ଭାରତର ସମସ୍ତ ପରିବାରରେ ସକାଳୁ ଉଠିବା ମାତ୍ରକେ ଆମେ ଚା ପିଇବାର ଆନନ୍ଦ ଉଠାଇ ଥାଉ । କିନ୍ତୁ ଆଜିକାଲି ମେଦ ବାହୁଲତା ଗୋଟିଏ ଏପରି ଅସୁବିଧା ଯାହାର ସମ୍ମୁଖିନ ପ୍ରାୟ ସମସ୍ତେ ହୋଇ ଥାଆନ୍ତି । ଦେଖିବାକୁ ଗଲେ ମେଦ ବଢିବା ଦ୍ଵାରା ମଣିଷ ବିଭିନ୍ନ ପ୍ରକାର ଅସୁବିଧା ର ସମ୍ମୁଖୀନ ହେବାକୁ ପଡିଥାଏ ।
କିନ୍ତୁ ଆୟୁର୍ବେଦ ଚିକିତ୍ସା ହିସାବରେ ଏହି ସବୁ ପାନୀୟ ବିଶେଷ କରି ଆପଣଙ୍କ ପେଟର ଚର୍ବି କମାଇବାରେ ସାହାଯ୍ୟ କରିଥାଏ ।
* ଜୀରା ପାଣି – ଜିରା ରେ ଭରପୁର ମାତ୍ରାରେ ଆଇରନ ରହିଥାଏ , ଯାହା ଆମ ଶରୀରରୁ କଲେଷ୍ଟ୍ରାଲ ହ୍ରାସ କରିଥାଏ , ତା ସହିତ ଜିରା ପାଣି ସକାଳୁ ଖାଲି ପେଟରେ ପିଇବା ଦ୍ଵାରା ପେଟ ଚର୍ବି ହ୍ରାସ ହୋଇଥାଏ ।
* ମେଥି ପାଣି – ମେଥି ପାଣି ସକାଳୁ ଖାଲି ପେଟରେ ପିଇବା ଦ୍ଵାରା ଓଜନ ହ୍ରାସ ହେବା ସହ ପେଟର ଚର୍ବି ନିୟନ୍ତ୍ରିତ କରିଥାଏ । ମେଥି ପାଣି ଖାଲି ପେଟରେ ପିଇଲେ ରକ୍ତ ଶର୍କରା ନିୟନ୍ତ୍ରିତ ରୁହେ ।
* ଡାଲଚିନି ଓ ପାନ ମାଧୁରୀ ପାଣି – ଏହି ୨ଟି ଜିନିଷ ଆଣ୍ଟି ଆକ୍ସଡେଣ୍ଟ ଓ ଆଣ୍ଟି ଇମ୍ଫ୍ଲା ମେଟରି ଗୁଣରେ ଭରପୁର ଅଟେ । ଏହା ଆପଣଙ୍କ ଶରୀରରୁ ବିଷାକ୍ତ ପଦାର୍ଥ କୁ ବାହାର କରି ଥାଆନ୍ତି । ତା ସହିତ ଚର୍ବି ହ୍ରାସ ମଧ୍ୟ କରନ୍ତି । ସକାଳେ ଖାଲି ପେଟରେ ସେବନ କରନ୍ତୁ ।
* ଅଦା ଓ ତୁଳସୀ କାଢା – ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କ ଶରୀରର ବିଭିନ୍ନ ସଂକ୍ରମଣ ଦୁଇ ହୋଇଥାଏ ଓ ମେଦ ହ୍ରାସ ମଧ୍ୟ ହୋଇଥାଏ ।
Comments are closed.