ନୂଆଦିଲ୍ଲୀ : କରୋନା ମହାମାରୀଙ୍କୁ ହରାଇବା ପାଇଁ ସାରା ବିଶ୍ୱରେ ବର୍ତମାନ ଟୀକ୍କା କାରଣ ପ୍ରକ୍ରିୟା ଚାଲିଛି l ଲୋକମାନେ ମଧ୍ୟ ଟୀକ୍କା କାରଣ ପ୍ରକ୍ରିୟା ରେ ଅଂଶ ଗ୍ରହଣ କରୁଛନ୍ତି l କିନ୍ତୁ ବିଶ୍ୱରେ କିଛି ଏପରି ଦେଶ ରହିଛନ୍ତି ଯେଉଁମାନେ ଟୀକ୍କା କୁ ଖୁବ ପଛରେ ରହିଛନ୍ତି l ସାଉଥ ଆମେରିକା ଅନ୍ତର୍ଗତ ବ୍ରାଜିଲ ର ରାଷ୍ଟ୍ରପତି ଜେୟର ବୋଲସୋନାରୋ ଆଜି ପର୍ଯ୍ୟନ୍ତ କରୋନା ଟୀକ୍କା ନେଇ ନାହାନ୍ତି l
ବ୍ରାଜିଲ ରାଷ୍ଟ୍ରପତି ବର୍ତମାନ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଅଂଶ ଗ୍ରହଣ କରିବା ପାଇଁ ଆମେରିକା ଗସ୍ତରେ ଯାଇଛନ୍ତି l ନ୍ୟୁୟର୍କ ର ଗୋଟିଏ ଫୁଟପାଥ ରେ ବ୍ରାଜିଲ ରାଷ୍ଟ୍ରପତି ପିଜା ଖାଉଥିବାର ଫଟୋ ସାମ୍ନା କୁ ଆସିଛି l ବ୍ରାଜିଲ ରାଷ୍ଟ୍ରପତି ଟୀକ୍କା ନେଇ ନଥିବା କାରଣରୁ ତାଙ୍କୁ ନ୍ୟୁୟର୍କ ର ରେଷ୍ଟୁରାଣ୍ଟ ରେ ପ୍ରବେଶ କରିବାକୁ ଅନୁମତି ମିଳିଲା ନାହିଁ l ସେଥିପାଇଁ ତାଙ୍କୁ ନିଜର ସହଯୋଗୀ ମାନଙ୍କ ସହିତ ଫୁଟ ପାଥ ରେ ଠିଆ ହୋଇ ପିଜା ଖାଇବାକୁ ପଡିଲା l
ଏହି ଫଟୋଟି ୧୯ ସେପ୍ଟମ୍ବର ର ଅଟେ l ନ୍ୟୁୟର୍କ ରେ ସେହି ଲୋକ ମାନଙ୍କୁ ରେଷ୍ଟୁରାଣ୍ଟରେ ପ୍ରବେଶ ପାଇଁ ଅନୁମତି ମିଳୁଛି ଯେଉଁମାନେ ଟୀକ୍କା ନେଉଛନ୍ତି l ତେଣୁ କରି ଏହି ନିୟମ ସମସ୍ତଙ୍କ ପାଇଁ ଲାଗୁ କରାଯାଇଛି l ସାଧାରଣ ନାଗରିକ ଙ୍କ ପାଇଁ ଯାହା ନିୟମ ରାଷ୍ଟ୍ରପତି ଙ୍କ ପାଇଁ ମଧ୍ୟ ସେହି ନିୟମ l ସେ ଗୋଟିଏ ଦେଶର ରାଷ୍ଟ୍ରପତି ହୋଇଥିଲେ ମଧ୍ୟ ତାଙ୍କ ପାଇଁ କୌଣସି ବିଶେଷ ନିୟମ ଲାଗୁ କରାଯାଇ ନଥିଲା l ପିଜା ଖାଉଥିବା ବ୍ରାଜିଲ ରାଷ୍ଟ୍ରପତି ଙ୍କ ସହିତ ବ୍ରାଜିଲ ର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ବିଦେଶ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ l
Comments are closed.