ଦେଙ୍କିକୋଟ : ସତରେ ସୃଷ୍ଟିକର୍ତାଙ୍କ ବିଚିତ୍ର ସୃଷ୍ଟି l କେତେବେଳେ କାହାକୁ କେଉଁ ରୁପରେ ଜନ୍ମ ଦିଅନ୍ତି. ତେବେ ଜଣେ ମାଆ ଆଜି ପ୍ରଥମ ମାତୃତ ରେ ଗୋଟେ ଦୁଇ ମୁଣ୍ଡିଆ ଶିଶୁପୁତ୍ର କୁ ଜନ୍ମ ଦେଇଛି l ଏବଂ ଜନ୍ମହେବାର ପନ୍ଦର ମିନିଟ୍ ପରେ ଶିଶୁପୁତ୍ର ଟି ମୃତ୍ୟୁବରଣ କରିଛି l
ସୁଚନା ଯୋଗ୍ୟ ଯେ ହରିଚନ୍ଦନପୁର୍ ବ୍ଲକ୍ ଅନ୍ତର୍ଗତ ଠାକୁରପଡ଼ା ଗ୍ରାମପଞ୍ଚାୟତ ରାଇଡିଆ ଗ୍ରାମର ମୂରଲୀଧର ନାୟକ୍ କଂ ସ୍ତ୍ରୀ ବାସନ୍ତି ନାୟକ ଏହିପରି ଏକ ଶିଶୁପୁତ୍ର କୁ ହରିଚନ୍ଦନପୁର୍ ଗୋଷ୍ଠୀ ସ୍ବାସ୍ତ୍ୟ କେନ୍ଦ୍ର ରେ ଜନ୍ମ ଦେଇଛନ୍ତି l ଶିଶୁଟିର ଦୁଇଟି ମୁଣ୍ଡ. ଚାରିଟା ଆଖି. ଦୁଇଟି ନାକ.ଦୁଇଟି ପାଟି. ଦୁଇଟି ବେକ ଥିବାବେଳେ ଗୋଟିଏ ଶରୀର ଥିଲା l ଶିଶୁଟିକୁ ଦେଖିବାକୁ ଡାକ୍ତରଖlନାରେ ଲୋକେମାନଙ୍କ ଭିଡ ଜମିଥିଲା l ଏହା ବାସନ୍ତିଙ୍କ ପ୍ରଥମ ସନ୍ତାନ ଥିଲା l
Comments are closed.