Odisha news

ବାସ୍ତୁ ଟିପ୍ସ : ଆପଣଙ୍କ ମଧ୍ୟରେ ରହିଛି କି ଏହିସବୁ ଖରାପ୍ ଅଭ୍ୟାସ , ସାଜିପାରେ ଅର୍ଥ ପାଇଁ ବାଧକ

ଧନ ଓ ସ୍ବାସ୍ଥ୍ୟ ୨ଟି ଏପରି ଜିନିଷ ଯାହାର ମହତ୍ତ୍ଵ ଆମ ଜୀବନରେ ସବୁଠୁ ଅଧିକ ରହିଥାଏ । ଯଦି ଧନ ର ଅଭାବ ରହିଥାଏ ତେବେ ଚିନ୍ତା ଗ୍ରସ୍ତ ହୋଇ ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟ ବିଗିଡି ଯାଇଥାଏ । ଆମ ହାତରେ ଅଧିକାଂଶ ଜିନିଷ ନଥାଏ ତଥାପି ବାସ୍ତୁ ଟିପ୍ସ କୁ ଆପଣାଇ ଆମେ ନିଜ ଜୀବନରେ କିଛିଟା ପରିବର୍ତ୍ତନ ଆଣି ପାରିବା ।

ବାସ୍ତୁଶାସ୍ତ୍ର ଅନୁସାରେ ଆମେ ଯଦି କିଛିଟା ପରିବର୍ତ୍ତନ ନିଜ ମଧ୍ୟରେ କରି ପାରିବା ତେବେ ଧନ ସମ୍ବନ୍ଧୀୟ ସମସ୍ୟା ରୁ ଦୂରେଇ ରହି ପାରିବା । ତେଣୁ ମାତା ଲକ୍ଷ୍ମୀ ଯେଉଁସବୁ ଅଭ୍ୟାସ ଦ୍ୱାରା ଆମ ଠାରୁ ଦୂରେଇ ରହି ଥାଆନ୍ତି ଆସନ୍ତୁ ଜାଣିବା ।

* ଘରେ ସବୁବେଳେ ଗୁରୁଜନ ମାନଙ୍କ ର ଅବମାନନା କରନ୍ତୁ ନାହିଁ । ଗୁରୁଜନ ଙ୍କ ଅବମାନନା କଲେ ଭଗବାନ୍ ଅସନ୍ତୁଷ୍ଟ ହେବା ସହ ଲକ୍ଷ୍ମୀ ମଧ୍ୟ ଅସନ୍ତୁଷ୍ଟ ହୋଇ ଥାଆନ୍ତି ।କେବଳ ପୂଜା ନୁହେଁ ଆମ ଆଚାର ଓ ବ୍ୟବହାର ଦ୍ଵାରା ଭଗବାନ୍ ସନ୍ତୁଷ୍ଟ ହୁଅନ୍ତି ।

* କେବେବି ସନ୍ଧ୍ୟା ସମୟରେ କାହାକୁ ଦାନ ଦେବା ଉଚିତ୍ ନୁହେଁ । ଏହାଦ୍ବାରା ଦାରିଦ୍ର୍ୟତା ବଢ଼ିଥାଏ । କାରଣ ଦାନ ଗୋଟିଏ ପୁଣ୍ୟ କାମ ଅଟେ । ଏହାକୁ ଦିବା ଆଲୋକରେ କରିବା ଉଚିତ୍ । ସନ୍ଧ୍ୟା ପରେ ଦୁଗ୍ଧ , ଦହି ଓ ଲୁଣ କାହା ନିକଟରୁ ମାଗିବା ଉଚିତ୍ ନୁହେଁ । ଏପରି କରିବା ଦ୍ବାରା ଆପଣଙ୍କ ଆର୍ଥିକ ସ୍ଥିତି ଖରାପ୍ ହୋଇପାରେ ।

* ରାତିରେ ଶୋଇବା ସମୟରେ ଗାଧୁଆ ଘରେ ଖାଲି ବାଲ୍ଟି ରଖିବା ଉଚିତ୍ ନୁହେଁ । ଏହାଦ୍ବାରା ନକାରାତ୍ମକ ଶକ୍ତି ଘରକୁ ଆସିଥାଏ । ମାନ୍ୟତା ରହିଛି ଯେ ଯଦି ରୋଷେଇ ଘରେ ଜଳ ପାତ୍ର ଭରି ରଖିବେ ତେବେ ଆର୍ଥିକ ଅନାଟନ ଦୁର ହେବ ।

* ଘରର ମୁଖ୍ୟ ସ୍ଥାନ ହେଉଛି ରୋଷେଇ ଘର । ତେଣୁ ରୋଷେଇ ଘରକୁ ସବୁବେଳେ ସଫା ରଖିବା ଉଚିତ୍ ଓ ଅଇଁଠା ବାସନ ପକାଇ ରଖିବା ଉଚିତ୍ ନୁହେଁ ।

Comments are closed.