ନବରଙ୍ଗପୁର(କେ.ସାକିଲି ଦୋରା)—ଚାନ୍ଦା ଆଦାୟ ଅଭିଯୋଗ ରେ ଗିରଫ ହେଲେ ଦୁଇ ୱେବ୍ ଚ୍ଯାନେଲ ପ୍ରତିନିଧି ଓ ଜଣେ ଫେରାର। ଏକ ସ୍କୁଲ ଶିକ୍ଷକଙ୍କୁ ଧମକ ଦେବା ଏବଂ ତାଙ୍କ ଠାରୁ ବଟି ଆଦାୟ କରିବା ମାମଲାରେ ପୁଲିସ ଦୁଇ ୱେବ୍ ଚ୍ଯାନେଲ ପ୍ରତିନିଧିଙ୍କୁ ଗିରଫ କରିଥିବା ବେଳେ ଜଣେ ୱେବ୍ ପ୍ରତିନିଧି ଫେରାର୍ ଅଛନ୍ତି।ସୂଚନା ପ୍ରକାରେ, ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ନାୟକଗୁଡା ସ୍କୁଲ ରେ 6/09/21 ରେ ସେହି ଗ୍ରାମର କମଳ ଙ୍କ ୧୦ ବର୍ଷ ର ପୁଅ ବିନା ଅନୁମତିରେ ସ୍କୁଲ ରେ ପ୍ରବେଶ କରିଥିଲେ ଓ ସ୍କୁଲର ସହକାରୀ ଶିକ୍ଷକ ତାକୁ କହିଥିଲେ ତୁ ଅନ୍ୟ ସ୍କୁଲ ରେ ପାଠ ପଢ଼ୁଛୁ ତେଣୁ ଆମ ସ୍କୁଲ ପରିସର ରେ ନ ରହି ଘରକୁ ଯିବାକୁ କହିଥିଲେ।ଏହି ଘଟଣାକୁ ନେଇ ପିଲାଟିର ବାପା ଭିନ୍ନ ରଙ୍ଗ ଦେଇ ସ୍କୁଲ ର ସହକାରୀ ଶିକ୍ଷକ ଙ୍କୁ ଅଭଦ୍ର ଭାଷାରେ ଗାଳି ଗୁଳଜ କରିବା ସହ ଧମକ ଚମକ ଦେଇ ତତେ ଦେଖିଦେବୀ କହି ତିନୋଟି ୱେବ ସାମ୍ବାଦିକ ପ୍ରତିନିଧି ଙ୍କୁ ଡାକିଥିଲେ।କିନ୍ତୁ ଘଟଣା ଘଟିବା ଦିନ କୌଣସି ସମାଧାନ ବାହାରି ନଥିଲା। ପରଦିନ ଅର୍ଥାତ 04/09/21 ରେ ତିନି ୱେବ ସାମ୍ବାଦିକ ଫୋକସ ଅନ ନେସନ,ଜିତେନ୍ଦ୍ର ଦାଶ,ଯୁବ ଶକ୍ତି ,ନିଗମ ସାହୁ ଓ ନିଉଜ ସିକ୍ସ ର ଶଙ୍କର ତୁରୁକ ଉମରକୋଟ ପ୍ରତିନିଧି ଉକ୍ତ ବିଦ୍ୟାଳୟ କୁ ଯାଇ ଘଟଣା ବିଷୟରେ କଥା ହେବାପାଇଁ ପ୍ରଧାନ ଶିକ୍ଷକ ଙ୍କୁ ସ୍କୁଲ କୁ ଡାକି ଥିଲେ ଏବଂ ଘଟଣା ବିଷୟରେ ବୁଝିବା ଆଳରେ ଜିତେନ୍ଦ୍ର ଦାସ ଓ ନିଗମ ସାହୁ ସ୍କୁଲ ର ସମସ୍ତ କାଗଜ ପତ୍ର