ପୁରୀ,୮ା୮ :ଦେବୀଘାଟଛକ ନିକଟରେ ବେଆଇନ୍ ଭାବେ ସର୍ବସାଧାରଣ ସ୍ଥାନରେ କୋରେକ୍ସେ ବିକ୍ରି କରୁଥିବା ଅଭିଯୋଗରେ ନରେନ୍ଦ୍ରକୋଣ ମଙ୍ଗଳାସାହିର ଜଗନ ନାୟକ ନାମକ ଜଣେ ୧୮ ବର୍ଷିୟ ଯୁବକକୁ କୁମ୍ଭାରପଡ଼ାଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ନିକଟରୁ ୨୧ ବୋତଲ କୋରେକ୍ସ ଜବତ କରାଯାଇଛି । ଗତକାଲି ଏସ୍ଆଇ ଦିବ୍ୟରଞ୍ଜନ ପଣ୍ଡା ରାତି ପାଟ୍ରୋଲିଂ କରିବା ଲାଗି ପ୍ରସ୍ତୁତ ହେଉଥିବାବେଳେ ଦେବୀଘାଟଛକରେ ଜଣେ ବ୍ୟକ୍ତି କୋରେକ୍ସ ବିକ୍ରି କରୁଥିବା ନିର୍ଭରଯୋଗ୍ୟ ସୁତ୍ରରୁ ସୂଚନା ପାଇଥିଲେ । ଶ୍ରୀପଣ୍ଡା ଅନ୍ୟବିଭାଗୀୟ କର୍ମଚାରୀଙ୍କ ସହିତ ସେଠାରେ ଚଢାଉ କରିବାବେଳେ ଏକ ଜରିବ୍ୟାଗରୁ ୨୧ ବୋତଲ (୨.୧ଲିଟର) କୋରେକ୍ସ ଜବତ କରିବା ସହିତ ଏହି ବେଆଇନ୍ କାରବାରରେ ସମ୍ପୃକ୍ତ ଜଗନକୁ ଧରିଥିଲେ । ଶ୍ରୀପଣ୍ଡାଙ୍କ ଅଭିଯୋଗ କ୍ରମେ ଜଗନ ବିରୁଦ୍ଧରେ ଭାରତୀୟ ଦଣ୍ଡବିଧି ଆଇନ୍ର ବିଭିନ୍ନଧାରା ଓ ୧୯୪୦ ଡ୍ରଗ୍ସ ଆଣ୍ଡ କଷ୍ଟମ୍ସ ଆକ୍ଟର ଧାରା ୧୩ ଅନୁଯାୟୀ କୁମ୍ଭାରପଡ଼ା ଥାନାରେ୨୬୫/୨୧ରେ ମାଲା ରୁଜୁ କରାଯାଇ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।
Comments are closed.