ସମସ୍ତେ ଜାଣିଛନ୍ତି ଯେ ଦେବରାଜ ଇନ୍ଦ୍ରଙ୍କ ପୁତ୍ର ଓ କିସ୍କିନ୍ଧାର ରାଜା ବାଳି ଯାହାଙ୍କ ସହିତ ମଧ୍ୟ ଲଢେଇ କରନ୍ତି ,ଲଢେଇ କରୁଥିବା ବ୍ୟକ୍ତି ଯେତେ ଶକ୍ତିଶାଳୀ ହୋଇଥିଲେ ମଧ୍ୟ ତାର ଅଧାଶକ୍ତି ବାଳୀଙ୍କ ପାଖକୁ ଚାଲିଯାଏ l ଲଢେଇ କରୁଥିବା ଯୋଦ୍ଧାଟି ଦୁର୍ବଳ ହୋଇ ବାଳୀ ପଖରୁ ହରି ଯାଉଥିଲା l ବାଳୀ ନିଜର ଏହି ଅଦ୍ଭୁତ ଶକ୍ତି କାରଣରୁ ବଳଶାଳୀ ଦୁନ୍ଦୁଭି ନାମକ ଶକ୍ତିଶାଳୀ ରାକ୍ଷସକୁ ବଦ୍ଧ କରିଦେଇଥିଲେ l ଦୁନ୍ଦୁଭି ପରେ ତାର ଭାଇ ମାୟାବୀକୁ ମଧ୍ୟ ଗୁମ୍ଫା ଭିତରେ ବଦ୍ଧ କରିଥିଲେ l ଏହି ଘଟଣା ପରେ ବାଳୀ ଓ ସୁଗ୍ରୀବଙ୍କ ମଧ୍ୟରେ ଶତ୍ରୁତା ଦେଖା ଦେଇଥିଲା l ସେହି କାରଣରୁ ବ୍ବାଳି ସୁଗ୍ରୀବଙ୍କର ସମସ୍ତ ସମ୍ପତ୍ତିକୁ ନିଜ ଅକ୍ତିଆରରେ ରଖି ତାଙ୍କୁ ରାଜ୍ୟରୁ ବାହାର କରି ଦେଇଥିଲା l
ଏହି କାରଣ ଯୋଗୁ ସୁଗ୍ରୀବ ଶ୍ରୀରାମଙ୍କ ସରଣକୁ ଯାଇଥିଲେ ଓ ପ୍ରଭୁ ଶ୍ରୀରାମ ବାଳୀଙ୍କ ପାଖରୁ ଲୁଚି ତାଙ୍କୁ ସର ମରି ବଦ୍ଧ କରିଥିଲେ l ଠାରେ ରାବଣ ବାଳୀଙ୍କ ଶକ୍ତିର ଚର୍ଚା ଶୁଣି ତାଙ୍କ ସହିତ ଯୁଦ୍ଧ କରିବା ପାଇଁ ସ୍ଥିର କଲା l ଯୁଦ୍ଧ ସମୟରେ ବାଳୀ ରାଵଣଙ୍କୁ ନିଜ କାଖତଳେ ୬ ମାସ ଚାପି ରଖିଥିଲା l ଏହାପରେ ରାବଣ ବାଳୀଙ୍କ ପାଖରୁ ନିଜର ହାର ସିଉକାର କରି ବିଦାୟ ନେଇଥିଲା l ରାମାୟଣ କଥା ଅନୁସାରେ ବାଳୀଙ୍କୁ ତାଙ୍କର ଧର୍ମ ପିତା ଇନ୍ଦ୍ରଙ୍କ ପାଖରୁ ଗୋଟିଏ ସ୍ୱର୍ଣ୍ଣ ହାର ପ୍ରାପ୍ତ ହୋଇଥିଲା l
ଏହି ସ୍ୱର୍ଣ୍ଣ ହାରକୁ ବ୍ରହ୍ମା ମନ୍ତ୍ରଯୁକ୍ତ କରି ବରଦାନ ଦେଇଥିଲେ କି ଏହାକୁ ଯିଏ ଧାରଣା କରି ରଣଭୂମିରେ ଶତ୍ରୁର ସାମ୍ନା କରିବା ,ସେହି ସମୟରେ ତା ଶତ୍ରୁର ଅଧା ଶକ୍ତି କ୍ଷୀଣ ହୋଇଯିବ ଓ ଏହି ଅଧାଶକ୍ତି ବାଳୀଙ୍କ ପାଖକୁ ପଳାଇ ଆସିବ l
ଏହି ହାରକୁ ଧାରଣ କରିବା କାରଣରୁ ବାଳୀ ସବୁବେଳେ ଯୁଦ୍ଧରେ ଜୟଲାଭ କରୁଥିଲେ l ବାଳିଙ୍କର ପିତାଙ୍କ ନାମ ବାନର ଶ୍ରେଷ୍ଠ ରୁକ୍ଷ ଥିଲା l ବାଳୀଙ୍କର ବିବାହ ବାନର ବୈଦ୍ୟରାଜ ସୁଷେଣଙ୍କର ପୁତ୍ରୀ ତାରାଙ୍କ ସହିତ ହୋଇଥିଲା l ବାଳୀ ନିଜ ଭାଇ ସୁଗ୍ରୀବଙ୍କ ସହିତ ଶତ୍ରୁତା କରି ପ୍ରଭୁ ରାମଚନ୍ଦ୍ରଙ୍କର ଆକ୍ରୋସର ଶିକାର ହୋଇଥିଲେ l ବେଦ ଓ ପୁରାଣ ଅନୁସାରେ ଦାନଵ ,ବାନର ,ନାଗ ଦେବା ଦେବୀ ନିଜ ଇଛାରେ ରୂପ ପରିବର୍ତନ କରି ପାରୁଥିଲେ l ସେହି ପୁରାଣ ଯୁଗରେ ପ୍ରାୟ ଦରକାର ପଡିଲେ ଏହିମାନେ ନିଜ ରୂପ ପରିବର୍ତନ କରି ପାରୁଥିଲେ l
Comments are closed.