ନୂଆଦିଲ୍ଲୀ : ଭାରତରେ କରୋନା ମହାମାରୀଙ୍କୁ ନେଇ ଦୁଇବର୍ଷ ବିତି ଯାଇଛି ଓ ବର୍ତମାନ ମଧ୍ୟ ଏହି ରୋଗ ପରିସମାପ୍ତି ପାଇଁ ଲୋକମାନଙ୍କ ଅପେକ୍ଷା ରହିଛି l କିନ୍ତୁ ଦେଶର ଟପ ଭ୍ୟାକସିନ ଏକ୍ସପର୍ଟ ମାନେ ଯାହା ଦାବି କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି l ସେମାନଙ୍କ ମତରେ ଏହା ଦେଶରେ କେବେବି ସମ୍ପୂର୍ଣ ସମାପ୍ତ ହେବ ନାହିଁ l
କରୋନା ଭ୍ୟାକସିନ ଏକ୍ସପର୍ଟ ଡକ୍ଟର ଗଗନଦୀପ କାଙ୍ଗ କହିଛନ୍ତି ଯେ ଭାରତରେ କରୋନା ମହାମାରୀ ସଂକ୍ରମଣ ଦ୍ରୁତ ଗତିରେ ଆଗକୁ ବଢୁଛି l ଡକ୍ଟର କାଙ୍ଗ କହିଛନ୍ତି ଯେ ଏହା ସାରା ଭାରତରେ ତୃତୀୟ ଲହର ଭାବରେ ଆସିଲେ ମଧ୍ୟ ଏତେ ତୀବ୍ର ରୂପ ନେବ ନାହିଁ l ଏହି କରୋନା ସଂକ୍ରମଣ ଦ୍ରୁତ ଗତିରେ ସମସ୍ତଙ୍କୁ ନିଜ ଅକ୍ତିଆର କୁ ନେଇଥାଏ l ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନା ର ତୃତୀୟ ଲହର ଦ୍ୱାରା ଭାରତର ଏକ ତୃତୀୟାଂଶ ଜନସାଧାରଣ ପ୍ରଭାବିତ ହୋଇଛନ୍ତି l ସ୍ଥାନୀୟ ଅଂଚଳର ସଂକ୍ରମଣ ଧୀରେ ଧୀରେ କମିବାକୁ ଲାଗୁଚି l
ବର୍ତମାନ ପାର୍ବଣର ସମୟ ତେଣୁ ଆମେ ଯଦି ସତର୍କ ନହେବା ତେବେ ଏହା ଭୟାବହ ରୂପ ନେଇପାରେ l ଆମ ଭାରତରେ ଏପରି ଅନେକ ମହାମାରୀ ରହିଛି ଯାହା ବେଳେବେଳେ ଦ୍ରୁତ ଗତିରେ ବ୍ୟାପିଥାଏ କିନ୍ତୁ ଆମକୁ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ l ଯଦି ଆମର ରୋଗ ପ୍ରତିରୋଧକ କ୍ଷମତା ଠିକ ରହିବ ତେବେ ଏହାର ଯଦି ଅନ୍ୟ କୌଣସି ଭାରିଏଣ୍ଟ ଆସିବ ତେବେ ଆମେ ତାହାର ମୁକାବିଲା କରି ପାରିବା l ଡାକ୍ତର କାଙ୍ଗ ମହାମାରୀ ସହିତ ଲଢ଼ିବା ପାଇଁ ଉନ୍ନତ ଭ୍ୟାକସିନ ଉଦ୍ଭାବନ କରିବା ପାଇଁ କହିଛନ୍ତି l
Comments are closed.