Odisha news

ପଞ୍ଜାବ ରାଜନୀତିରେ ନୂଆ ମୋଡ଼ : ଆଜି ସନ୍ଧ୍ୟାରେ ଦିଲ୍ଲୀ ରେ ଅମିତ ଶାହା ଙ୍କୁ ସାକ୍ଷାତ କରିପାରନ୍ତି କ୍ୟାପଟେନ ଅମରିନ୍ଦର ସିଂହ

ନୂଆଦିଲ୍ଲୀ : ପଂଜାବ ରାଜନୀତି ସହିତ ଯୋଡି ହୋଇଥିବା ବଡ଼ ଖବର ସାମ୍ନାକୁ ଆସିଛି , କ୍ୟାପଟେନ ଅମରିନ୍ଦର ସିଂହ ଆଜି ସନ୍ଧ୍ୟାରେ ଅମିତ ଶାହା ଙ୍କୁ ସାକ୍ଷାତ କରି ପାରନ୍ତି l ସନ୍ଧ୍ୟା ସାଢେ ୪ଟା ବେଳେ ଅମରିନ୍ଦର ସିଂହ ଦିଲ୍ଲୀ ରେ ପହଞ୍ଚିବେ l ଅମିତ ଶାହା ଙ୍କ ବ୍ୟତୀତ ଜେ ପି ନଡ୍ଡା ଙ୍କୁ ମଧ୍ୟ ଭେଟି ପାରନ୍ତି l ପଞ୍ଜାବ ରେ ସିଧୁ ଙ୍କ ସହିତ ମତାନ୍ତର ପରେ କ୍ୟାପଟେନ ମୁଖ୍ୟମନ୍ତ୍ରୀ ପଦବୀ ରୁ ଇସ୍ତଫା ଦେଇଛନ୍ତି l ଦଳ ଉପରେ ଅପମାନିତ କରିବାର ଆରୋପ ଲଗାଇ ଥିଲେ l

ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଇସ୍ତଫା ଦେବା ସିଧୁ ଙ୍କୁ ନେଇ ଅନେକ ମନ୍ତବ୍ୟ ଦେଇ ଥିଲେ l ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଙ୍କୁ ଅନୁଭବୀ ହିଁ ବୋଲି କହିଥିଲେ l ବର୍ତମାନ ସିଧୁ ପ୍ରଦେଶ କଂଗ୍ରେସ କମିଟି ର ଅଧକ୍ଷ ଅଛନ୍ତି l କ୍ୟାପଟେନ କହିଥିଲେ ଯେ ଆସନ୍ତା ବିଧାନସଭା ମତଦାନ ରେ ସିଧୁ ଙ୍କ ବିପକ୍ଷରେ ଜଣେ ଟାଣୁଆ ପ୍ରତିଯୋଗୀ ଙ୍କୁ ଠିଆ କରାଇବି l ସିଧୁ ହେଉଛନ୍ତି ଦେଶ ପାଇଁ ବିପଦ ବୋଲି କହିଥିଲେ l କାରଣ ପାକିସ୍ତାନ ପ୍ରଧାନମନ୍ତ୍ରୀ ଓ ସେନା ମୁଖ୍ୟଙ୍କ ସହିତ ତାଙ୍କର ନିବିଡ଼ ସମ୍ପର୍କ ରହିଛି l

କ୍ୟାପଟେନ ନିଜର ଇସ୍ତଫା ପରେ କହିଥିଲେ ଯେ ସିଧୁ ଙ୍କୁ ହରାଇବା ପାଇଁ ସମସ୍ତ ପ୍ରକାର ବଳିଦାନ ଦେବାକୁ ପ୍ରସ୍ତୁତ ଅଛି l କଂଗ୍ରେସ କୁ ଚେତାବନୀ ଦେଇ କହିଥିଲେ ଯେ ଯଦି ଆଗାମୀ ବିଧାନସଭାରେ ଯଦି ସିଧୁ ଜଣେ ପ୍ରତିଦ୍ବନ୍ଦୀ ରହିଲେ ତେବେ ତେବେ କଂଗ୍ରେସ ପଞ୍ଜାବ ରୁ ୧୦ ଟି ସିଟ ମଧ୍ୟ ପାଇବ ନାହିଁ l

Comments are closed.