ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଆଉ ଗୋଟିଏ କିସ୍ତି ; କାଲି ୯.୫ କୋଟି ଚାଷୀଙ୍କ ପରିବାର ଭାଇମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ୧୯.୫୦୦ କୋଟି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଆଉ ଗୋଟିଏ କିସ୍ତି ଆସନ୍ତା କାଲି ଚାଷୀ ଭାଇମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦିଆଯିବ । ଏହି ଯୋଜନା ଅଧିନରେ ଏହା ନବମ କିସ୍ତି ଭାବେ ଚାଷୀଭାଇମାନେ ପାଇବାକୁ ଯାଉଛନ୍ତି ।
ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି (ଅଗଷ୍ଟ-୯) ତାରିଖ ମଧ୍ୟାହ୍ନ ୧୨.୩୦ ମିନିଟରେ ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୯.୫ କୋଟି ଚାଷୀଙ୍କ ପରିବାରକୁ ୧୯.୫୦୦ କୋଟିରୁ ଅଧିକ ଟଙ୍କା ଟ୍ରାନ୍ସଫର କରିବେ ବୋଲି କହିଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଏହି ସୂଚନା ଦିଆଯାଇଛି ।
ପ୍ରକାଶିତ ରିପୋର୍ଟ ମୁତାବକ, ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ମାଧ୍ୟମରେ ପଞ୍ଜୀକୃତ କୃଷକ ପରିବାରକୁ ବର୍ଷକୁ ୬୦୦୦ ଟଙ୍କା ଲେଖାଏଁ ପ୍ରଦାନ କରୁଛନ୍ତି କେନ୍ଦ୍ର ସରକାର । ଏହି କ୍ରମରେ କୃଷକମାନଙ୍କୁ ପ୍ରତି ୪ ମାସରେ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି । ଏହି ଅର୍ଥ ସିଧାସଳଖ ପଞ୍ଜୀକୃତ କୃଷକମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯାଉଛି ।
ଏନେଇ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର କରିବା ସହ କିଛି କୃଷକ ମାନଙ୍କ ସହ କଥା ହେବେ ଓ ଦେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।
Comments are closed.