ପ୍ରଥମ ଥର ପାଇଁ ବିଜେପି ର କୌଣସି ସାଂସଦ କୃଷକ ଆନ୍ଦୋଳନ କୁ ସମର୍ଥନ କଲେ , କହିଲେ ସମସ୍ତ କୃଷକଙ୍କ ଯନ୍ତ୍ରଣାକୁ ବୁଝିବା ଉଚିତ୍
ନୂଆଦିଲ୍ଲୀ : ପିଲିଭିତି ର ଭାଜପା ସାଂସଦ ବରୁଣ ଗାନ୍ଧୀ କୃଷି କାନୁନ୍ ବିରୋଧରେ ଆନ୍ଦୋଳନ କରିଥିବା ଚାଷୀ ମାନଙ୍କୁ ସମର୍ଥନ କରୁଛନ୍ତି । ବରୁଣ ଗାନ୍ଧୀ ସୋସିଆଲ ମିଡ଼ିଆ ରେ ଲେଖିଛନ୍ତି ଯେ ମୂଜାଫର୍ ନଗର ରେ ଲକ୍ଷ ଲକ୍ଷ ଚାଷୀ ଧାରଣା ପ୍ରଦର୍ଶନ କରୁଛନ୍ତି । ସେମାନେ ଆମେ ରକ୍ତ ଅଟନ୍ତି । ଆମକୁ ତାଙ୍କ ସହିତ ସମ୍ମାନ ଜନକ ଭାବରେ ଆଉଥରେ ଯୋଡ଼ି ହେବାକୁ ପଡିବ । ସେମାନଙ୍କ ଦୁଃଖ ଓ ଯନ୍ତ୍ରଣା କୁ ବୁଝିବାକୁ ପଡ଼ିବ ।
ବରୁଣ ଗାନ୍ଧୀ ଯିଏ କି ପ୍ରଥମ ଭାଜପା ସାଂସଦ ଯିଏ କି କୃଷକ ମାନଙ୍କର ସମର୍ଥନ କରୁଛନ୍ତି। ଏହା ପୂର୍ବରୁ ମଧ୍ୟ ବରୁଣ ଗାନ୍ଧୀ ଭାଜପା ସରକାର ବିରୁଦ୍ଧରେ ଏହା ପୂର୍ବରୁ ମଧ୍ୟ ସ୍ୱର ଉଠାଇ ଛନ୍ତି । ଯାହା ଦ୍ଵାରା ପାର୍ଟି ର ସ୍ଥିତି ଅସହଜ ହୋଇ ଯାଇଥିଲା ।
୨୦୧୪ ମସିହାରେ ସୁଲତାନ ପୂର୍ ଲୋକସଭା ସିଟ ରୁ ବରୁଣ ଭୋଟ୍ ଲଢ଼ିବାକୁ ଗଲେ , ସେହି ସମୟରେ ପିଲିଭୀତି ରୁ କାର୍ଯ୍ୟକର୍ତ୍ତା ମାନଙ୍କୁ ସାଙ୍ଗରେ ନେଇ ଯାଇଥିଲେ । ସ୍ଥାନୀୟ ଭାଜପା ନେତାଙ୍କୁ ଅଧିକ ଗୁରୁତ୍ଵ ଦେଇ ନଥିଲେ । ଏହା ସହିତ ସେ ନିଜର ସଂସଦୀୟ କ୍ଷେତ୍ରରେ କୌଣସି ଭାଜପା ନେତାକୁ ପ୍ରଚାର କରିବାକୁ ଦେଲେ ନାହିଁ । ପ୍ରଚାର ସମୟରେ ଗୋଟିଏ ଦିନ ବରୁଣ ମଞ୍ଚ ଉପରେ ରହି ଭାଷଣ ଦେଇଥିବା ସମୟରେ ଲୋକମାନେ ମୋଦି ମୋଦି ପାଟି କରିଥିଲେ । ଏହାପରେ ବରୁଣ ରାଗିଯାଇ କହିଥିଲେ କଣ ପାଇଁ ମୋଦି ମୋଦି ହେଉଛ । ଏହାପରେ ଅମିତ୍ ଶାହା ଭାଜପା ର ଅଧକ୍ଷ ହେବା ପରେ ବାରୁନଙ୍କୁ ମହାସଚିବ ପଦରୁ ହଟାଇ ଦିଆ ଯାଇଥିଲା ।
୨୦୧୫ ରେ କାନପୁର ରେ ବରୁଣ କହିଥିଲେ ଯେ ଅନ୍ୟ ଦଳ ଅପେକ୍ଷା ଭାଜପା ରେ ଯୁବକ ମାନଙ୍କ ପାଇଁ ଖୁବ୍ କାମ ସୁଯୋଗ ମିଳିଥାଏ । ବରୁଣ ଗାନ୍ଧୀ ସବୁବେଳେ ନିଜର ମତ ପାଇଁ ଚର୍ଚ୍ଚାରେ ରୁହନ୍ତି
Comments are closed.