Odisha news

ତହସିଲଦାରଙ୍କ ଠାରୁ ଜବତ କଳାପଥର ଗାଡି ଛଡାଇନେବା ଘଟଣାରେ ୨ ଗିରଫ : ଜଙ୍ଗଲରୁ ଗାଡି ଜବତ

ଚଣ୍ଡିଖୋଲ,୮/୮:  ଯାଜପୁର ଜିଲ୍ଲାର ଦର୍ପଣ ତହସିଲର ଅତିରିକ୍ତ ତହସିଲଦାର ନିରଞ୍ଜନ ଗୁରୁ ୫୩ ନମ୍ବର ଜାତୀୟ ରାଜପଥରେ ଯାଞ୍ଚ କରି ବେଆଇନ କଳାପଥର ବୋଝେଇ ଥିବା ଏକ ଟ୍ରକୁ ଶୁକ୍ରବାର ଜବତ କରି ଗାଡିକୁ ଚଣ୍ଡିଖୋଲ ଫାଣ୍ଡିକୁ ନେଉଥିଲାବେଳେ ମାଫିଆମାନେ ସଙ୍ଘବଦ୍ଧ ହୋଇ ସେହି ଗାଡିକୁ ଛଡାଇ ନେଇଥିଲେ। ଏହି ଘଟଣାକୁନେଇ ପୋଲିସରେ ମାମଲା ରୁଜୁହେବାପରେ ଯାଜପୁର ଜିଲ୍ଲାପାଳ ଏହାକୁ ଅତି ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଗ୍ରହଣକରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାରେ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ଚିତରଞ୍ଜନ ଜେନା ୨୯୯/୨୧ ରେ ମାମଲା ରୁଜୁକରୀ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଧର୍ମଶାଳାର ଏକ ଜଙ୍ଗଲରୁ ଫେରାର ଗାଡିକୁ ଜବତ କରୀଛି। ଏଥିସହ ଏହି ମାମଲାରେ ସପୃକ୍ତ ମାଫିଆ ଙ୍କ ମଧ୍ୟରୁ ଗାଡି ମାଲିକ ଧର୍ମ ଶାଳା ଥାନା ଆରୁହା ଗ୍ରାମର ସୁନିଲ ସାହୁ ଓ ଡ୍ରାଇଭର ଢେ଼ଙ୍କାନାଳ ଜିଲ୍ଲା ଗଦିଆ ଥାନା ବରଦା ଗ୍ରାମର ଶୁରେଷ ଦେହୁରୀକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ସପୃକ୍ତ ସମସ୍ତ ମାଫିଆଙ୍କୁ ପୋଲିସ ଠାବ କରିସାରି ଥିବାରୁ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

Comments are closed.