Odisha news

ଭାରତୀୟ ଅଭିଭାବକଙ୍କ ର ଏହିସବୁ ଖରାପ୍ ଅଭ୍ୟାସ ଖୁବ୍ ପ୍ରସିଦ୍ଧ ଅଟେ , ଏହା ତାଙ୍କ ସହିତ ନିଜର ପିଲା ମାନଙ୍କ ଜୀବନକୁ ମଧ୍ୟ ପ୍ରଭାବିତ କରିଥାଏ

ସାରା ବିଶ୍ବରେ ଭାରତୀୟ ଅଭିଭାବକଙ୍କ ର ଗୋଟିଏ ସ୍ଵତନ୍ତ୍ର ସ୍ଥାନ ରହିଛି । ଯେଉଁଥି ପାଇଁ ସେମାନେ ସବୁଠି ପରିଚିତ ହୋଇ ଥାଆନ୍ତି ।

* ଆମ ଭାରତୀୟ ଅଭିଭାବକ ଆବଶ୍ୟକତା ଠାରୁ ଅଧିକ ଯତ୍ନଶୀଳ । ଆମେ ସେଥିପାଇଁ ନିଜକୁ ଭାଗ୍ୟବାନ ମନେ କରିବା ଆବଶ୍ୟକ । କିନ୍ତୁ ଏହା ଆମକୁ ଖୁବ୍ ଅସୁବିଧାରେ ପକାଇ ଥାଏ ଯେତେବେଳେ ଆମେ ବାହାରେ ଚଳି ପାରି ନଥାଉ ।

* ଆମ ଭାରତରେ ଗୁରୁଜନ ମାନଙ୍କ ର ଯେପରି ଆଦର ସତ୍କାର କରାଯାଏ ତାହା ଅନ୍ୟ କେଉଁଠି କରାଯାଏ ନାହିଁ । ଏହା ଗୋଟିଏ ଖୁବ୍ ଭଲ ଅଭ୍ୟାସ ହୋଇଥିଲେ ସୁଧା ଗବେଷକ ମାନଙ୍କ ମତରେ ଭାରତୀୟ ସନ୍ତାନ ମାନେ କୌଣସି କାର୍ଯ୍ୟକୁ କରିବା ପୂର୍ବରୁ ମାତାପିତାଙ୍କ ଅନୁମତି ମାଗନ୍ତି । ଯାହା ତାଙ୍କୁ ସାହସୀ ହେବାରେ ବାଧା ଦେଇଥାଏ ।

* ଭାରତୀୟ ଅଭିଭାବକ ମାନେ ସର୍ବଦା ନିଜ ସନ୍ତାନ ମାନଙ୍କ ବ୍ୟତୀତ ତାଙ୍କ ୭ ପିଢ଼ି ର ଚିନ୍ତା କରି ଥାଆନ୍ତି । ସେଥିପାଇଁ ସେମାନେ ନିଜର ସୁଖ କୁ ବଳିଦାନ ଦେଇ ନିଜ ସନ୍ତାନ ମାନଙ୍କ ସୁଖ ସୁବିଧା ପ୍ରତି ସତର୍କ ରହି ପଇସା ସଞ୍ଚୟ କରିବାରେ ଲାଗନ୍ତି । ତେଣୁ ଜୀବନକୁ ଉପଭୋଗ କରି ପାରନ୍ତି ନାହିଁ ।

* ବିଶେଷଜ୍ଞ ମାନଙ୍କ ମତରେ ଭାରତୀୟ ଅଭିଭାବକ ମାନେ ନିଜ ଯୌନ ଉପଭୋଗ କୁ ମଧ୍ୟ ସନ୍ତାନ ମାନଙ୍କ ଯୋଗୁଁ ତ୍ୟାଗ କରି ଥାଆନ୍ତି । କାରଣ ଆମ ଭାରତୀୟ ମାନଙ୍କ ପାଇଁ ଏହା ଗୋଟିଏ ଅତି ସେନ୍ସିଟିଭ ଘଟଣା ଅଟେ ।

* ଭାରତୀୟ ଅଭିଭାବକ ମାନେ ନିଜର ସ୍ୱପ୍ନକୁ ନିଜ ସନ୍ତାନ ମାନଙ୍କ ଉପରେ ଥୋପି ଦିଅନ୍ତି । ଯେପରିକି ଯଦି ସନ୍ତାନର ଗୋଟିଏ ଭଲ ଗାୟକ ହେବାକୁ ଇଚ୍ଛା ଥାଏ , ତେବେ ସିଏ ନିଜ ଇଚ୍ଛାକୁ ମାରି ଅଭିଭାବକ ଙ୍କ ଇଚ୍ଛାରେ ଡାକ୍ତର , ନର୍ସ କିମ୍ବା ଅନ୍ୟ କେଉଁ ଚାକିରୀ ରେ ନିୟୋଜିତ କରିଥାଏ ।

* ଆମ ଭାରତୀୟ ଅଭିଭାବକ ମାନେ କେବଳ ସନ୍ତାନଙ୍କ ଦାୟିତ୍ଵ ତୁଲାଇବା , ସନ୍ତାନ ର ଆବଶ୍ୟକତା କୁ ପୁରା କରିବା ଓ ସନ୍ତାନକୁ କିପରି ସବୁ ସୁଖ ଦେଇ ପାରିବେ ତାହା କେବଳ ଚେଷ୍ଟା କରନ୍ତି । ସେଥିରେ ସେମାନେ ନିଜ ପାଇଁ ସମୟ ବାହାର କରିବାକୁ ଭୁଲି ଯାଇ ଥାଆନ୍ତି ।

* କେବେବି ନିଜ ସନ୍ତାନଙ୍କୁ ନେଇ ଅନ୍ୟ ସନ୍ତାନ ମାନଙ୍କ ସହିତ ତୁଳନା କରନ୍ତୁ ନାହିଁ । କାରଣ ସବୁ ପିଲା ମାନେ ଅନ୍ୟ ଜଣଙ୍କ ଠାରୁ ସଂପୂର୍ଣ୍ଣ ଅଲଗା ଅଟନ୍ତି । କିନ୍ତୁ ଭାରତୀୟ ଅଭିଭାବକ ମାନେ ସବୁବେଳେ ତୁଳନା କରିବାକୁ ଦେଖିବାର ମିଳିଥାଏ ।

Comments are closed.