ରାୟଗଡା : ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ହସ୍ତଶିଳ୍ପୀ କାରିଗରୀମାନଙ୍କ ବିକାଶ ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ଢ଼ୋକର।, ଟେରାକଟା, ବାଉଁଶ ଓ ବସ୍ତ୍ର ଯୋଡ଼ା ଶିଳ୍ପୀମାନଙ୍କ ଜୀବନ ଜୀବିକାର ବୃଦ୍ଧି ଓ ହସ୍ତଶିଳ୍ପର ବିକାଶ ନିମନ୍ତେ କାରିଗରୀ ମାନଙ୍କୁ ତାଲିମ ପ୍ରଦାନ କରାଯିବ । ଏହି ବୈଠକରେ ସହକାରୀ ନିର୍ଦେଶକ ହସ୍ତଶିଳ୍ପୀ ଜୟସୀ ଡୁଙ୍ଗଡୁଙ୍ଗ ହସ୍ତଶିଳ୍ପର ବିକାଶ ନିମନ୍ତେ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନା କରିଥିଲେ। କାରିଗରୀ ମାନଙ୍କ ଦକ୍ଷତା ବିକାଶ ନିମନ୍ତେ ମାଷ୍ଟରକ୍ରାଫ୍ଟ ମେନ ତାଲିମ ପ୍ରଦାନ ପାଇଁ ପ୍ରାର୍ଥୀ ଚୟନ କରାଯିବ। ଜିଲାରେ ୪ଟି ପର୍ଯ୍ୟାୟରେ ୧୫ଜଣ ଲେଖାଏଁ ତାଲିମ ନେବେ । ସେହିପରି ଜନଜାତି ଡଙ୍ଗରିଆ ସାଲ ବୁଣିବା ନିମନ୍ତେ ୧୫ଜଣ ଡ଼ଙ୍ଗରିଆ ଆଦିବାସୀ ମହିଳାଙ୍କୁ ତାଲିମ ପ୍ରଦାନ କରାଯିବ ।
ଶିଳ୍ପୀ ଉନ୍ନତି ଯୋଜନାରେ ୨୦ଜଣ ଶିଳ୍ପୀଙ୍କୁ ୫୦ହଜାର ଟଙ୍କା ଋଣ ଆକାରରେ ସହାୟତା ଯୋଗାଇଦିଆଯିବ। ହସ୍ତଶିଳ୍ପ ଓ କୁଟୀର ଶିଳ୍ପର ବିକାଶ ପାଇଁ ତାଲିମ ପ୍ରଦାନ କରାଯିବ। ଅଣୁ ,କ୍ଷୁଦ୍ର, ମଧ୍ୟମ ଉଦ୍ଧ୍ୟଗ ବିଭାଗ ତରଫରୁ ଯାନ୍ତ୍ରିକ ଜ୍ଞାନ କୌଶଲ ତାଲିମ ପ୍ରଦାନ କରିବ। ଓରମାସ ଉତ୍ପାଦିତ ଦ୍ରବ୍ୟର ବିପରଣରେ ସହଯୋଗ କରିବ ଏବଂ ବ୍ଯାଙ୍କ ସଂସ୍ଥା ଆର୍ଥିକ ସହାୟତା ଯୋଗାଇ ଦେବ।
ଜିଲ୍ଲାର ବିଷମକଟକ ବ୍ଲକର ଝିଗିଡିରେ ଢ଼ୋକର ତାଲିମ ପ୍ରଦାନ କରାଯିବ। ଠିକ୍ ସେହିପରି କାଶୀପୁର ବ୍ଲକର ଶୋରିଷ ପଦର ଗ୍ରାମରେ ଟେରେକଟା, ମୁନିଗୁଡା ବ୍ଲକର ମୁନିଖୁଲରେ ବାଉଁଶ ଶିଳ୍ପ, ଥେରୁବାଲିରେ ବସ୍ତ୍ର ଯୋଡ଼େଇ ଓ ବିଷମ କଟକ ବ୍ଲକର ରୋଡାଙ୍ଗ ଠାରେ ଡ଼ଙ୍ଗାରିଆ ଶାଲ ବୁଣିବା ଉପରେ ତାଲିମ ପ୍ରଦାନ କରାଯିବ । ଏହି ବୈଠକରେ ଲିଡ଼ ବ୍ଯାଙ୍କ ମେନେଜର ଭାରତୀୟ ଷ୍ଟେଟ ବ୍ଯାଙ୍କ, ଲିଡ଼ ବ୍ଯାଙ୍କ ଡିସଟ୍ରିକ୍ଟ ମେନେଜର,ନାବାର୍ଡ,ଡିପିଏମ, ଓରମାସ,ଓ ମାଷ୍ଟରକ୍ରାଫ୍ଟ ମ୍ୟାନ ସୋରିଷ ପଦର ଯୋଗଦାନ କରିଥିଲେ ।
Comments are closed.