Odisha news

ଡାଲମିଆ ସିମେଣ୍ଟ ଦ୍ୱାରା ରାଜଗାଙ୍ଗପୁର ଘରୋଇ ବସ ଷ୍ଟାଣ୍ଡରେ ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟିତ

ସ୍ଥାନୀୟ ବସ ଷ୍ଟାଣ୍ଡରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ର ସାମାଜିକ ଦାୟିତ୍ୱବୋଧ ବିଭାଗ (ସିଏସଆର) ଦ୍ୱାରା ଏକ ପ୍ରକଳ୍ପ ରାଜଗାଙ୍ଗପୁର ଘରୋଇ ବସ ଷ୍ଟାଣ୍ଡରେ ଆରମ୍ଭ କରାଯାଇଛି l କମ୍ପାନୀର ଜାତୀୟ ଉତ୍ପାଦନ ମୁଖ୍ୟ ଶ୍ରୀ ଗଣେଶ ଡବ୍ଲୁ ଜିରକୁଣ୍ଠୱାର , ନବ ନିଯୁକ୍ତ ରାଜଗାଙ୍ଗପୁର କାରଖାନା ମୁଖ୍ୟ ଶ୍ରୀ ଚେତନ ଶ୍ରୀବାସ୍ତବ ଓ ଘରୋଇ ବସ ମାଲିକ ସଂଘ ସଭାପତି ସୋହେବ ଆଲାମଙ୍କ ଉପସ୍ଥିତି ରେ ଏହି ପ୍ରକଳ୍ପ କୁ ଉଦଘାଟନ କରିଥିଲେ l ଉକ୍ତ ପ୍ରକଳ୍ପ ଅନୁଯାଇ ବସ ଷ୍ଟାଣ୍ଡରେ ରେ ଆସୁ ଥିବା ଡ୍ରାଇଭର୍, କଣ୍ଡକ୍ଟର, ଖଲlସି, ଉଠା ଦୋକାନୀ ଏବଂ ଯାତ୍ରୀମାନଙ୍କୁ ବର୍ଷ ସାରା ସ୍ୱଚ୍ଛ ଓ ଥଣ୍ଡା ପାନୀୟ ଜଳ ଯୋଗାଇ ଦିଆଯିବ l ପ୍ରତିଦିନ ବସ ଷ୍ଟାଣ୍ଡ କୁ ଆସୁଥିବା ବିଭିନ୍ନ ଅଞ୍ଚଳର ଯାତ୍ରୀମାନଙ୍କ ସ୍ୱଚ୍ଛ ପାନୀୟ ଜଳ ସମସ୍ୟା ଦୂର କରିବା ନିମନ୍ତେ ରାଜଗାଙ୍ଗପୁର ଘରୋଇ ବସ ମାଲିକ ସଂଘ ଡାଲମିଆ ସିମେଣ୍ଟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲା l
ସହରବାସୀଙ୍କୁ ସମ୍ବୋଧନ କରି ଶ୍ରୀ ଜିରକୁଣ୍ଠୱାର କହିଥିଲେ,ଜଳ କ୍ରମଶଃ ଏକ ଅମୁଲ୍ୟ ସମ୍ପଦରେ ପରିଣତ ହେବାରେ ଲାଗିଛି l ଦେଶର ଅନେକ ଅଂଚଳରେ ଲୋକ ଜଳାଭାବରୁ ବେଶ ହଇରାଣ ହେଉଛନ୍ତି l ତେଣୁ ଆମେ ଜଳର ଅପବ୍ୟୟ ବନ୍ଦ କରିବା ସହିତ ବର୍ଷା ଜଳ ସଂରକ୍ଷଣ ଭଳି ବିଭିନ୍ନ ପ୍ରକଳ୍ପ ଉପରେ କାମ କରିବାର ଆବଶ୍ୟକତା ରହିଛି l ଶ୍ରୀ ଶ୍ରୀବାସ୍ତବ କହିଲେ   ଜଳ ପ୍ରଦୂଷଣ ବର୍ତ୍ତମାନ ସମୟରେ ଏକ ବଡ଼ ସମସ୍ୟାରେ ପରିଣତ ହେଉଥିବା ବେଳେ ସ୍ୱଚ୍ଛ ପାନୀୟ ଜଳର ବ୍ୟବସ୍ଥା ସହରବାସୀଙ୍କ ସ୍ୱାସ୍ଥ୍ୟ ରକ୍ଷାରେ ବେଶ ଉପକାରୀ ହେବ l

ଉଦ୍ଘାଟନୀ କାର୍ଯ୍ୟକ୍ରମରେ କମ୍ପାନୀର ମାନବ ସମ୍ବଳ ବିଭାଗର ମୁଖ୍ୟ ଡ୍ର.ବଳରାମ ପଣ୍ଡା, ସୁଧୀର ମହାନ୍ତି, ସିଏସଆର ବିଭାଗର ବରିଷ୍ଠ ପ୍ରବନ୍ଧକ ତପନ କୁମାର ନାୟକ,ଶିବନାରାୟଣ ପରିଜା, ସୁରକ୍ଷା ବିଭାଗ ମୁଖ୍ୟ ସୁବ୍ରତ ପଟନାୟକ, ଜନ ସମ୍ପର୍କ ବିଭାଗର ଅମରେଶ ପଣ୍ଡା,ଘରୋଇ ବସ ମାଲିକ ସଂଘ ସଚିବ ଯୋଗେନ୍ଦ୍ର ସିଂ, ରାଜେନ୍ଦ୍ର ଲେଙ୍କାଙ୍କ ଏବଂ ସଂଘର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ l  ବସ ମାଲିକ ସଂଘ ଏହି ପାନୀୟ ଜଳ ପ୍ରକଳ୍ପ ପାଇଁ ଡାଲମିଆ ସିମେଣ୍ଟକୁ କୃତଜ୍ଞତା ଜ୍ଞାପନ କରିବା ସହିତ ଆଗାମୀ ଦିନରେ ଅନ୍ୟ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ କମ୍ପାନୀ ସହିତ ହାତ ମିଳାଇ ଚାଲିବା ପାଇଁ ପ୍ରତିଶୃତି ଦେଇଥିଲେ l ଇନ୍ଦ୍ରଜିତ ସିଂ, ଏମଡି ଇସରୁଲ, ଏମଡି ଅଫସର, ସୁରଜ ଶର୍ମା, ଏମଡି ସ୍ହଜ଼ାଦ ହୁସେନ (ଗୋଲୁ), ଇମରୋଜ, ଏବଂ ଏମଡି ଲାଲ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ l

Comments are closed.