Odisha news

ସ୍ୱତନ୍ତ୍ରତା ଦିବସ : ଜାତୀୟ ସଙ୍ଗୀତ ଗାଉଥିବା ନିଜର ଭିଡିଓ ପଠାନ୍ତୁ , ଅଗଷ୍ଟ ୧୫ ତାରିଖ ଦିନ ଟିଭି ରେ ହେବ ପ୍ରସାରଣ , ଜାଣନ୍ତୁ କଣ ରହିଛି ସରକାରଙ୍କ ଯୋଜନା

ନୂଆଦିଲ୍ଲୀ : ଦେଶର ସ୍ଵାଧୀନତା ଦିବସ ଦେଶର ସମସ୍ତ ନାଗରିକ ମାନଙ୍କ ପାଇଁ ଗୋଟିଏ ସ୍ଵତନ୍ତ୍ର ମହତ୍ତ୍ଵ ରଖିଥାଏ । ଚଳିତ ବର୍ଷ ଭାରତ ନିଜର ୭୫ ତମ ସାଧାରଣ ତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି ଓ ଭାରତ ସରକାର ଚଳିତ ବର୍ଷ ର ଏହି ଦିନକୁ କିଛି ଖାସ ଉପାୟରେ ପାଳନ କରିବାକୁ ଯାଉଛନ୍ତି । ସରକାର ଚଳିତ ବର୍ଷ ର ସ୍ୱତନ୍ତ୍ରତା ଦିବସ କୁ ସ୍ବାଧୀନତାର ଅମୃତ ଦିବସ ଭାବରେ ପାଳନ କରିବାକୁ ଯାଉଛନ୍ତି । ତା ସହିତ ସରକାର ଜନସାଧାରଣଙ୍କୁ ରାଷ୍ଟ୍ର ଗାନ ଗାଉଥିବା ର ଗୋଟିଏ ଭିଡିଓ କରି ସେୟାର କରିବାକୁ କହିଛନ୍ତି ।

ରାଷ୍ଟ୍ର ଗାନ ଗାଉଥିବା ଭିଡିଓ କରନ୍ତୁ ଅପଲୋଡ଼ –
My government India ର ଅଧିକାରୀକ ୟୁଟ୍ୟୁବ ପେଜ୍ ଦ୍ଵାରା ” ଲେଟ୍ସ ଅସ୍ ଶିଙ୍ଗ ଦି ନେସନାଲ ଆନ୍ଥେମ୍ ” ଶୀର୍ଷକ ନାମକ ଗୋଟିଏ ଭିଡିଓ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ସରକାରଙ୍କ ପ୍ରସ୍ତୁତି ବିଷୟରେ ସୂଚନା ଦିଆଯାଇଛି ଓ ଏହା ମଧ୍ୟ କୁହାଯାଇଛି ଯେ କିପରି ଏଥିରେ ଅଂଶ ଗ୍ରହଣ କରିବେ । ଏହି ଭିଡିଓ କୁ ବ୍ୟକ୍ତିଗତ କିମ୍ବା ସାମୁହିକ ଭାବରେ ରେକର୍ଡ କରି ଅଧିକରିକ ୱେବ୍ ସାଇଟ୍ ରେ Registration.in ରେ ପଞ୍ଜିକରଣ କରି ପାରିବେ ଓ ନିଜର ଭିଡିଓ ଅପଲୋଡ଼ କରି ପାରିବେ । ୱେବ୍ ସାଇଟ୍ ରେ ଦିଆଯାଇଥିବା ସୂଚନା ଅନୁସାରେ ଏହି ଭିଡିଓ ଅଗଷ୍ଟ ୧୫ ତାରିଖ ୨୦୨୧ ରେ ଦିନ ଲାଇଭ୍ ଦେଖାଯିବ ।

ନିଜ କ୍ଷେତ୍ରୀୟ ଭାଷାରେ ମଧ୍ୟ ଗାଈ ପାରିବେ –
ଏଥିରେ ଲୋକ ମାନଙ୍କୁ ନିଜର ପସନ୍ଦ ଯୋଗ୍ୟ ଭାଷା ମଧ୍ୟ ଚୟନ କରିବା ପାଇଁ ମଉକା ମିଳିବ ଓ ଫର୍ମ ଭରିବା ପରେ ବ୍ୟକ୍ତି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ପାରିବେ । ସମସ୍ତ ପ୍ରତି ଭାଗି ଙ୍କୁ ପ୍ରକ୍ରିୟା ସମାପ୍ତ ହେବା ପରେ ପ୍ରମାଣ ପତ୍ର ମଧ୍ୟ ମିଳିବ ।

ୱେବସାଇଟ ରେ ଗୋଟିଏ ତଥ୍ୟ ଅନୁସାରେ କୁହାଯାଇଛି ଟିଭି , ରେଡ଼ିଓ , ୟୁଟ୍ୟୁବରେ ଓ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ପାଇଁ ଦଶଟି ଶୀର୍ଷ ଭିଡିଓ କୁ ଚୟନ କରାଯିବ । ଏହା ସହିତ ଭାରତୀୟ ଅଲମ୍ପିକ୍ସ ପଦକ ବିଜେତା ମାନଙ୍କ ସହିତ ଓ ଅନେକ ଲୋକପ୍ରିୟ ବ୍ୟକ୍ତିତ୍ଵ ଙ୍କ ସହିତ ନିଜର ୱେବସାଇଟ ରେ ଭିଡିଓ ଅପଲୋଡ଼ କରିବାକୁ ପ୍ରୋତ୍ସାହନ କରାଯିବ ।

ମହାମାରୀ ସମୟରେ ମଧ୍ୟ ଉତ୍ସାହ ମିଳୁଛି –
ସରକାରଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ ପଛରେ ମହାମାରୀ ସମୟରେ ଯେତେ ପ୍ରତିବନ୍ଧକ ଲାଗୁ ହୋଇଥିଲେ ମଧ୍ୟ ଲୋକ ମାନେ କେହି କାହା ସହିତ ଦେଖା କରୁ ନଥିଲେ ମଧ୍ୟ ଏହା ଦେଶ ବାସୀଙ୍କ ପାଇଁ ଗୋଟିଏ ଉତ୍ସାହ ଅଟେ । ଏହି କାର୍ଯ୍ୟକ୍ରମ ରେ ସବୁଠୁ ଅଧିକ ଛାତ୍ର ମାନଙ୍କର ସହଯୋଗ ଆବଶ୍ୟକ ବୋଲି ଆଶା କରାଯାଉଛି ।

Comments are closed.