ଦେଖା ଓ ପିଲାକୁ କାହିଁକି ମରିଲୁ ବୋଲି ପ୍ରଧାନ ଶିକ୍ଷକ ଙ୍କୁ ପ୍ରଶ୍ନ କରିଥିଲେ,ଏବଂ ସ୍କୁଲ ର ବିଭିନ୍ନ ଅନିୟମିତା ଅଛି ଓ ଏହାକୁ ନିଉଜ କରିବୁ ବୋଲି କହିଥିଲେ ଯଦି ଆମକୁ ଆମ ଖର୍ଚ୍ଚ ବାବଦକୁ 50,000 ଟଙ୍କା ଦେବ ତାହେଲେ ନିଉଜ କରିବୁନାହିଁ ବୋଲି କହି ସ୍କୁଲ ରୁ ଚାଲି ଆସିଥିଲେ।
ୱେବ ପ୍ରତିନିଧି ଜିତେନ୍ଦ୍ର ଦାସ ପ୍ରଧାନ ଶିକ୍ଷକ ଙ୍କୁ ଟଙ୍କା ମାଗିଥିଲେ ।ଶିକ୍ଷକ ଜଣକ ଭୟଭୀତ ହୋଇ ପ୍ରଥମେ 30ହଜାର ଟଙ୍କା ଜିତେନ୍ଦ୍ର ଦାଶଙ୍କୁ ୟୁପିଆଇ ମାଧ୍ୟମରେ ଟ୍ରାନ୍ସଫର କରିଥିବା ବେଳେ ନିଗମ ଦାସ ପୁଣି ଥରେ 5 ହଜାର ଟଙ୍କା ତାଙ୍କ ହାତରୁ ନଗଦ ନେଇଥିଲେ ଏବଂ ବାକି ଟଙ୍କା ନଦେଲେ ବହୁତ୍ ଅସୁବିଧା ହେବ ବୋଲି ଧମକ ଦେଇଥିଲେ ଏଥି ସହିତ ତାଙ୍କ ପ୍ରତି ବହୁ ଅପମାନ ଜନକ ଶବ୍ଦ ପ୍ରୟୋଗ କରିଥିବା ନେଇ ପ୍ରଧାନ ଶିକ୍ଷକ ଉମରକୋଟ ଥାନାରେ ଉକ୍ତ ତିନି ୱେବ୍ ଚ୍ଯାନେଲ ପ୍ରତିନିଧି ଏବଂ କମଳ ବଞ୍ଜାରାଙ୍କ ନାମରେ ଅଭିଯୋଗ କରିବା ସହ ପ୍ରମାଣ ସ୍ଵରୂପ ଜିତେନ୍ଦ୍ର ଦାଶଙ୍କ ଆକାଉଣ୍ଟକୁ ପଠେଇଥିବା ଟଙ୍କା ସ୍ଲିପକୁ ଥାନାରେ ଦେଇଥିଲେ। ଉମରକୋଟ ପୁଲିସ ଘଟଣାର ତଦନ୍ତ କରି 1. ଫୋକସ୍ ଅନ୍ ନେସନର ରାଜ୍ୟ ମୁଖ୍ୟ ଜିତେନ୍ଦ୍ର ଦାଶ, 2. ନ୍ଯୁଜ ୬ ର ଉମରକୋଟ ପ୍ରତିନିଧି ଶଙ୍କର ପ୍ରସାଦ ତୁରୁକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଯୁବ ଶକ୍ତି ନ୍ୟୁଜ ର ନିଗମ ସାହୁ ଫେରାର୍ ଅଛନ୍ତି। ଅଭିଯୁକ୍ତଙ୍କ ନାମରେ ଧମକ, ଗାଳି ଗୁଲଜ କରିବା ଏବଂ ଆଟ୍ରୋସିଟି ଭଳି ସଙ୍ଗିନ ଦଫା ଲାଗିଛି।
Comments are closed.