Odisha news

ଉଦିତନଗର ପୋଲିଶକୁ ମିଳିଛି ସଫଳତା , ବଜାଜ ଶୋରୁମ୍ ଚୋରୀ ର ପର୍ଦ୍ଦାଫାଶ : ଅଭିଯୁକ୍ତ ଗିରଫ

ରାଉରକେଲା : ସଫଳତା ହାତ ପାଆନ୍ତାରେ ଥିବା ଭଳି ଘଟଣାଟିଏ ଆଖି ସାମ୍ନାକୁ ଆସିଛି । ବଡ ସଫଳତାର ଶ୍ରେୟ ଯିବ ରାଉରକେଲା ସହରର ଉଦିତନଗର ଥାନାର ଅଧିକାରୀ ଓ କର୍ମଚାରୀଙ୍କୁ । ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ଏକ ଅଭାବନୀୟ ଘଟଣା । ଆର ଏମ ବଜାଜ ଶୋରୁମ୍ର ମେନେଜର ଉଦିତନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ ଶୋରୁମ୍ ପଛପଟୁ କେହି ଦୁର୍ବୁର୍ତ୍ତ ଭିତରକୁ ପଶି ଶୋରୁମରେ ଥିବା ନଗଦ ରାଶି ୬ ଲକ୍ଷ ୯୯ ହଜାର ୯୪୫ ଟଙ୍କା ସହ ୩ ଟି ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ନେବା ସହ ସିସିଟିଭି ଡିଭିଆରକୁ ମଧ୍ୟ ନେଇ ଯାଇଛି । ଅଭିଯୋଗ ପ୍ରତି ବିଶେଷ ଗୁରୁତ୍ବ ଦେଇ ଉଦିତନଗର ଥାନା ଅଧିକାରୀ ଓ ସହକର୍ମୀଗଣ ତନା ଘନା ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ଗିରଫ ଅଭିଯୁକ୍ତ ବଜାଜ ଶୋରୁମ୍ର ପୂର୍ବତନ କର୍ମଚାରୀ ତଥା ରାଉରକେଲା ସ୍ଥିତ ବାସନ୍ତୀ କଲୋନୀର ଘର ନଂ ଏଏଲ/ ୨୯ ର ବାସୀନ୍ଦା ସ୍ମୁତି ରଞ୍ଜନ ରାଉତ (୨୩) । ଗିରଫ ପରେ ଅଭିଯୁକ୍ତ ଠାରୁ ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ସହିତ ନଗତ ରାଶି ୪ ଲକ୍ଷ ୩୩ ହଜାର ୩୩୦ ଟଙ୍କା ଜବତ କରିଥିବା ଜଣାପଡିଛି । ତେବେ ଆଜି ସନ୍ଧ୍ୟା ସମୟରେ ଉଦିତନଗର ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସପି ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ତେବେ ଏହି ଭଳି ପ୍ରତ୍ୟେକ ଘଟଣାକୁ ସଠିକ ସମୟରେ ରୂପ ଦେଲେ ଅଭିଯୁକ୍ତ ମାନଙ୍କୁ ଡର ରହିବ

Comments are closed.