କାକଟପୁର : କାକଟପୁର ବ୍ଲକ ଅଧିନସ୍ଥ ସୁହାଗପୁର ଗ୍ରାମପଞ୍ଚାୟତର ଫକିରସାହି ଠାରେ ୫୫ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ହେବାକୁ ଥିବା ବର୍ହିଃଚିକିତ୍ସାଳୟ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଆଜି ସ୍ଥାନୀୟ ବିଧାୟକ ତଥା ରାଜ୍ୟ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ନ ଆସିବାରୁ ସ୍ଥାନୀୟ ଜନସାଧାରଣ ଓ କର୍ମୀଙ୍କ ମଧ୍ୟରେ ହତାଶା ଭାବ ସୃଷ୍ଟି ହୋଇଛି। ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଡାକ୍ତର ଅମ୍ଳାନ କୁସୁମ ଛୋଟୋଇ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀଙ୍କ ପ୍ରତିନିଧି , ସାଂସଦଙ୍କ ପ୍ରତିନିଧି ସରପଞ୍ଚ, ସମିତି ସଭ୍ୟା , ପୂର୍ବତନ ସରପଞ୍ଚ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟା ପ୍ରମୁଖ ଯୋଗଦେଇ ଥିଲେ।ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ଆଶିଷ କୁମାର ମହାପାତ୍ରଙ୍କ ସହଯୋଗରେ ଭିତ୍ତିପ୍ରସ୍ତର ଉଦଘାଟନୀ କାର୍ଯ୍ୟ ସମ୍ପନ୍ନ କରାଯାଇଛି।
ଉଦ୍ଘାଟନ ଫଳକରେ ମନ୍ତ୍ରୀ , ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷ, କାକଟପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଙ୍କ ନାମ ଥିବାବେଳେ ସେମାନଙ୍କ ଅନୁପସ୍ଥିତି ସ୍ଥାନୀୟ ଜନସାଧାରଣ ଓ କର୍ମୀ ମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଦଳମଧ୍ୟରେ ଅର୍ନ୍ତଦ୍ଵନ୍ଦ ଥିବାର ଆଲୋଚନାକୁ ଖୋରାକ ଯୋଗାଉଥିବା ଲୋକମାନେ କୁହାକୁହି ହେଉଛନ୍ତି।ଅପର ପକ୍ଷରେ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଆଶିଷ କୁମାର ମହାପାତ୍ର ଉକ୍ତ ଉତ୍ସବର ସମସ୍ତ ଆୟୋଜନ କରିଥିବା ସତ୍ୱେ ତାଙ୍କ ନାମ ଫଳକରେ ନଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି.ଡାକ୍ତର ମହାପାତ୍ର କାକଟପୁର ଓ ଆଖପାଖ ଅଞ୍ଚଳରେ ଜନସାଧାରଣଙ୍କୁ ଅବିରତ ସେବା ଯୋଗାଇଆସୁଥିବାବେଳେ ତାଙ୍କୁ ଉକ୍ତ ଉତ୍ସବରେ ଅଣଦେଖା କରିବା ଅବା ତାଙ୍କ ନାମ ଉଦଘାଟନୀ ଫଳକରେ ନରଖିବା ହେତୁ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ଆଲୋଡନ ସୃଷ୍ଟି କରିଛି.ଫଳକରେ ମନ୍ତ୍ରୀଙ୍କ ନାମ ଥାଇ ମନ୍ତ୍ରୀ କିମ୍ବା ସ୍ଥାନୀୟ ଲୋକପ୍ରତିନିଧି ନଆସିବା ଏବଂ କାକଟପୁର ଅଞ୍ଚଳର ବରିଷ୍ଠ ଚିକିତ୍ସାଧିକାରୀଙ୍କ ନାମ ଫଳକରେ ନରଖିବା ଯୋଗୁଁ ଉତ୍ସବଟି ଫିକା ପଡିଲା ବୋଲି ଶୁଣିବାକୁ ମିଳୁଛି l
Comments are closed.