Odisha news

ଜୟନ୍ତୀଗିରୀ ଆଦର୍ଶ ବିଦ୍ୟାଳୟ ରେ ଦଶମ ଓ ଦ୍ଵାଦଶ ଶ୍ରେଣୀ ର ପାସ ହାର ଶତ ପ୍ରତିଶତ

ବୋରିଗୁମ୍ମା (କେ.ସାକିଲି ଦୋରା)—- ବୋରିଗୁମ୍ମା ନିକଟସ୍ଥ ଜୟନ୍ତୀଗିରୀ ଆଦର୍ଶ ବିଦ୍ୟାଳୟ ଚଳିତ ବର୍ଷ ଦଶମ ଓ ଦ୍ଵାଦଶ ଶ୍ରେଣୀ ର ଛାତ୍ରଛାତ୍ରୀ ଙ୍କ ପାସ ହାର ଶତ ପ୍ରତିଶତ ହୋଇଛି ବୋଲି ଓଡିଶା ଆଦର୍ଶ ବିଦ୍ୟାଳୟ ର ଅଧ୍ୟକ୍ଷ ବିଭୁପ୍ରସାଦ ଜେନା ସୂଚନା ଦେଇଛନ୍ତି। ଚଳିତ ବର୍ଷ ଆଦର୍ଶ ବିଦ୍ୟାଳୟ ରେ ଦଶମ ଶ୍ରେଣୀରେ ମୋଟ ୫୨ଜଣ ଛାତ୍ରଛାତ୍ରୀ ଥିଲେ। ସେଥି ମଧ୍ୟରୁ ୧୧ଜଣ ଛାତ୍ରଛାତ୍ରୀ ଶତକଡା ୬୦ ରୁ ଉର୍ଦ୍ଧ୍ବ ମାର୍କ ରଖିଥିବା ବେଳେ ଅମ୍ଳାନ ଜ୍ୟୋତି ଜେନା ସର୍ବୋଚ ମୋଟ ୫୦୦ ନମ୍ବର ରୁ ୪୭୯ ରଖି ୯୫.୮୦ ପ୍ରତିଶତ ପ୍ରଥମ ହୋଇଛନ୍ତି। ସେହିଭଳି ଦ୍ଵାଦଶ ଶ୍ରେଣୀ ରେ ମୋଟ ୧୮ ଜଣ ଛାତ୍ରଛାତ୍ରୀ ରହିଥିଲେ। ସେଥି ମଧ୍ୟରୁ ୧୭ ଜଣ ପ୍ରଥମ ସ୍ଥାନ ରଖିଥିବା ବେଳେ ତୃପ୍ତିମୟୀ ପାତ୍ର ସର୍ବୋଚ ମୋଟ ୫୦୦ ନମ୍ବର ରୁ ୪୬୪ ରଖି ୯୨.୮୦ ପ୍ରତିଶତ ପ୍ରଥମ ହୋଇଛନ୍ତି।
Govt

Comments are closed.