ଆମେ ପ୍ରାୟ ସମସ୍ତେ ନିଜ ପାଖରେ ପର୍ସ ରଖିଥାଉ l କାରଣ ପଇସା ପତ୍ର ସୁବିଧାରେ ରଖି ପାରିବା l କିନ୍ତୁ ବେଳେବେଳେ ଆମେ ପର୍ସ ରେ ଏପରି କିଛି ଜିନିଷ ରଖିଥାଉ ଯାହା ଆମକୁ ଦରିଦ୍ରତା ଆଡକୁ ଟାଣି ନେଇଥାଏ l ଯଦି ଆମେ ଲକ୍ଷ୍ମୀଙ୍କୁ ଅସନ୍ତୁଷ୍ଟ କରିବା ତେବେ ଦରିଦ୍ରତା ର ଶିକାର ହେବା l ପର୍ସ ସେତେବେଳେ ଭରି ରହିବ ଯେତେବେଳେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ l ଲକ୍ଷ୍ମୀ ଙ୍କୁ ଯେଉଁ ଜିନିଷ ଅପ୍ରିୟ ଅଟେ ତାହା କେବେହେଲେ ପର୍ସ ରେ ରଖିବା ଉଚିତ ନୁହେଁ l
– କେବେବି ଫାଟି ଯାଇଥିବା ପର୍ସ ପାକେଟ ରେ ରଖିବା ଉଚିତ ନୁହେଁ l ଯେଭଳି ସଫା ସୁତୁରା ପର୍ସ ରଖିବାକୁ ଭଲ ଲାଗେ ଓ ଦେଖିବାକୁ ମଧ୍ୟ ଭଲ ଲାଗିଥାଏ l ସେହିଭଳି ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ l
– ପର୍ସ ରେ କେବଳ ପଇସା ରଖିବା ଆବଶ୍ୟକ l ଅଧିକାଂଶ ପର୍ସ ଭିତରେ ପୁରୁଣା କାଗଜ ପତ୍ର ରଖି ଥାଆନ୍ତି l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପୁରୁଣା କାଗଜପତ୍ର ରଖିବା ଦ୍ୱାରା ରାହୁ ଙ୍କର ପ୍ରଭାବ ପଡିଥାଏ ଓ ଲକ୍ଷ୍ମୀ ମଧ୍ୟ ଅସନ୍ତୁଷ୍ଟ ହୁଅନ୍ତି l
– ଖାଇବା ପିଇବା ଜିନିଷ ପର୍ସ ରେ କେବେ ରଖିବା ଉଚିତ ନୁହେଁ l ଏପରି କରିବା ଦ୍ୱାରା ଆର୍ଟିକ ଅନାଟନ ଦେଖା ଦେଇଥାଏ l
– ପର୍ସ ରେ ଔଷଧ ରଖିବା ଦ୍ୱାରା ଧନ ଉପରେ ଅଶୁଭ ପ୍ରଭାବ ପଡିଥାଏ l ବାସ୍ତୁଶାସ୍ତ୍ର ଅନୁସାରେ ଏହାଦ୍ୱାରା ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ l ଯାହା ଧନ କୁ ନିଜ ସ୍ଥାନରେ ରହିବାକୁ ଦେଇ ନଥାଏ l
– ପର୍ସ ମଧ୍ୟରେ କେବେ ଲୁହା ଜିନିଷ ଯେପରିକି ବ୍ଲେଡ ,ଛ୍ହୁରି ଇତ୍ୟାଦି ରଖନ୍ତୁ ନାହିଁ l ତମ୍ବା ଓ ଚାନ୍ଦି ର ଜିନିଷ ରଖିବା ଦ୍ୱାରା ସକାରାତ୍ମକ ଶକ୍ତି ଆସିଥାଏ ଓ ଧନ ବୃଦ୍ଧି ହୋଇଥାଏ l
Comments are closed.