ନୂଆଦିଲ୍ଲୀ : ସାରା ବିଶ୍ବରେ ଦିନକୁ ଦିନ ବଢୁଥିବା ରାସ୍ତା ଜାମ୍ ବର୍ତ୍ତମାନ୍ ଗୋଟିଏ ବଡ଼ ସମସ୍ୟା ଭାବରେ ଦେଖା ଦେଇଛି । ଏହି ଟ୍ରାଫିକ ସମସ୍ୟା ବିଶ୍ଵର କାରଣ ଅଟେ । ଭାରତରେ ଦିଲ୍ଲୀ ମୁମ୍ବାଇ ଭଳି ବଡ଼ ସହର ରେ ପ୍ରାୟ ସବୁଦିନ ଟ୍ରାଫିକ ଯାମ୍ ଦେଖା ଯାଇଥାଏ । ଏପରି ସ୍ଥିତି ରେ ସମସ୍ତଙ୍କ ମସ୍ତିଷ୍କ ରେ ଏପରି ଚିନ୍ତା ଆସିଥାଏ ଯେ କିପରି ଗୋଟିଏ କାର୍ ବାହାରି କରି ହୁଅନ୍ତା ଯାହା ଆକାଶରେ ଉଡ଼ି ହେବ ଏବଂ ଟ୍ରାଫିକ ଯାମ ରୁ ରକ୍ଷା ପାଇ ହେବ । ଏହା କୁ ସଫଳ କରିବା ପାଇଁ ବିଶ୍ଵର ସମସ୍ତ ଅଟୋ ମୋବାଇଲ୍ କମ୍ପାନୀ ଗୁଡ଼ିକ ଚେଷ୍ଟା କରି ଚାଲିଛନ୍ତି ।
ଚେନ୍ନାଇ ରେ ପ୍ରସ୍ତୁତ ହେବ ପ୍ରଥମ ହାଇବ୍ରିଡ କାର-
ଫ୍ଲାଇଙ୍ଗ କାର୍ ତିଆରି କରିବା ପାଇଁ ଚେଷ୍ଟା ଜାରି ରହିଛି । କିନ୍ତୁ ପ୍ରଶ୍ନ ଉଠୁଚି ଯେ ଫ୍ଲାଇଙ୍ଗ କାର୍ କେବେ ଲଞ୍ଚ ହେବ । ଭାରତର ଚେନ୍ନାଇ ର ଗୋଟିଏ କମ୍ପାନୀ ଭାରତର ଏହି ହାଇବ୍ରିଡ କାର ତିଆରି କରିବା ପାଇଁ ଚେଷ୍ଟା ଚାଲିଛି । ଗତ ମାସରେ ଚେନ୍ନଇ ର Vinata Aeromobility କନ୍ସେପ୍ଟ୍ ମଡେଲ କୁ ସିଭିଲ
ଏବିଏସନ ମିନିଷ୍ଟର ଜ୍ୟୋତିରଆଦିତ୍ୟ ଶିନ୍ଧିଆ ଅବଲୋକନ କରି ଥିଲେ । ଉକ୍ତ କମ୍ପାନୀ ପକ୍ଷରୁ ଦୁଇ ସିଟ୍ ବିଶିଷ୍ଟ ଫ୍ଲାଇଙ୍ଗ କାର୍ ର ମଡେଲ ଦେଖା ଯାଇଥିଲା । କୁହା ଯାଇଥିଲା ଯେ ଯଦି ଏହା ପ୍ରସ୍ତୁତ ହୋଇଗଲା ତେବେ ଏହା ଏସିଆର ପ୍ରଥମ ଫ୍ଲାଇଙ୍ଗ କାର୍ ହେବ ।
ଗତ କିଛି ବର୍ଷ ହେଲା ବିଶ୍ଵର ଅଧିକାଂଶ ଦେଶ ଫ୍ଲାଇଙ୍ଗ କାର୍ ତିଆରି କରିବା ପାଇଁ ପ୍ରଚୁର ଚେଷ୍ଟା କରି ଚାଲିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ କେହିବି ସଫଳ ହୋଇ ନାହାନ୍ତି । ଦେଖାଯାଉ ଆଗକୁ ଭାରତ କେତେ ସଫଳ ହେଉଛି ।
Comments are closed.