ସକାଳ ଖବର (ଦୀପକ କୁମାର ଠାକୁର) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିକଟ ରିଷିଗାଁ ଠାରେ ପୂର୍ବତନ ବିଧାୟକ ସ୍ଵର୍ଗତ ମହେଶ୍ଵର ନାଏକଙ୍କ ସ୍ମୃତିରେ ମହେଶ୍ୱର ପାଠାଗାର ନିର୍ମାଣର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇ ସାରିଛି। ଏଥିରେ ଯାଜପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ଶକ୍ତିମନ୍ତ୍ରୀ ତଥା କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ ବିଧାୟକ ମୈ।ଷଧି ବାଗଙ୍କ ଯୋଗଦାନ ଯୋଗୁଁ କଳାହାଣ୍ଡି ଜିଲ୍ଲା ଯାଦବ ସମାଜ ପକ୍ଷରୁ ଉପସ୍ଥିତ ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇ ଯାଦବ ସମାଜ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ତେବେ ଉପରୋକ୍ତ ମହାନ୍ କାର୍ଯ୍ୟକୁ ସମାଜର କିଛି ସ୍ଵାର୍ଥ ବ୍ୟକ୍ତି ବିରୋଧ କରିବା ଯୋଗୁଁ ଯାଦବ ସମାଜ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି।
ଏପରି ବିଶୃଙ୍ଖଳିତ ଆଚରଣ ଠିକ ନୁହେଁ। ଏହା ଦ୍ଵାରା ଯାଦବ ସମାଜ ପ୍ରତି ଆଞ୍ଚ୍ ଆସୁଛି। ସମାଜ ଭିତରେ ମତ ବିବାଦ ସୃଷ୍ଟି ହେଉଛି ବୋଲି କଳାହାଣ୍ଡି ପୂର୍ବତନ ଯାଦବ ସମାଜ ସଦର ସବଡିଭିଜନ ସଭାପତି ତଥା ନର୍ଲା ବ୍ଳକ ପୂର୍ବତନ ଯାଦବ ସମାଜ ସଭାପତି ଟଙ୍କଧର ଭୋଇ ଦୃଢ଼ ନିନ୍ଦା କରିଛନ୍ତି। ସ୍ଵର୍ଗତ ମହେଶ୍ଵର ନାଏକ ୧୯୬୫ ମସିହାରେ ନିଖିଳ ଉତ୍କଳ ଯାଦବ ମହାସଭାରେ କଳାହାଣ୍ଡି ଜିଲ୍ଲାରୁ ନେତୃତ୍ୱ ନେଇ ସାମାଜିକ କାର୍ଯ୍ୟରେ ସମାଜ ପ୍ରତି ବହୁ ଅବଦାନ ରଖିଛନ୍ତି। ଏପରି ମହାନ୍ ବ୍ୟକ୍ତିତ୍ବ ପ୍ରତି ସମ୍ମାନ ଜଣାଇ କୈାଣସି ଗୁଜବ ବା ଅପପ୍ରଚାର ନକରି ସାମାଜ କାର୍ଯ୍ୟରେ ଆଗେଇ ଆସିବା ପାଇଁ ଶ୍ରୀ ଭୋଇ ସମାଜ ଭାଇ ବନ୍ଧୁ ବର୍ଗଙ୍କୁ ବିନମ୍ର ନିବେଦନ ପୂର୍ବକ ଜାତିର ଏକତାକୁ ମଜଭୁତ କରିବାକୁ ମତବ୍ୟକ୍ତ କରିଛନ୍ତି।
Comments are closed.