Odisha news

ସଲମାନ୍ ଖାନ୍ କଲେ ‘ ସଲମାନ୍ ଭୋଇ ‘ ଉପରେ କେଶ୍ : କୋର୍ଟ ଲଗାଇଲେ ରୋକ୍

ନୂଆଦିଲ୍ଲୀ : ମୁମ୍ବାଇ ର ଗୋଟିଏ ଅଦାଲତ ‘ ସେଲମୋନ୍ ଭୋଇ ‘ ନାମକ ଗୋଟିଏ ଅନଲାଇନ୍ ମୋବାଇଲ୍ ଗେମ୍ ଉପରେ ଅସ୍ଥାୟୀ ଭାବରେ ରୋକ୍ ଲଗାଇ ଦେଇଛନ୍ତି । ଏହି ଗେମ୍ ଟି କଥିତ ଭାବରେ ‘ ହିଟ୍ ଏଣ୍ଡ୍ ରନ୍ ‘ ର ଗୋଟିଏ ଘଟଣା ଉପରେ ଆଧାରିତ ଅଟେ । ଯେଉଁଥିରେ ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ସାମିଲ ଥିଲେ ।
ଅଦାଲତ ଗେମ୍ ପ୍ରସ୍ତୁତ କରିଥିବା କମ୍ପାନୀ ପେରୋଡ଼ି ଷ୍ଟୁଡିଓଜ୍ ପ୍ରାଇଭେଟ୍ ଲିମିଟେଡ ଓ ତାର ନିର୍ଦ୍ଦେଶକ ଙ୍କୁ ଗେମ୍ ତଥା କୋର୍ଟ ସହିତ ଜଡିତ ଥିବା କୌଣସି ସାମଗ୍ରୀ ର ପ୍ରସାର , ତାକୁ ଲଞ୍ଚ କରିବା ଓ ରି ଲଞ୍ଚ କରିବା ଉପରେ ପ୍ରତିବନ୍ଧକ ଲଗାଇ ଛନ୍ତି । ଅଦାଲତ ଗେମ୍ ର ମେକର୍ସ ଙ୍କୁ ଗୁଗୁଲ ପ୍ଲେ ଷ୍ଟୋର ଓ ଅନ୍ୟ ପ୍ଲାଟଫର୍ମ ରୁ ଗେମ୍ ଟିକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସଲମାନ୍ ଦେଇ ନଥିଲେ ସହମତି –
କୋର୍ଟ କହିଛନ୍ତି ଏହି ଗେମ୍ ଟିକୁ ଦେଖି ଲାଗୁଚି ଏହା ସଲମାନ୍ ଙ୍କୁ ନେଇ ହୋଇଛି । କୋର୍ଟ କହିଛନ୍ତି ସଲମାନ୍ ଏହି ଗେମ୍ ପାଇଁ କେବେବି ନିଜର ସହମତି ଦେଇ ନାହାନ୍ତି । କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଜେବେକି ସଲମାନ୍ ନିଜେ ଏହି ଗେମ୍ ପାଇଁ ଅନୁମତି ଦେଇ ନଥିଲେ , ସେତେବେଳେ ଏହି ଗେମ୍ ପ୍ରସ୍ତୁତ ହୋଇ ଥିବାରୁ ଏହା ତାଙ୍କର ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରୁଛି ।
ଦବଙ୍ଗ ଖାନ୍ ଗତ ମାସରେ ଗେମ୍ ପ୍ରସ୍ତୁତ କରିଥିବା କମ୍ପାନୀ ବିରୁଦ୍ଧରେ ଯାଚିକା ଦାୟର କରିଥିଲେ । ସେଥିରେ ସେ ଦର୍ଶାଇ ଥିଲେ ଯେ ଏହି ସଲମାନ୍ ଭୋଇ ଗେମ୍ ତାଙ୍କର ନାମ ସଲମାନ୍ ଭାଇ ଉପରେ ଆଧାରିତ ଅଟେ । ଏହି ଗେମ୍ ଟି ସମ୍ପୂର୍ଣ ଭାବରେ ସଲମାନ୍ ଙ୍କ ଉପରେ ଆଧାରିତ ।
Shares