ନୂଆପଡା-୨୮/୯ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ପ୍ରେମ ସତ୍ୟ,ଶାଶ୍ୱତ ଓ ଚିରନ୍ତନ, ଗତ ୨୬ ତାରିଖ ରବିବାର ଦିନ ପ୍ରାତଃରେ ପ୍ରେମୀ ଯୁଗଳ ଓଢଣୀ ରେ ଦୁହେଁ ଦୁହିଁଙ୍କୁ ହାତରେ ବାନ୍ଧି ଦୁଇ ସହଫୁଟ ତଳକୁ ଗୋଧସ୍ ଜଳ ପ୍ରପାତରେ ଡେଇଁ ସବୁ ଦିନ ପାଇଁ ନିଜ ପ୍ରେମ କାହାଣୀକୁ ଅମର କରି ଚାଲି ଯାଇଥିଲେ ଆରପାରିକୁ ଯେଉଁଠାରୁ ଫେରିବା ଆଉ ସମ୍ଭବ ନୁହେଁ। ଦୁଇ ଦିନ କାଳ ଦମକଳ ବାହିନୀ ଯବାନ ଖୋଜିବା ପରେ ଆଜି ପ୍ରେମୀ ଯୁଗଳଙ୍କ ଅକାତ ପାଣି ରେ ନିଖୋଜ ଘଟଣା ର ୪୮ ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ । ନୂଆପଡା ଦମକଳ ବାହିନୀ ଆଜି ମୃତ ଦେହକୁ ଉଦ୍ଧାର କରିଛନ୍ତି । ମୃତଦେହ ବାହାରିବା ପରେ ଅଞ୍ଚଳରେ ଶୋକ ଖେଳି ଯାଇଛି।
ପ୍ରକାଶ ଥାଉ କି, ଉଭୟଙ୍କ ଜାତି ଅଲଗା ହୋଇଥିବାରୁ ସେମାନଙ୍କୁ ସମାଜ ରେ ମାନ୍ୟତା ନମିଳିବା ଭୟରେ ଆତ୍ମହତ୍ୟା ପୂର୍ବରୁ ସେମାନେ ସୁଇସାଇଡ ନୋଟ୍ ରେ ଉଲ୍ଲେଖ କରି ଛାଡି ଯାଇଥିଲେ, ନୋଟ ରେ ଆହୁରି ଲେଖା ଅଛି ଯେ, ପ୍ରେମ ବିବାହ ଉଦ୍ଦେଶ୍ୟରେ ଗତ ୨୪ ତାରିଖରୁ ଘରୁ ବାହାରିଥିଲେ । ତିନି ଦିନ ଘୁରି ବୁଲିବା ପରେ ସେମାନେ ସମାଜରୁ ସ୍ୱୀକୃତି ନମିଳିବାରୁ ଆତ୍ମହତ୍ୟା ର ପନ୍ଥା ହି ଶେଷ ବାଟ ବୋଲି ବାଛି ନେଇଥିଲେ। ମୃତ ପ୍ରେମୀ ଯୁଗଳ ନୂଆପଡା ଜିଲ୍ଲା ସୀମାନ୍ତ ପଡୋଶୀ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ପିପଲଛେଡି ଥାନା ଥୁଆପାନି ଗାଁର ଧନିରାମ ଅଁଟି ଓ ଦେମତି ସୋରି ବୋଲି ଜଣାପଡିଛି । ଜଳ ପ୍ରପାତର ଅକାତ ପାଣି ଭିତରେ ବହୁ କଷ୍ଟରେ ନୂଆପଡା ଦମକଳ ବାହିନୀ ଅକ୍ଲାନ୍ତ ପରିଶ୍ରମକରି ମୃତ ଦେହ ଖୋଜି ବାହାର କରିବା ପରେ ଧରମବନ୍ଧା ପୋଲିସକୁ ହସ୍ତାନ୍ତର କରିଛନ୍ତି । ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିବା ପରେ ମୃତଦେହ ଜିଲ୍ଲା ଚିକିତ୍ସାଳୟ ରେ ବ୍ୟବଚ୍ଛେଦ ହେବ ବୋଲି ଜଣା ପଡ଼ିଛି ।
Comments are closed.