Odisha news

ଜାନୁଆରୀ ୨୦୨୨ରୁ କ୍ରେଡିଟ ଓ ଡେବିଟ୍ କାର୍ଡ ର ଉପଯୋଗ କରି ଅନଲାଇନ୍ ରେ ଜମା କରିବା ପାଇଁ ସିଭିଭି (cvv) ଦର୍ଜ କରିବାର କୌଣସି ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ : ଜାନୁଆରୀ ୨୦୨୨ ରୁ କ୍ରେଡିଟ ଓ ଡେବିଟ୍ ଉପଯୋଗ କରି ଅନଲାଇନ୍ ରେ ସୁବିଧା ପାଇବା ଅଧିକ ସୁରକ୍ଷିତ ହୋଇଯିବ । କାରଣ ଆପଣଙ୍କ କାର୍ଡ ର ବିବରଣୀ ବର୍ତ୍ତମାନ୍ ଆମାଯୋନ , ପ୍ଲିପ କାର୍ଟ୍ ଭଳି ବ୍ୟବସାୟିକ ସାଇଟ୍ ରେ ସହଜ ହେବ ନାହିଁ । ସେଥିପାଇଁ ଡାଟା ଚୋରି କରିବାର କୌଣସି ଅସୁବିଧା ନାହିଁ ।

ବ୍ୟବସାୟ ଓ ଇ କମର୍ସ ସେବା ସାଧାରଣତଃ ନିଜ ଗ୍ରାହକ ମାନଙ୍କ ନିକଟରୁ କାର୍ଡ ର ସମ୍ପୂର୍ଣ୍ଣ ତଥ୍ୟ ମାଗି ଥାଆନ୍ତି । କାରଣ ଯଥା ଶୀଘ୍ର ଜିନିଷ ଗ୍ରାହକ ପାଇ ପାରିବେ। କିନ୍ତୁ ଏହାଦ୍ବାରା ଡାଟା ଚୋରି ହେବାର ଭୟ ରହିଥିଲା । କିନ୍ତୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଦ୍ଵାରା ସୁବିଧା ପାଇବା ପାଇଁ କାର୍ଡ ର ଟୋକନ୍ ଅନୁମତି କାରଣରୁ ଏଥିରୁ ରକ୍ଷା ପାଇ ହେବ।

ଟୋକନାଇଜେସନ୍ କଣ ?
ଟୋକନାଇଜେସନ୍ କାର୍ଡ ର ବିବରଣୀ କୁ ଟୋକନ୍ ନାମକ ଏକ ବୈକଳ୍ପିକ କୋଡ ସହିତ ବଦଳିବା ର ପ୍ରକ୍ରିୟା ଅଟେ । ଏହି ଟୋକନ୍ କାର୍ଡ ଟୋକନ୍ ଅନୁରୋଧ କର୍ତ୍ତା ଓ ଡିଭାଇସ୍ ର ସଂଯୋଜନ ପାଇଁ ଆଦିତୀୟ ଅଟେ । ଏହି ପ୍ରଣାଳୀର ଉପଯୋଗ ପଏଣ୍ଟ ଅଫ ସେଲ୍ ତର୍ମିନାଲ୍ ଓ କ୍ୟୁଆର କୋଡ ସୁବିଧା ପାଇବା ପାଇଁ ମଧ୍ୟ ଉପଯୋଗ ହୋଇ ପାରିବ ।

RBI ବର୍ତ୍ତମାନ୍ ବ୍ୟବସାୟୀ ମାନଙ୍କୁ ଜାନୁଆରୀ ୨୦୨୨ ରୁ ନିଜର ସିଷ୍ଟମ ରେ କାର୍ଡ ବିବରଣୀ ଜାରୀ ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଠାରେ କାର୍ଡ ବିବରଣୀ ବ୍ୟବସାୟୀ ମାନଙ୍କ ଦ୍ଵାରା ଗ୍ରହଣ କରାଯାଇଥାଏ ।

ଆପଣ ନିଜ କାର୍ଡ ର ଟୋକନ୍ କିପରି କରି ପାରିବେ ?

କାର୍ଡ ଧାରକ ଟୋକନ୍ ଅନୁରୋଧ କର୍ତ୍ତା ଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଆପ ରେ ଗୋଟିଏ ରିକୁଏଷ୍ଟ କରି ନିଜ କାର୍ଡ ର
ଟୋକନ୍ ପାଇ ପାରିବେ । ଅନୁରୋଧ କର୍ତ୍ତା କାର୍ଡ ନେଟୱର୍କ ର ଅନୁରୋଧ ଓ ଡିଭାଇସ୍ ସଂଯୋଜନ ର ଟୋକନ୍ ଜାରି କରିବ । କ୍ୟୁଆର୍ କୋଡ ଓ ଆପ ମାଧ୍ୟମରେ ସୁବିଧା ପାଇବା ପାଇଁ ମୋବାଇଲ୍ ଫୋନ ଓ ଟାବ୍ ଲେଟ୍ ମାଧ୍ୟମରେ ଟୋକନ୍ କରଣର ଅନୁମତି ଦିଆ ଯାଇଛି ।

ଭିସା ଓ ମାଷ୍ଟର କାର୍ଡ ଯେଉଁ କମ୍ପାନୀର ଟୋକନ୍ ସେବା ପ୍ରଦାନ କରିବା ଭାବରେ କାର୍ଯ୍ୟ କରିବ ଓ ମୋବାଇଲ୍ ରେ ପେମେଣ୍ଟ କିମ୍ବା ଈ କମର୍ସ ପ୍ଲାଟ୍ ଫର୍ମ କୁ ଟୋକନ୍ ପ୍ରଦାନ କରିବ । ଯାହାଦ୍ଵାରା ତାର ଉପଯୋଗ କାର୍ଡ ନମ୍ୱର୍ ଓ ଶିବିଶି ବିନା କିଣାକିଣି କରାଯାଇ ପାରିବ । ଏହି କାର୍ଡ ପଛରେ ୩ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖା ଯାଇଥିବ ।

ଯେତେବେଳେ ଆପଣ ଗୁଗଲ ପେ କିମ୍ବା ପେଟିଏମ୍ ଭଳି ଡିଜିଟାଲ ପ୍ଲାଟଫର୍ମ ରେ ସମ୍ବନ୍ଧିତ ଟିଏସ୍ପି ରୁ ଟୋକନ୍ ମାଗନ୍ତି । ଟିଏସ୍ପି ଗ୍ରାହକ ର କାର୍ଡ ଜାରୀ କରିଥିବା ବ୍ୟାଙ୍କ୍ ରୁ ଡାଟା ସତ୍ୟାସତ୍ୟ ଜାଣିବା ପରେ ଗୋଟିଏ କୋଡ ଆସିବ ଯାହା ଗ୍ରାହକ ଙ୍କ ର ଡିଭାଇସ୍ ରେ ଯୋଡ଼ି ହୋଇ ରହିବ । ଯଦି କୌଣସି ଗ୍ରାହକ ସୁବିଧା ପାଇବା ପାଇଁ ଡିଭାଇସ୍ ର ଉପଯୋଗ କରନ୍ତି ତେବେ ପ୍ଲାଟଫର୍ମ ଗ୍ରାହକ ଙ୍କ ଡାଟା ବିନା ପ୍ରକଟ ରେ କେବଲ ଟୋକନ୍ ଦେଇ ଦିଆନିଆ ର ସମସ୍ତ କାର୍ଯ୍ୟ ସମ୍ପାଦନ କରି ପାରିବେ ।

Comments are closed.