ଆମ ହିନ୍ଦୁ ଧର୍ମରେ ବାସ୍ତୁ ଶସ୍ତ୍ରକୁ ଖୁବ୍ ଗୁରୁତ୍ଵ ଦିଆଯାଇଥାଏ । ଆମେ ସବୁବେଳେ ସଚେତନ ରହିବା ଉଚିତ୍ ଯେ ଆମ ଘର କୌଣସି ବାସ୍ତୁ ଦୋଷରେ ପ୍ରଭାବିତ ରହୁ ନାହିଁ ତ । ଯଦି ଘରେ ସବୁବେଳେ ଖର୍ଚ୍ଚ ଯୋଗ , ଦେହ ଅସୁସ୍ଥ , କଳହ ଓ ଅଶାନ୍ତି ଇତ୍ୟାଦି ଲାଗି ରହୁଚି ତେବେ ଏହା ଆପଣଙ୍କ ଜୀବନରେ ଅସୁବିଧା ସୃଷ୍ଟି କରିପାରେ ଓ ଏହା ବାସ୍ତୁ ଦୋଷ ଅଟେ ।
ବାସ୍ତୁ ଶାସ୍ତ୍ରରେ ଘରର ଦିଗ ଗୁଡ଼ିକର ବିଶେଷ ଧ୍ୟାନ ରଖିବା ଉଚିତ୍ । କୁହାଯାଏ ଯେ ଯଦି ଘରର ଉତ୍ତର ଦିଗ ବାସ୍ତୁ ମୁକ୍ତ ରୁହେ ତେବେ ଘରେ କୌଣସି ପ୍ରକାରର ଅସୁବିଧା ଦେଖା ଦେଇ ନଥାଏ ।
* ଯଦି ଘରର ଉତ୍ତର ଦିଗ ବାସ୍ତୁ ମୁକ୍ତ ଅଟେ ତେବେ ଜୀବନରେ ଧନ ବୃଦ୍ଧି ହୋଇଥାଏ ।
* ଉତ୍ତର ଦିଗ ଟି ଧନ ସ୍ବାମୀ କୁବେରଙ୍କ ଦିଗ ଅଟେ । ତେଣୁ ଏହି ଦିଗଟି ସମସ୍ତ ଆର୍ଥିକ କାର୍ଯ୍ୟ ପାଇଁ ଶୁଭ ଅଟେ ।
* ଆପଣ ଉତ୍ତର ଦିଗର କାନ୍ଥ କୁ ସର୍ବଦା ହାଲୁକା ନୀଳ ରଙ୍ଗ ଦେବା ଆବଶ୍ୟକ , ଏହା କୁବେରଙ୍କୁ ଆକୃଷ୍ଟ କରିଥାଏ ।
* ଉତ୍ତର ଦିଗରେ ମନିପ୍ଲାଣ୍ଟ ଲଗାଇବା ଉଚିତ୍ , ଏହାଦ୍ବାରା ଅର୍ଥ ଆସିବାର ରାସ୍ତା ଖୋଲି ଯାଇଥାଏ ।
* ଆପଣଙ୍କର ଯଦି ବ୍ୟବସାୟ ପ୍ରତିଷ୍ଠାନ ରହିଛି , ତେବେ ନିଜ ବ୍ୟବସାୟ ପ୍ରତିଷ୍ଠାନ ରେ ଉତ୍ତର ଦିଗରେ ଦର୍ପଣ ଲଗାନ୍ତୁ ବ୍ୟବସାୟ ରେ ଲାଭ ହେବ ।
* ଯଦି ଘରର ଉତ୍ତର ଦିଗର କାନ୍ଥ ରେ ଫାଟ ରହିଛି ତେବେ ତାହାକୁ ତୁରନ୍ତ ଠିକ୍ କରନ୍ତୁ , କାରଣ ଏହା ସମ୍ପର୍କ ରେ ଫାଟ ସୃଷ୍ଟି କରିଥାଏ ।
* ସମୃଦ୍ଧି ପାଇଁ ଘରର ଉତ୍ତର ଦିଗରେ ତୁଳସୀ ଗଛ ଲଗାଇବା ଆବଶ୍ୟକ । ଏହା ଜୀବନରୁ ସମସ୍ତ ଅସୁବିଧା ଦୂରେଇ ଦେଇଥାଏ । ଘରକୁ ରୋଗ ଠାରୁ ଦୂରେଇ ରଖିଥାଏ ।
Comments are closed.