Odisha news

ଜଙ୍ଗଲ ବିଭାଗର ମନରେଗା ଦୁର୍ନୀତି : ୭୦ ବର୍ଷ ବୟସ୍କ ଲୋକଙ୍କ ଏକାଉଣ୍ଟ କୁ ଲକ୍ଷାଧିକ ଟଙ୍କା ; ରେଞ୍ଜ ଅଫିସ ଘେରାଉ

ପଦ୍ମପୁର :  ୧ ବର୍ଷ ତଳେ ଜଙ୍ଗଲ ବିଭାଗ ଅଧିନରେ ମନରେଗା କାର୍ଯ୍ଯରେ ନିୟୋଜିତ ହୋଇଥିବା ପ୍ରାୟ ୫୦ ଜଣ ଶ୍ରମିକଙ୍କୁ ଆଜିଯାଏ ମନରେଗା ଟଙ୍କା ମିଲି ନଥିବାରୁ ଏହାର ପ୍ରତିବାଦ ରେ ଆଜି ପାଖାପାଖି ୩୦ ଜଣ ଯୁବକ ପାଇକମାଲ ଜଙ୍ଗଲ ବିଭାଗ ରେଞ୍ଜ ଅଫିସ ଘେରାଉ କରିଛନ୍ତି । ବରଗଡ ଜଙ୍ଗଲ ବିଭାଗ ଡିଏଫଓ ଙ୍କୁ ମଧ୍ଯ ଲିଖିତ ଜଣାଇଥିଲେ ସୁଦ୍ଧା ୧ ବର୍ଷ ବିତି ଯାଇଥିଲେ ମଧ୍ଯ ଜଙ୍ଗଲ ବିଭାଗ ଶ୍ରମିକ ମାନଙ୍କୁ ଟଙ୍କା ଦେଇ ନଥିବାର ଶ୍ରମିକ ମାନେ ଅଭିଯୋଗ କରିବା ସହ ଯେଉଁ ମାନେ ମନରେଗା ଯୋଜନାରେ କାମ କରି ନାହାନ୍ତି ୭୦ ବର୍ଷ ବୟସ୍କ ଅନେକ ଲୋକଙ୍କ ଏକାଉଣ୍ଟ କୁ ଲକ୍ଷାଧିକ ଟଙ୍କା ଟ୍ରାନ୍ସଫର କରା ଯାଇଥିବା ଗୁରୁତର ଅଭିଯୋଗ କରିଛନ୍ତି । ଶ୍ରୀ ଧନେଶ୍ଵର ପ୍ରଧାନ ଓ ତାଙ୍କ ସ୍ତ୍ରୀ ଯାହାଙ୍କ ବର୍ଷ ୭୦ ବର୍ଷରୁ ଅଧିକ ଶ୍ରୀ ତ୍ରିନାଥ ପ୍ରଧାନ,ଶ୍ରୀ ସୌକିଲାଲ ବେଶ୍ରା ୭୨ ବର୍ଷ ଏ ମାନଙ୍କ ଏକାଉଣ୍ଟ କୁ ଜଙ୍ଗଲ ବିଭାଗ ଲକ୍ଷାଧିକ ଟଙ୍କା ଜମାକରି ପୁଣି ରେଞ୍ଜର ସେମାନଙ୍କ ଏକାଉଣ୍ଟ ରୁ ଟଙ୍କା ଉଠାଇ ହଡ଼ପ କରି ନେଇଥିବା ଅଭିଯୋଗ ହେଉଛି ।

ପାଇକମାଲ ରେଞ୍ଜ ଅଧିନସ୍ଥ ଛେଲିଆମାଲ ଗ୍ରାମର ଶ୍ରମିକ ମାନେ ଛେଲିଆମାଲ ଜଙ୍ଗଲ ଚୁହାପାଲି ଗ୍ରାମ ପର୍ଯ୍ଯନ୍ତ ଡ୍ରେନ ନିର୍ମାଣ କାର୍ଯ୍ଯରେ ୨୦୨୦ ଜୁଲାଇ ମାସରେ ନିୟୋଜିତ ହୋଇଥିଲେ । ୧ ବର୍ଷ ପରେ ମଧ୍ଯ ଶ୍ରମିକ ମାନେ ପ୍ରାପ୍ୟ ପାଇଲେ ନାହିଁ କାମ କରି ନଥିବା ବୟସ୍କ ଲୋକଙ୍କ ଏକାଉଣ୍ଟ ରେ ଜଙ୍ଗଲ ବିଭାଗ ରେଞ୍ଜର ଟଙ୍କା ଜମା କରି ଲକ୍ଷ ଲକ୍ଷ ଟଙ୍କା ହଡପ କରି ନେଇଥିବାର ଅଭିଯୋଗ ହୋଇଛି । କେନ୍ଦ୍ର ସରକାର ଯୋଗାଇ ଦେଇଥିବା CAMP ଯୋଜନାରେ ମଧ୍ଯ ଲକ୍ଷ ଲକ୍ଷ ଟଙ୍କା ବିନା କାମରେ ରେଞ୍ଜ ରେ ହଡ଼ପ ହୋଇ ଥିବାରୁ ଡିଏଫଓ ତୁରନ୍ତ ତଦନ୍ତ କରି ସଂପୃକ୍ତ ଅଧିକାରୀ ମାନଙ୍କ ବିରୋଧରେ ଦୃଢ ପଦକ୍ଷେପ ନେବାପାଇଁ ରେଞ୍ଜ ଅଫିସ ଘେରାଉ କରିଥିବା ଶ୍ରମିକ ସର୍ବଶ୍ରୀ ଚିତ୍ତରଞ୍ଜନ ପ୍ରଧାନ,ଉମାକାନ୍ତ ବାଗ,ଉଜ୍ଜ୍ବଳ ବରିହା,ସୌକିଲାଲ ବରିହା,ସୁବାଷ ନେଗୀ,ସତ୍ଯବାଦୀ ବାଗ,ଠାକୁର ପ୍ରଧାନ,ଡୋଲାମଣି ସାହୁ,ପିତାମ୍ବର ବରିହା,ଗଣେଷ ସାହୁ ଆଦି ଦାବୀ କରିଛନ୍ତି ।

Comments are closed.