ବାରିପଦା : ବାରିପଦା ପୌରାଞ୍ଚଳ ଅନ୍ତର୍ଗତ ୨୮ଟି ୱାର୍ଡର ବିଭିନ୍ନ ସମସ୍ୟାକୁ ନେଇ ଭଞ୍ଜସେନା ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବା ସହ ୬ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସଂଗଠନ ପକ୍ଷରୁ ଭୂମିହୀନଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ, ସହର ସାରା ଆଲୋକୀକରଣ କରାଯାଉ, ସଫେଇ କାର୍ଯ୍ୟକୁ ତ୍ୱରାନିତ କରାଇବା ଓ ବାରିପଦା ପୌରପରିଷଦର ସ୍ଥାୟୀ ନିର୍ବାହୀ ଅଧିକାରୀ ନିଯୁକ୍ତି ଦେବା ଆଦି ଦାବି ନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।
ଆଗାମୀ ଦିନରେ ଜିଲ୍ଲାପ୍ରଶାସନ ଏହି ସମସ୍ୟା ବାବଦରେ ତୁରନ୍ତ କୌଣସି ପଦକ୍ଷେପ ଗ୍ରହଣ ନକଲେ ଭଞ୍ଜସେନା ପକ୍ଷରୁ ଆନେ୍ଦାଳନକୁ ତୀବ୍ରତର କରାଯିବ ବୋଲି ମତପ୍ରକାଶ ପ୍ରଦାନ କରାଯାଇଥିଲା । ସଂଗଠନର ସହର ସଭାପତି ପ୍ରୀତମ ପଣ୍ଡାଙ୍କ ନେତୃତ୍ୱରେ ସତ୍ୟସ୍ୱରୂପ ଦାଶ, ରାକେଶ ସିଂ, ନିମାଇଁ ତ୍ରିପାଠୀ, ପିଣ୍ଟୁ ମାଇତି, ରାକେଶ ବେହେରା, ସାମନ୍ତ ଶେଖର ପାଲ, ରାକେଶ ମହାନ୍ତି, ଜିତୁ ଶିବାନନ୍ଦ, ମାନସ ବେହେରା, ସୌମ୍ୟରଞ୍ଜନ ମିଶ୍ର, ଏସକେ ରାଜାଖାନ୍, ଅମିତ କୁମାର ଓ ଜ୍ୟୋତିରଞ୍ଜନ ପୃଷ୍ଟି ପ୍ରମୁଖଙ୍କ ସହ ସଂଗଠନର ବହୁ କର୍ମୀ ଉପସ୍ଥିତ ଥିଲେ ।
Comments are closed.