ନୂଆଦିଲ୍ଲୀ : ଏଲାନ୍ ମସ୍କ ଙ୍କ କମ୍ପାନୀ ଷ୍ଟାରଲିଙ୍କ୍ ର ହାଇ ସ୍ପିଡ୍ ଇଣ୍ଟରନେଟ୍ ଖୁବ୍ ଶୀଘ୍ର ଭାରତରେ ଉପଲବ୍ଧ ହେବ । ଏଥିପାଇଁ ଅପ୍ରୁଭାଲ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ନିଜେ ମସ୍କ ଏହି ବିଷୟରେ ସଂକେତ ଦେଇଛନ୍ତି । ଏହି ସର୍ଭିସ୍ ଦ୍ଵାରା ଭାରତରେ ଉପଲବ୍ଧ ହେବା ପରେ ଗ୍ରାମ ଓ ସହରରେ ହାଇ ସ୍ପିଡ୍ ଇଣ୍ଟରନେଟ ର ସୁବିଧା ଉଠା ଜାଇ ପାରିବ । ଆଭ୍ୟନ୍ତରୀଣ ଅଞ୍ଚଳ ଗୁଡ଼ିକ ରେ ମଧ୍ୟ ଇଣ୍ଟରନେଟ ସୁବିଧା ଉପଲବ୍ଧ ହେବ , ଯେଉଁଠାରେ ବର୍ତ୍ତମାନ୍ ଅପ୍ଟିକଲ ଫାଇବର ଉପଲବ୍ଧ ନାହିଁ ।
ବର୍ତ୍ତମାନ୍ ଭାରତରେ ୱେୟାର ଲେସ ସର୍ଭିସ୍ ଓ ମୋବାଇଲ୍ ଇଣ୍ଟରନେଟ ସେବା ଉପଲବ୍ଧ ଅଛି । କିନ୍ତୁ ଏହା ସଟେଲାଇଟ ଦ୍ଵାରା ଡାଇରେକ୍ଟ ଲିଙ୍କ୍ ନ ହୋଇ ଟେଷ୍ଟରିଆଲ ନେଟୱର୍କ ସହିତ ଯୋଡ଼ି ହୋଇଛି ।ଏହି କାରଣରୁ ଯେଉଁ ଅଞ୍ଚଳରେ ଟାୱାର ନାହିଁ , ସେଠାରେ ଇଣ୍ଟରନେଟ ସର୍ଭିସ୍ ମିଲୁ ନାହିଁ ଓ ଲୋକମାନେ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । କେବଳ ଏତିକି ନୁହେଁ ୱାଇ ମ୍ୟାକ୍ସ ଦ୍ଵାରା ମିଳୁଥିବା ଇଣ୍ଟରନେଟ ସର୍ଭିସ୍ ମଧ୍ୟ ଖୁବ୍ ସ୍ଲୋ ।
– କିନ୍ତୁ ଆସନ୍ତା ମାସରୁ ଏହି ଅସୁବିଧା ରହିବ ନାହିଁ । ସେଥିପାଇଁ ୭୨୦୦ ଟଙ୍କା ଡିପୋଜିଟ ବୁକିଂ ଆରମ୍ଭ ହୋଇ ସାରିଛି । ଏହି ଆମାଉଣ୍ଟ ରିଫଣ୍ଡ ଡେବଲ୍ ଅଟେ । ବର୍ତ୍ତମାନ୍ ଏହା କାନାଡା , ଅଷ୍ଟ୍ରେଲିଆ , ନ୍ୟୁଜିଲାଣ୍ଡ ଇତ୍ୟାଦି ସ୍ଥାନରେ ଚାଲିଛି । ଏହି ସଟେଲାଇଟ ଇଣ୍ଟରନେଟ ସୁବିଧା କୁ ଉପଲବ୍ଧ କରାଇବା ପାଇଁ ସାହାଯ୍ୟ କରିବ ଓ ନେଟୱର୍କ ସୁବିଧା ରେ ମିଳିବ ।
Comments are closed.