ବାସ୍ତୁ ଟିପ୍ସ : ଘରର ଏହି ସ୍ଥାନରେ ଏହିଭଳି ରଖନ୍ତୁ ଆର୍ଟିଫିସିଆଲ ଫାଉଣ୍ଟେନ , ଦୁର ହେବ ନକାରାତ୍ମକ ଶକ୍ତି ଓ ମିଳିବ ସଫଳତା
ଆମ ଘରର ସୁଖ ସମୃଦ୍ଧି ପାଇଁ ଆମେ ଅନେକ ପ୍ରକାରର ବାସ୍ତୁ ଓ ଫେଙ୍ଗଶୁଇ ନିୟମ କୁ ଅବଲମ୍ବନ କରିଥାଉ । କିନ୍ତୁ ଅନେକ ସମୟରେ କିଛିଟା ଜିନିଷ କୁ ଠିକ୍ ଜାଗାରେ ନରଖିବା ଫଳରେ ଅନେକ ପ୍ରକାରର ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ି ଥାଏ । ଅଧିକାଂଶ ସମୟ ଆମେ ଘର ସଜା ଜିନିଷ କୁ ଶୋ ପିସ୍ ଭଳି ରଖିଥାଉ , ଆମେ ଭବିଥାଉ ଏହାର ବାସ୍ତୁ ସହିତ କୌଣସି ସମ୍ପର୍କ ନାହିଁ । କିନ୍ତୁ ଏପରି କିଛି ଜିନିଷ ଅଛି ଯାହାର ବାସ୍ତୁ ସହିତ ଅନେକ ସମ୍ପର୍କ ରହିଛି ।
କିନ୍ତୁ ଯଦି ଫେଙ୍ଗସୁଇ ବାସ୍ତୁ ଦେଖିବା ତେବେ ଏହା ଜୀବନ ଉପରେ ଅନେକ ପ୍ରଭାବ ପକାଇ ଥାଏ । ସେଥି ମଧ୍ୟରୁ ଗୋଟିଏ ହେଲା ଘରେ ରଖା ଯାଇଥିବା ପାଣି ଝରଣା , ଫାଉଣ୍ଟେନ କିମ୍ବା ପାଣି ସମ୍ବନ୍ଧୀୟ କୌଣସି ଶୋ ପିସ୍ ।
* ଘର , କଠୋରି ଓ ଘରର ଅନ୍ୟ ସ୍ଥାନରେ ସକାରାତ୍ମକ ଊର୍ଯା ଆଣିବା ପାଇଁ ବେଳେବେଳେ ଫେଙ୍ଗସୁଇ ପାଣି ର କୌଣସି ବସ୍ତୁକୁ ବ୍ୟବହାର କରିବା ପାଇଁ କୁହାଯାଏ । ଯାହାକୁ ଆମେ ଆପଣାଇ ଘରକୁ ସକାରାତ୍ମକ ଶକ୍ତି ଆଣି ପାରିବା ।
* ଯଦି ଆପଣ ଘରେ ପାଣି ର ଅର୍ଟିଫିଶିଆଲ ଝରଣା ରଖୁଛନ୍ତି ତେବେ ତାହାକୁ ଉତ୍ତର ପୂର୍ବ ଦିଗରେ ରଖନ୍ତୁ । ଭୁଲ୍ ଦିଗରେ ରଖିବା ଦ୍ଵାରା ଆର୍ଥିକ ଅସୁବିଧା ଦେଖା ଦେଇଥାଏ ।
* ସାଧାରଣତଃ ବାସ୍ତୁ ଓ ଫେଙ୍ଗାସୁଇ ଏକ୍ସ୍ ପର୍ଟ୍ ମାନଙ୍କ ମତରେ କେବେବି ପାଣି ବୋହିବା ବନ୍ଦ୍ ନହେବା ଉଚିତ୍ । ଏହାକୁ ୨୪ ଘଣ୍ଟା ଧରି ଚଳାଇବା ଆବଶ୍ୟକ । ଏହାଦ୍ବାରା ଘରକୁ ପଇସା ଆସିବା ମଧ୍ୟ ବନ୍ଦ୍ ହେବ ନାହିଁ ।
Comments are closed.