ଗୋଟିଏ ନୂଆ ଗବେଷଣା ଅନୁସାରେ ଆମେମାନେ ଆମ ଦୈନନ୍ଦିନ ଜୀବନରେ ନିଜର ବ୍ଲଡ ଗ୍ରୁପ୍ ହିସାବରେ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ । କାରଣ ଏଭଳି ଖାଇବା ଦ୍ବାରା ଆମ ଶରୀର ସୁସ୍ଥ ରହିବା ସହ ଆମେ ମଧ୍ୟ ଫିଟ୍ ରହୁଥାଉ । ଗବେଷଣା ଅନୁସାରେ ସବୁ ମଣିଷ ନିଜର ବ୍ଲଡ଼ ଗ୍ରୁପ୍ ହିସାବରେ ଯଦି ଖାଦ୍ୟ ଖାଇବେ ତେବେ ଅଧିକ ସୁସ୍ଥ ରହିବେ ।
* ଓ ବ୍ଲଡ଼ ଗ୍ରୁପ୍ – ଏହି ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତି ପ୍ରୋଟିନ , ଅଣ୍ଡା , ମାଂସ , ମାଛ ଓ ପତ୍ରଯୁକ୍ତ ପରିବା , ପିଆଜ , କଖାରୁ , ରସୁଣ , ଅଦା ପ୍ରଚୁର ପରିମାଣରେ ଖାଇବା ଆବଶ୍ୟକ । ଓ ବ୍ଲଡ଼ ଗ୍ରୁପ୍ ବ୍ୟକ୍ତି ଆଳୁ , ଫୁଲ କୋବି , ରାଜମା , ଅଲକୋହଲ , କଫିନ , ଛତୁ , ନଡ଼ିଆ , କମଳା ଇତ୍ୟାଦି କମ୍ ପରିମାଣ ରେ ଖାଇବା ଉଚିତ୍ ।
* ଏ ବ୍ଲଡ଼ ଗ୍ରୁପ୍ – ଏହି ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତି କାର୍ବୋହାଇଡ୍ରେଟ ଓ କମ୍ ଫ୍ୟାଟ୍ ଯୁକ୍ତ ଖାଦ୍ୟ କୁ ଅନୁସରଣ କରିବା ଉଚିତ୍ । ଏହି ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତି ଙ୍କୁ ଭରପୁର ମାତ୍ରା ରେ ଭାତ , କଖାରୁ , ଚୀନା ବାଦାମ , କିସମିସ , ଅଖାରୋଟ , ଛତୁ , ଅଦା ଇତ୍ୟାଦି ଅଧିକ ପରିମାଣରେ ଖାଇବା ଆବଶ୍ୟକ । ସେମାନେ ଦୁଗ୍ଧ ଜାତୀୟ ଖାଦ୍ୟ , ମାଛ , ରେଡ୍ ମୀଟ , ନଡ଼ିଆ , କଦଳୀ , କାଜୁ ଇତ୍ୟାଦି ଠାରୁ ଦୂରେଇ ରହିବା ଆବଶ୍ୟକ ।
* ବି ବ୍ଲଡ଼ ଗ୍ରୁପ୍ – ଏହି ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତି ଡାଏରୀ ପ୍ରଡକ୍ଟ ଅଧିକ ଖାଇବା ଆବଶ୍ୟକ । ଭରପୁର ମାତ୍ରାରେ ସବୁଜ ପନିପରିବା , ଅଣ୍ଡା , କମ୍ ଚର୍ବି ଯୁକ୍ତ ଖାଦ୍ୟ ଖାଇବା ଉଚିତ୍ । ଏହି ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତି ସ୍ୱୀମିଂ କରିବା ଆବଶ୍ୟକ ଓ ଚାଲିବା ଉଚିତ୍ । ଏହି ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତି ହଟାତ୍ ସଂକ୍ରମିତ ହୋଇ ଥାଆନ୍ତି ।
* ଏ ବି ବ୍ଲଡ଼ ଗ୍ରୁପ୍ – ଏହି ବ୍ଲଡ଼ ଗ୍ରୁପ୍ ର ବ୍ୟକ୍ତିଙ୍କୁ ସି ଫୁଡ୍ , ଦହି , ଛେଳି ଦୁଗ୍ଧ , ଅଣ୍ଡା , ଫୁଲକୋବି ଇତ୍ୟାଦି ପ୍ରଚୁର ପରିମାଣରେ ଖାଇବା ଆବଶ୍ୟକ । ଏମାନେ ମଦ୍ୟ ପାନ ଓ ଉଚ୍ଚ କୋଲେସ୍ତ୍ରାଲ ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରହିବା ଆବଶ୍ୟକ । ଏହି ବ୍ୟକ୍ତିମାନେ ସବୁବେଳେ ଶାନ୍ତ ରହିବା ଆବଶ୍ୟକ । ଯେଉଁ ବ୍ୟକ୍ତି ମାନଙ୍କର ଏ ନେଗେଟିଭ ବ୍ଲଡ଼ ଗ୍ରୁପ୍ ସେମାନେ ଫଳ ଖାଇବା ଠାରୁ ଦୂରେଇ ରହିବା ଆବଶ୍ୟକ । ଓ ନେଗେଟିଭ ଓ ବି ନେଗେଟିଭ ବ୍ଲଡ଼ ଗ୍ରୁପ୍ ବ୍ୟକ୍ତିମାନେ ଉଚ୍ଚ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ନୁହେଁ ।
Comments are closed.