Odisha news

ଅବକାରୀ ଓ ପୁଲିସ ର ମିଳିତ ଚଡାଉ , ବିପୁଳ ପରିମାଣରେ ମଦ ଓ ପୋଚ ଜବତ

ନବରଙ୍ଗପୁର (କେ.ସାକିଲି ଦୋରା)— ନବରଙ୍ଗପୁର ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଦଳସାମନ୍ତ ଙ୍କ ନିର୍ଦେଶ କ୍ରମେ ନବରଙ୍ଗପୁର ଅବକାରୀ ନିରୀକ୍ଷକ ବିପ୍ର ଚରଣ ମଣ୍ଡଳ ଙ୍କ ନେତୃତ୍ୱରେ ସୋମବାର କୋଷାଗୁମୁଡା ବ୍ଲକ ର ବିଭିନ୍ନ ସ୍ଥାନରେ କୋଡ଼ିଙ୍ଗା ପୁଲିସ ଓ ଅବକାରୀ ବିଭାଗ ର ମିଳିତ  ଚଡାଉ କରାଯାଇ ବିପୁଳ ପରିମାଣରେ ମଦ ଓ ପୋଚ କୁ ନଷ୍ଟ କରାଯାଇଥିବା ଜଣାପଡିଛି । ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଡୁରକାଗୁଗୁଡା , କଣ୍ଡାପୁରୀ ଓ ବାକଟିଗୁଡା ଗ୍ରାମ ଉପରେ ଅଚାନକ ଚଡାଉ କରାଯାଇ ପ୍ରାୟ ୧୦୦ ଲିଟର ଦେଶୀ ରନ୍ଧା ମଦ ଓ ପ୍ରାୟ ୩ ହଜାର ଲିଟର ମହୁଲପୋଚ କୁ ଜବତ କରି ନଷ୍ଟ କରାଯାଇଛି କିନ୍ତୁ କାହାକୁ ଗିରଫ କରାଯାଇନଥିବା ଜଣାପଡିଛି ।  ଅଞ୍ଚଳରେ ଦିନକୁ ଦିନ ଚୋରା ମଦ ମାଫିଆ ଙ୍କ ଦୌରାତ୍ମ ବଢ଼ିବାରେ ଲାଗିଛି । ଗାଁ ଗାଁରେ ପ୍ରବଳ ମାତ୍ରାରେ ଦେଶୀ ରନ୍ଧା ମଦ ତିଆରି କରି ଚୋରାରେ ଚାଲାଣ କରାଯାଉଛି । ଆଜିର ଚଡାଉ ରେ ଏତେ ମାତ୍ରାରେ ରାନ୍ଧ ମଦ ସାଙ୍ଗକୁ ମହୁଲ ପୋଚ କୁ ଦେଖି ବିଭାଗ ଛାନିଆ ହୋଇ ଯାଇଥିଲା । ବାରମ୍ବାର ଚଡାଉ କରାଯାଉଥିଲେ ମଧ୍ୟ ଚୋରା ମଦ ଅଞ୍ଚଳରେ ବନ୍ଦ ହେବାର ନାଧାରୁନାହିଁ । ମଦ ମାଫିଆ ମାନେ ଘରେ ଘରେ ମଦ ରାନ୍ଧିବା ସହ ଜଙ୍ଗଲ, ପାହାଡ଼, ନଦୀ ନାଳ ରେ ଲୁକାୟତ ଭାବେ ଏସବୁ କାରବାର ହେଉଥିବାରୁ ପ୍ରଶାସନ ପକ୍ଷରୁ ଯେତେ ଚଡାଉ କରାଯାଉଥିଲେ ମଧ୍ୟ ମଦ ମାଫିଆ ମାନେ ବେଖାତିର ହୋଇ ତାଙ୍କ କାର୍ଯ୍ୟକଳାପ ଜାରି ରଖିଛନ୍ତି ।  ଆଜିର ଏହି ଅବକାରୀ ଚଡାଉରେ କୋଡ଼ିଙ୍ଗା ଅବକାରୀ ଉପନିରୀକ୍ଷକ ହର ପ୍ରସାଦ ରଣା ,   ନବରଙ୍ଗପୁର ଅବକାରୀ ସହଉପନିରୀକ୍ଷକ ରାଜେନ୍ଦ୍ର ପଟନାୟକ , କୋଡ଼ିଙ୍ଗା ଅବକାରୀ ସହଉପନିରୀକ୍ଷକ ଜଗବନ୍ଧୁ ଯାନୀ , ଅବକାରୀ କନେଷ୍ଟବଳ ଆକ୍ରମ ଖାନ , ଦେବେନ୍ଦ୍ର ସମରଥ , ରୀନା ବଡ଼ନାୟକ ଓ କୋଡ଼ିଙ୍ଗା ପୁଲିସ କର୍ମଚାରୀ  ପ୍ରମୁଖ ସାମିଲ ଥିଲେ ।

Comments are closed.