Odisha news

ପିତାଙ୍କର ବଳିଦାନ ଓ ନିଜର ସଂଘର୍ଷ ଦ୍ୱାରା IPS ହୋଇ ପାରିଲେ ଇନ୍ଦ୍ରଜିତ

ନୂଆଦିଲ୍ଲୀ : ଆଜି ଆମେ ଆପଣଙ୍କୁ ଏପରି ଜଣେ ପିତାଙ୍କ ବିଷୟରେ କହିବୁ , ଯିଏ ନିଜ ପୁଅ ର ପଢିବା ପାଇଁ କିଡ୍ନୀ ବିକିବାକୁ ପ୍ରସ୍ତୁତ ଥିଲେ l ବଦଳରେ ତାଙ୍କ ପୁଅ IPS ଅଧିକାରୀ ହୋଇ ତାଙ୍କୁ ଗୌରବାନ୍ୱିତ କରିଛନ୍ତି l IPS ଇନ୍ଦ୍ରଜିତ ମହଥା ଙ୍କର ଜନ୍ମ ଝାରଖଣ୍ଡ ର ବୋକାରୋ ଜିଲ୍ଲାରେ ଗୋଟିଏ ଛୋଟ ଗାଁ ର ଅତ୍ୟନ୍ତ ଗରିବ ପରିବାରରେ ହୋଇଥିଲା l ଇନ୍ଦ୍ରଜିତ ଯେତେବେଳେ ୫ମ ଶ୍ରେଣୀରେ ପାଠ ପଢୁଥିଲେ ତାଙ୍କୁ ଅଫିସର ହେବାର ଇଛା ରହିଥିଲା l ସେ ୫ମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ତାଙ୍କ ଶିକ୍ଷକ ଙ୍କ ନିକଟରୁ ଜିଲ୍ଲା ପ୍ରଶାସନ ବିଷୟରେ ଶୁଣୁଥିବା ସମୟରେ ଏହି ନିଷ୍ପତି ନେଇଥିଲେ l

ତାଙ୍କ ବାପା ଜଣେ ଗରିବ କୃଷକ ଥିବା କାରଣରୁ ବଡ କଷ୍ଟରେ ୨ଓଳି ଖାଇବା ପ୍ରସ୍ତୁତ କରି ପାରୁଥିଲେ l ସେ ପିଲାବେଳେ ଯେଉଁ ଘରେ ରହୁଥିଲେ ସେହି ଘର ମାଟି ଛପର ଘର ଥିଲା l ଘର କାନ୍ଥ ଭାଙ୍ଗିବା କାରଣରୁ ତାଙ୍କ ମା ନିଜ ବାପ ଘରକୁ ଯାଇଥିଲେ କିନ୍ତୁ ଇନ୍ଦ୍ରଜିତ ପାଠ ପଢ଼ୁଥିବା କାରଣରୁ ସେହି ଘରେ ରହିଥିଲେ l ତାଙ୍କ ପାଖରେ ଛୋଟ ବେଳେ ପଇସା ନଥିଲା ତେଣୁ କବାଡିଆ ଦୋକାନରୁ ପୁରୁଣା ବହି ଆଣି ପଢୁଥିଲେ l

ତାଙ୍କୁ ଦିଲ୍ଲୀରୁ ସ୍ନାତକ ପାସ କରାଇବା ପାଇଁ ତାଙ୍କ ପିତା ନିଜର ଖଣ୍ଡିଏ ଚାଷ ଜମି ମଧ୍ୟ ବିକ୍ରି କରି ଦେଇଥିଲେ l ଯେତେବେଳେ ଇନ୍ଦ୍ରଜିତ ପ୍ରଥମ ପ୍ରୟାସ ରେ ଅସଫଳ ହେଲେ ସେତେବେଳେ ତାଙ୍କ ପିତା ତାଙ୍କୁ ଉତ୍ସାହିତ କରିଥିଲେ l ତାଙ୍କ ପିତା କହୁଥିଲେ ଜମି ବିକ୍ରି ହୋଇଗଲା କଣ ହେଲା ତୋ ପାଠ ପଢା ପାଇଁ ମୁଁ ନିଜର କିଡ୍ନୀ ମଧ୍ୟ ବିକ୍ରି କରି ପାରିବି l ପଇସା ପାଇଁ ଚିନ୍ତା କର ନାହିଁ l ପିତା ଙ୍କର ବଳିଦାନ ଓ ତାଙ୍କର ପରିଶ୍ରମ ତାଙ୍କୁ IPS କରିବାକୁ ସକ୍ଷମ କରିଥିଲା l ଇନ୍ଦ୍ରଜିତ ନିଜ ଅଂଚଳ ରେ UPSC ପାସ କରିବାର ପ୍ରଥମ ବ୍ୟକ୍ତି ଥିଲେ l

Comments are closed.