜିକାଲିର ଯୁଗ ହେଉଛି ଇଣ୍ଟରନେଟ୍ ଓ ସୋସିଆଲ ମିଡ଼ିଆର ଯୁଗ । ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକ ମଧ୍ୟରୁ ସବୁଠୁ ଅଧିକ ହ୍ୱାଟ୍ସ୍ଆପ ସବୁଠୁ ଅଧିକ ବ୍ୟବହାର ହୋଇଥାଏ । ଏହି ହ୍ୱାଟ୍ସ୍ଆପ ବ୍ୟବହାର କରିବା ପାଇଁ ସାଧାରଣତଃ ଇଣ୍ଟରନେଟ୍ ର ଆବଶ୍ୟକତା ପଡ଼ିଥାଏ । ବେଳେବେଳେ ଏହିପରି ମଧ୍ୟ ହୋଇଥାଏ ଆମ ଇଣ୍ଟରନେଟ୍ ପ୍ୟାକ୍ ସରିଯିବା କାରଣରୁ କିମ୍ବା ନେଟ ୱାରକ୍ ନଥିବା କାରଣରୁ ହ୍ୱାଟ୍ସ୍ଆପ ବ୍ୟବହାର କରିପାରି ନଥାଉ । ଆପଣଙ୍କ ପାଇଁ ଗୋଟିଏ ଏପରି ଉପାୟ ଆସିଚି ଯାହାଦ୍ଵାରା ଆପଣ ବିନା ଇଣ୍ଟରନେଟ ରେ ହ୍ୱାଟ୍ସ୍ଆପ ଖୁବ୍ ଭଲରେ ବ୍ୟବହାର କରି ପାରିବେ ।
ବିନା ଇଣ୍ଟରନେଟ୍ ରେ ହ୍ୱାଟ୍ସ୍ଆପ ୟୁଜ୍ କରିବା ଅସମ୍ଭବ ନୁହେଁ , ସେଥିପାଇଁ କେବଳ ଆପଣଙ୍କୁ ଗୋଟିଏ ଏକ୍ସ୍ତ୍ରା ସିମ୍ କିଣିବାକୁ ପଡ଼ିବ ।
ଏହି ଖାସ୍ ସିମ ର କରନ୍ତୁ ବ୍ୟବହାର –
ଚାଟ୍ ଶିମ୍ ନାମକ ଗୋଟିଏ ବିଶେଷ ଧରଣର ଶିମ କାର୍ଡ ଆପଣଙ୍କୁ ବିନା ଇଣ୍ଟରନେଟ୍ ରେ ହ୍ୱାଟ୍ସ୍ଆପ ବ୍ୟବହାର କରିବା ପାଇଁ ସୁବିଧା ଦେଉଛି । ଏହି ଶୀମ କାର୍ଡ କୁ କିଣିବା କିଛି ଅସୁବିଧା ନୁହେଁ । ଏହାକୁ ଆପଣ ଅନଲାଇନ୍ ରେ ଯେ କୌଣସି ଇ – କମର୍ସ ୱେବ୍ ସାଇଡ ରୁ କିଣି ପାରିବେ କିମ୍ବା ଚାଟ୍ ସୀମ ୱେବ୍ ସାଇଟ୍ ରୁ ସିଧା ସଳଖ ଅର୍ଡର୍ କରି ପାରିବେ । ଏହି ସୀମ କାର୍ଡ ଟିକୁ ଆପଣ ସୁବିଧାରେ ନିଜର ସ୍ମାର୍ଟ ଫୋନ୍ ରେ ଇନସର୍ଟ କରି ପାରିବେ ।
କଣ ରହିଛି ଏଥିରେ ବିଶେଷତା –
ସାଧାରଣ ସିମ କାର୍ଡ ତୁଳନାରେ ଏହି ଚାଟ୍ ସୀମ କାର୍ଡ ର ମୂଲ୍ୟ ଖୁବ୍ ଅଧିକ । ଯଦି ଆପଣ ଏହି ସିମ କାର୍ଡ ଟିକୁ ବ୍ୟବହାର କରିବେ ତେବେ ଆପଣଙ୍କୁ ଆଉ ଇଣ୍ଟରନେଟ୍ ଆବଶ୍ୟକ ପଡ଼ିବ ନାହିଁ ।
ଆପଣ ନିଜର ଚାଟ୍ ପାଇଁ ଏହି ସିମ ଟିକୁ ଦେଶ ଓ ବିଦେଶ ସବୁ ସ୍ଥାନରେ ବ୍ୟବହାର କରି ପାରିବେ । ଏହି ସୀମ୍ ଟିକୁ କିଣିବେ ତେବେ ଏହାକୁ ୧ବର୍ଷ ପର୍ଯ୍ୟନ୍ତ ବିନା ରିଚାର୍ଜ୍ କରିବାର ଆବଶ୍ୟକ ନାହିଁ । ଏହି ସୀମ୍ ଟିର ମୂଲ୍ୟ ପାଖାପାଖି ୧୮୦୦ ଟଙ୍କା ଅଟେ ।
Comments are closed.